ବିଦେଶୀ ଦର୍ଶକଙ୍କ ନିକଟରେ ପହଞ୍ଚିଲା ଓଡ଼ିଆ ଚଳଚ୍ଚିତ୍ର ‘ନବକଳେବର’, ୧୨ରୁ ଅଧିକ ଦେଶରେ ପ୍ରଦର୍ଶନ ଯୋଜନା

NEWS7
minister-said-2020-university-amendment-act-will-also-be-amended

ଭୁବନେଶ୍ବର ୧୪।୧୨: ଓଡ଼ିଆ ଚଳଚ୍ଚିତ୍ର ନବକଳେବର ୬ଟି ଦେଶରେ ପହଞ୍ଚିଛି । ୟୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ ଏବଂ ଭାରତର ବିଭିନ୍ନ ସ୍ଥାନ ଏବଂ ୪ଟି ମହାଦେଶ ତଥା ଉତ୍ତର ଆମେରିକା, ଏସିଆ, ଆଫ୍ରିକା ଓ ୟୁରୋପକୁ ଜୁରି ଯାତ୍ରା କରି ଏପର୍ଯ୍ୟନ୍ତ ପ୍ରାୟ ୧୩ଟି ସହରରେ ଦର୍ଶକମାନଙ୍କ ପାଖରେ ପହଞ୍ଚିଛି । ୟୁଏସଏର ୮ଟି ସହର ପାଖରେ ପହଞ୍ଚି ଥିବା ବେଳେ ଯାହା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ସତ୍ୟ ଐତିହାସିକ ମାଇଲଷ୍ଟୋନ୍ ।

ଆସନ୍ତା ଦୁଇ ମାସ ମଧ୍ୟରେ ୧୨ରୁ ଅଧିକ ଦେଶରେ ପ୍ରଦର୍ଶନ ପାଇଁ ଯୋଜନା ରହିଛି ଏବଂ ଫେବ୍ରୁଆରୀ ମାସରେ ହିନ୍ଦୀ ସଂସ୍କରଣ ମୁକ୍ତି ଲାଭ କରିବ । ଏନେଇ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଯୋଜିକା ତଥା ନିର୍ଦ୍ଦେଶକ ବିନି ସାମଲ, ଅଭିନେତା ଜ୍ୟୋତି ନାୟକ, ଉତ୍ତର ଆମେରିକାରୁ ସଞ୍ଜୟ ଦଳାଇ, ଦକ୍ଷିଣ ଆଫ୍ରିକାରୁ ସଞ୍ଜିତ ନାୟକ, ଭୁବନେଶ୍ୱରରୁ ଚିତ୍ତ ଦେବତା ଏବଂ ଚଳଚ୍ଚିତ୍ରର ପିଆର୍ ମୁଖ୍ୟ ପ୍ରଣୟ ଜେଠୀ ପ୍ରମୁଖ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ ।