Live Live
LIVE

ମହାନଦୀ ଟ୍ରିବ୍ୟୁନାଲ ଛତିଶଗଡ଼ ଗସ୍ତ, ସେପଟେ ବୁନ୍ଦେ ପାଣି ବି ଛାଡ଼ୁନି ଛତିଶଗଡ଼, କେମିତି ହେବ ସମାଧାନ ?

NEWS7
minor-boy-penthakata-area-drug-abuse-center

ଝାରସୁଗୁଡ଼ା: ମହାନଦୀ ଜଳ କାହାର ବିବାଦ ଛିଡୁ ନ ଥିବା ବେଳେ ଏହାର ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଆଜି ଛତିଶଗଡ଼ ଆସିଛନ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ l ଟ୍ରିବ୍ୟୁନାଲର ନୂତନ ଅଧ୍ୟକ୍ଷା ବେଲା ଏମ ତ୍ରିବେଦୀ ଙ୍କ ନେତୃତ୍ୱରେ ଏକ ୭ ଜଣିଆ ଉଚ୍ଚସ୍ତରୀୟ ଟିମ ଛତିଶଗଡ଼ ଗସ୍ତରେ ଆସି କଲମା ବ୍ୟାରେଜ, କେଲୋ ଡ୍ୟାମ, ସରାହାଡ଼ିହି ବ୍ୟାରେଜ ସ୍ଥଳ ପରିଦର୍ଶନ କରିଛନ୍ତି l ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଏହି ଟ୍ରିବ୍ୟୁନାଲର ଛତିଶଗଡ ଗସ୍ତ ପରେ ମହାନଦୀ ଜଳ ବିବାଦ ସମାଧାନ ହେବା ନେଇ ଆଶା ସଂଚାର ହୋଇଛି l

ଏପ୍ରିଲ ୨୬ରେ ସରିବ କାର୍ଯ୍ୟକାଳ

ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଜଳ ବିବାଦ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ସରିବ ଆସନ୍ତା ଏପ୍ରିଲ ୨୬ରେ। ଅବଧି ସରିବା ପୂର୍ବରୁ ମହାନଦୀ ଟ୍ରିବ୍ୟୁନାଲ ମହାନଦୀ ନଦୀର ଉପରଭାଗରେ ଛତିଶଗଡ଼ରେ ହୋଇଥିବା ବିଭିନ୍ନ ବନ୍ଧ, ବ୍ୟାରେଜ ଓ ଜଳ ପ୍ରକଳ୍ପ ବୁଲି ସ୍ଥିତି ଦେଖିଛନ୍ତି l ଓଡିଶା- ଛତିଶଗଡ ମଧ୍ୟରେ ଜଳ ବଣ୍ଟନ ନେଇ ଯେଉଁ ବିବାଦ ଚାଲିଛି, ସେଥିପାଇଁ ସ୍ଥଳ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିଛି ଏହି ଟ୍ରିବ୍ୟୁନାଲ l ଟିମ ପ୍ରଥମେ ଛତିଶଗଡ଼ର ରାୟଗଡ଼ ଜିଲ୍ଲାକୁ କୁ ପହଂଚି କେଲୋ ନଦୀରେ ନିର୍ମିତ କେଲୋ ଡେମ ର ସ୍ଥିତି ତଦାରଖ କରିଛି l

ଏହାପରେ ଶକ୍ତି ଜିଲ୍ଲା ସ୍ଥିତ କଲମା ବ୍ୟାରେଜକୁ ପହଂଚିଥିଲା ଟ୍ରିବ୍ୟୁନାଲ l କଲମା ବ୍ୟାରେଜର ଉଭୟ ଓଡିଶା ଏବଂ ଛତିଶଗଡ ପଟେ ମହାନଦୀର ସ୍ଥିତି ଯାଞ୍ଚ କରିଛି ଟ୍ରିବ୍ୟୁନାଲ l ମହାନଦୀର ପ୍ରକୃତ ସ୍ଥିତିର ଡ୍ରୋନ ଜରିଆରେ ଭିଡିଓ ରେକଡିଂ କରାଯାଇଛି l ଏହି ତଥ୍ୟ ଆଧାରରେ ଟ୍ରିବ୍ୟୁନାଲ ଆଗାମୀ ଶୁଣାଣିରେ ରିପୋର୍ଟ ଦେବ ଏବଂ ନିଷ୍ପତ୍ତି ନେବ l

