LIVE TV

ଜାପାନରେ ସବୁଠାରୁ ବଡ଼ ଅଗ୍ନିକାଣ୍ଡ; ୧୭୦ ରୁ ଅଧିକ କୋଠା ଜଳିପୋଡି ପାଉଁଶ

NEWS7
minister-reaction-in-mandi-situation-odisha

ନୂଆଦିଲ୍ଲୀ ୧୯।୧୧; ଦକ୍ଷିଣ-ପଶ୍ଚିମ ଜାପାନର ଓଇତାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ୧୭୦ ରୁ ଅଧିକ କୋଠା ଜଳିପୋଡି ପାଉଁଶ ହୋଇଯାଇଛି। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫:୪୫ ସମୟରେ ଜଣେ ସ୍ଥାନୀୟ ବାସିନ୍ଦା ଜରୁରୀକାଳୀନ କଲ୍ କରିବା ପରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଥିଲା। ନିଆଁ ଅଧିକ ବ୍ୟାପିବା ପରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏପର୍ଯ୍ୟନ୍ତ ଜଣେ ନିଖୋଜ ଥିବା ରିପୋର୍ଟ କରାଯାଇଛି।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ମଙ୍ଗଳବାର ଦକ୍ଷିଣ-ପଶ୍ଚିମ ଜାପାନର ଓଇତାରେ ବଡ ଧରଣର ନିଆଁ ଲାଗିଥିଲା। ଯେଉଁଥିରେ ଜଣେ ୭୦ ବର୍ଷୀୟ ବୃଦ୍ଧ ନିଖୋଜ ଅଛନ୍ତି। ୧୭୦ ରୁ ଅଧିକ କୋଠା ନିଆଁରେ ପୋଡ଼ି ହୋଇ ଯାଇଛି। ଅଗ୍ନିଶମ କର୍ମଚାରୀମାନେ ଏହାକୁ ଲିଭାଇବା ଉଦ୍ୟମ ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ୧୭୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି।

ସେଠାରେ ନିଆଁ ଲିଭାଇବା ଅତ୍ୟନ୍ତ କଷ୍ଟକର ପ୍ରମାଣିତ ହେଉଛି। କାହିଁକି ନା ତାହା ପାହାଡିଆ ଅଞ୍ଚଳ । ସେଠାରେ ପବନ ଏତେ ଜୋର ଯେ ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା। ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି। ତଥାପି, ଜଣେ ବ୍ୟକ୍ତିଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।