ନୂଆଦିଲ୍ଲୀ : ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ଶୀର୍ଷ ସ୍ତରରେ। ଇରାନର ପରମାଣୁ ଓ ସେନା ଠିକଣାକୁ ଇସ୍ରାଏଲ ଧ୍ୱଂସ ବିଧ୍ୱଂସ କରିବା ବେଳେ , ଇରାନ ମଧ୍ୟ ମୁହଁତୋଡ଼ ଆକ୍ରମଣ ଚଳାଇଛି। ଇରାନୀ ହମଲାରେ ଇସ୍ରାଏଲରେ ମଧ୍ୟ ଅନେକ ଲୋକଙ୍କ ଜୀବନ ଯାଇଥିବା ଖବର ଆସିଛି। ଏହି ମଧ୍ୟରେ ଇରାନ ଏହି ଯୁଦ୍ଧରେ ପାକିସ୍ତାନର ନାଁକୁ ମଧ୍ୟ ଟାଣିଛି। ଇରାନ କହିଛି, ଯଦି ଇସ୍ରାଏଲ ଇରାନ ଉପରେ ପରମାଣୁ ହମଲା କରେ, ତ ତୁରନ୍ତ ପାକିସ୍ତାନ ଏହାର ଜବାବ ଦେବ ଏବଂ ପରମାଣୁ ବୋମା ପକାଇବ। ପାକିସ୍ତାନ ଇରାନର ଏହି ଦାବି ପରେ ଭୟଭୀତ ହୋଇ ଯାଇଛି ଏବଂ ତୁରନ୍ତ ପଛକୁ ହଟି ଯାଇଛି। ପାକିସ୍ତାନ ଇରାନର ଦାବିକୁ ଖାରଜ କରି କହିଛି ଯେ, ଇସଲାମାବାଦ ପକ୍ଷରୁ ପରମାଣୁ ହମଲାର କୌଣସି କଥା ହିଁ କୁହାଯାଇ ନାହିଁ। ପାକିସ୍ତାନ ଇରାନର ସମର୍ଥନ କରିଛି ଏବଂ ଇସ୍ରାଏଲର ହମଲାର ନିନ୍ଦା କରିଛି।
ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧରେ ପାକିସ୍ତାନ ପୂର୍ବରୁ ହିଁ ଚିନ୍ତାରେ ପଡ଼ି ଯାଇଛି। ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲର ଦାମ୍ ବଢିବାରେ ଲାଗିଛି। ସେଠାରେ ସେନା ଶକ୍ତିର କଥା ଯଦି କହିବା ତ ଇସ୍ରାଏଲ ସାମ୍ନାରେ ପାକିସ୍ତାନ କେଉଁଠି ବି ତିଷ୍ଠି ପାରିବ ନାହିଁ। ପାକିସ୍ତାନକୁ ଏହା ମଧ୍ୟ ଭୟ ଯେ, ସେ ଇସ୍ରାଏଲର ଅଲଗା ଟାର୍ଗେଟ୍ ହୋଇ ନଯାଉ। ଗାଜାର ବିନାଶ କାହାକୁ ଅଛପା ନାହିଁ। ଯଦି ଇସ୍ରାଏଲ ପାକିସ୍ତାନକୁ ଟାର୍ଗେଟ୍ କରେ ତ ସେ ଅତି ସାଂଘାତିକ ଭାବେ ଧ୍ୱଂସ ହୋଇଯିବ।
ପାକିସ୍ତାନ ଠାରୁ କେତେ ଅଧିକ ଶକ୍ତିଶାଳୀ ଇସ୍ରାଏଲ –
ପାକିସ୍ତାନ ଇସ୍ରାଏଲ ସାମ୍ନାରେ ସେନା ଶକ୍ତିର ମାମଲାରେ କେବେ ବି ତିଷ୍ଠି ପାରିବ ନାହିଁ। ପରମାଣୁ ହମଲା କରିବା ପାଇଁ ମଧ୍ୟ ଶକ୍ତିଶାଳୀ ମିଶାଇଲର ଆବଶ୍ୟକ ହେବ। ମିସାଇଲ କ୍ଷମତା ମାମଲାରେ ପାକିସ୍ତାନ ଇସ୍ରାଏଲର ସାମ୍ନାରେ ପୂରା ପଛରେ। ଇସ୍ରାଏଲ ପାଖରେ ଜେରିକୋ ବାଲିଷ୍ଟିକ୍ ମିସାଇଲ ୩ ଅଛି , ଯାହାକି ୬୫୦୦ କିଲୋମିଟର ଯାଏ ହମଲା କରିପାରେ। ଏହା ଶବ୍ଦର ଗତିରେ ହମଲା କରି ପାରିବ। ଏହା ପରମାଣୁ ଅସ୍ତ୍ରକୁ ବି ନେଇ ଯାଇ ପାରେ। ଇସ୍ରାଏଲ ଓ ପାକିସ୍ତାନ ମଧ୍ୟରେ ୩ ହଜାର କିଲୋମିଟରର ଦୂରତା ଅଛି। ଏହି କ୍ରମରେ କହିବାକୁ ଗଲେ ଇସ୍ରାଏଲ ଅଧ ଘଣ୍ଟାରେ ପାକିସ୍ତାନକୁ ଧ୍ୱଂସ କରି ପାରେ।
ପାକିସ୍ତାନ ପାଖରେ ସବୁଠୁ ଶକ୍ତିଶାଳୀ ମିସାଇଲ ସାହିନ -୩ ଅଛି। ଏହାର ରେଞ୍ଜ ୨୭୦୦ କିଲୋମିଟର। ଏଥିରେ ପାକିସ୍ତାନର ଏହି ମିସାଇଲ ଅସ୍ତ୍ର ଦ୍ୱାରା ପୂରା ଇସ୍ରାଏଲକୁ କଭର କରି ପାରିବ ନାହିଁ। ଯଦି ପାକିସ୍ତାନ ଓ ଇସ୍ରାଏଲ ଏକାଠି ପରମାଣୁ ହମଲା କରନ୍ତି ତ ଇସ୍ରାଏଲର ମିସାଇଲ ପ୍ରଥମେ ପାକିସ୍ତାନରେ ପହଞ୍ଚି ଯିବ। ଏହା ବ୍ୟତୀତ ଆମେରିକାର ବିରୋଧ ଯୋଗୁଁ ପାକିସ୍ତାନ ପରମାଣୁ ଆକ୍ରମଣ କରିବାରେ ସକ୍ଷମ ନୁହେଁ।