କଲମା ବ୍ୟାରେଜର ୬୬ଟି ଗେଟ ବନ୍ଦ

ଦୀର୍ଘ ଦିନରୁ କଲମା ବ୍ୟାରେଜର ୬୬ଟି ଗେଟ ବନ୍ଦ ରଖିଥିବା ବେଳେ ଆଜି ହଠାତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ କଲମା ଆସିବା ପୂର୍ବରୁ କଲମା ବ୍ୟାରେଜର ୪ ନମ୍ବର ଗେଟକୁ ପ୍ରାୟ ୬ ସେଣ୍ଟିମିଟର ଖୋଳିଛି ଛତିଶଗଡ l ଗତକାଲି ପର୍ଯ୍ୟନ୍ତ ସମସ୍ତ ୬୬ ଗେଟ ବନ୍ଦ ଥିଲା l ଆଜି ୪ ନମ୍ବର ଗେଟର ୬ ସେଣ୍ଟିମିଟର ଖୋଲିବା ପରେ କିଛି ମାତ୍ରାରେ ପାଣି ଆଜି ଓଡିଶା ପଟେ ଆସିବା ଆରମ୍ଭ କରିଥିଲେ ହେଁ ଓଡିଶା ପଟେ ମହାନଦୀ ଶୁଖିଲା ପଡିଥିବାବେଳେ ଛତିଶଗଡ ପଟେ ମହାନଦୀରେ ଲହଡି ଭାଙ୍ଗୁଛି l ଯାହାଫଳରେ ଓଡିଶାରେ ହଜାର ହଜାର ଚାଷୀ ମତ୍ସ୍ୟଜୀବି ନିଜ ଜୀବିକା ହରାଇଥିବାବେଳେ ଛତିଶଗଡ଼ କଲମାରେ ପାଣି ରୋକି ମନ ଇଚ୍ଛା ଶିଳ୍ପ ସଂସ୍ଥାକୁ ଯୋଗାଣ କରୁଛି l

ମୁନ୍ଦାଏ ବି ପାଣି ଛାଡ଼ୁନି ଛତିଶଗଡ

ଅନ୍ୟପଟେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବଣ୍ଟନ ବିବାଦ ଦୀର୍ଘଦିନ ଧରି ଚାଲିଥିଲେ ହେଁ ଅଣ ମୌସୁମୀ ସମୟରେ ଓଡିଶା ପଟେ ମୁନ୍ଦାଏ ବି ପାଣି ଛାଡ଼ୁନି ଛତିଶଗଡ l ଓଡ଼ିଶା ଛତିଶଗଡ ର ଏହି ଜଳ ବିବାଦ ସମାଧାନ ନେଇ ଟ୍ରିବ୍ୟୁନାଲ ଆଜି ଛତିଶଗଡରେ ମହାନଦୀର ପ୍ରକୃତ ପରିସ୍ଥିତି ଯାଞ୍ଚ କରିଛି l ଗତ ଫେବୃଆରୀ ୨୬ ତାରିଖରେ ଜଷ୍ଟିସ ବେଲା ଏମ ତ୍ରିବେଦୀ ଙ୍କ ନେତୃତ୍ୱରେ ଏକ 10 ଜଣିଆ ଟିମ ଓଡିଶା ଗସ୍ତରେ ଆସି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଫେରିଥିଲେ l

ରାୟପୁରରେ ୭ ଜଣିଆ ଟିମ

ଆଜି ଦିନ ଗୋଟାଏ ବେଳେ ଟ୍ରିବୁନାଲର ୭ ଜଣିଆ ଟିମ ରାୟପୁରରେ ଓହ୍ଲାଇ ସିଧାସଳଖ କେଲୋ ଡ୍ୟାମ ରେ ପହଞ୍ଚିବା ପରେ କଲମା ବ୍ୟାରେଜ ର ଉଭୟ ପଟ ର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ଆକାଶ ମାର୍ଗରୁ ରବିଶଙ୍କର ଡ୍ୟାମ, mironi ଡ୍ୟାମ, ବସନ୍ତପୁର ଡ୍ୟାମ, ଶିବରିନାରାୟଣ,ଡ୍ୟାମ ର ସ୍ଥିତି ଅନୁଧ୍ୟାନ କରିଛନ୍ତି।ଏହି ଟିମ ର ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ନିରାପତ୍ତା ବ୍ୟବସ୍ଥା କରାଯାଇ ଥିଲା।