ନୂଆଦିଲ୍ଲୀ: ଫେସବୁକ୍ର ପ୍ୟାରେଣ୍ଟ କମ୍ପାନି ମେଟା ୩ ହଜାରରୁ ଅଧିକ କର୍ମଚାରୀଙ୍କ ଛଟେଇ କରୁଛି। ଏହି ଛଟେଇରେ ପ୍ରାୟ ୫% କର୍ମଚାରୀ ପ୍ରଭାବିତ ହେବେ। ମିଡିଆ ରିପୋର୍ଟ ଅନୁଯାୟୀ, କର୍ମଚାରୀଙ୍କୁ ଶୁକ୍ରବାର ଏକ ଅନ୍ତରୀଣ ମେସେଜ ମାଧ୍ୟମରେ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଛଟେଇ ଯୋଗୁ ଚାକିରି ହରାଇଥିବା କର୍ମଚାରୀଙ୍କୁ ସୋମବାର ସକାଳେ ଏକ ଇମେଲ ମିଳିବ। ଯେଉଁଥିରେ ସଂପୂର୍ଣ୍ଣ ତଥ୍ୟ ରହିବ।
ଏହା ପୂର୍ବରୁ ଗତ ମାସରେ ସିଇଓ ମାର୍କ ଜୁକରବର୍ଗ କର୍ମଚାରୀଙ୍କୁ ଚାକିରିରୁ ଛଟେଇ ବିଷୟରେ କହିଥିଲେ। ସେ କହିଥଲେ, ମେଟା ପ୍ରଦର୍ଶନ ମାନକୁ ବଢ଼ାଉଛି, ଯେଉଁମାନେ ଭଲ ପ୍ରଦର୍ଶନ କରୁନାହାଁନ୍ତି ସେମାନଙ୍କୁ କାଢ଼ିବାକୁ ଯୋଜନା କରାଯାଉଛି। ସୂଚନାଥାଉକି, ୧ ବର୍ଷରେ ଖରାପ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ମେଟା ଛଟେଇ କରିଥାଏ। କିନ୍ତୁ ଏଥର କମ୍ପାନି ନିକଟ ସମୟରେ ପ୍ରଦର୍ଶନ ଆଧାରରେ ବଡ଼ ଛଟେଇ କରୁଛି।