ଆଶ୍ରମ ସ୍କୁଲରେ ଅଘଟଣ : ଛାତରୁ ଖସି ଲୁହା ଗ୍ରୀଲ୍ ଉପରେ ଘଣ୍ଟାଏ ଲାଖି ରହିଲେ ନାବାଳକ

Published By : Prameya-News7 Bureau | August 27, 2025 IST

ଗୁଣୁପୁର ୨୭।୮: ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣପୁର ଆଶ୍ରମ ସ୍କୁଲରେ ଅଘଟଣ । ଗଣେଶ ପୂଜା ପାଇଁ ଆସିଥିବା ବେଳେ ଅଘଟଣର ଶିକାର ହେଲେ ନାବାଳକ । ଛାତରୁ ଖସି ଲୁହା ଗ୍ରୀଲ୍‌ ଉପରେ ପଡି ଘଣ୍ଟାଏ ସମୟ ଧରି ରହିଲା ନାବାଳକ । ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ଛାତ୍ର ଜଣଙ୍କ ତୃତୀୟ ଶ୍ରେଣୀରେ ପଢୁଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣପୁର ଆଶ୍ରମ ସ୍କୁଲରେ ସ୍କୁଲରେ ଗଣେଶ ପୂଜା ଚାଲିଥିଲା । ପିଲାମାନେ ଗୋଟିଏ ପରେ ଆସି ଗଣେଶଙ୍କ ନିକଟରେ ନଡ଼ିଆ ବାଡାଉଥିଲେ । ତୃତୀୟ ଶ୍ରେଣୀର ଜଣେ ଛାତ୍ର ନଡିଆ ବାଡେଇବା ପରେ ସ୍କୁଲ କୋଠରୀରୁ ବାହାରି ରୋଷେଇ ଘର ଛାତ ଉପରେ ଚଢିଥିଲେ । ସେଠାରେ ଗୋଡ ଖସିଯିବାରୁ ନିକଟରେ ଥିବା ଲୁହା ଗ୍ରୀଲ୍ ଉପରେ ପଡି ଯାଇଥିଲେ । ଲୁହା ଗ୍ରୀଲ୍‌ରେ ଥିବା ମୁନିଆ ଛଡ଼ ଛାତ୍ରଙ୍କ ବାମ ଜଙ୍ଘରେ ପଶି ଯାଇଥିଲା । ଘଟଣାକୁ ନେଇ ସ୍କୁଲରେ ଚହଳ ପଡ଼ିବା ପରେ ଅଗ୍ନିଶମ ବାହିନୀ ଓ ଡାକ୍ତରୀ ଟିମ୍‌କୁ ଖବର ଦିଆଯାଇଥିଲା । ପ୍ରାୟ ୧ ଘଣ୍ଟା ପରେ ଛାତ୍ରକୁ ନିଶା ଇଞ୍ଜେକସନ ଦେଇ ଉଦ୍ଧାର କରାଯାଇଥିଲା । ସ୍କୁଲ କର୍ମଚାରୀଙ୍କ ଅବହେଳାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି ।

You Can Read:

ଚାଷୀଙ୍କ ଖାତାକୁ ଗଲା ସିଏମ୍‌ କିଷାନର ୩ୟ କିସ୍ତି, ଡିବିଟି ଜରିଆରେ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.