ଲୁହା ପାଇପରେ ମାଆକୁ ପିଟି ହତ୍ୟାକଲା ବିକୃତ ମାନସିକ ପୁଅ

Published By : Prameya-News7 Bureau | June 26, 2025 IST

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ କରବାଲୁଆ ପାଣ୍ଡାଛକ ଖଡ଼ିକା ବନ୍ଧ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି l ନିଜ ଜନ୍ମ କଲା ମାଆକୁ ହତ୍ୟାକରିଛି ପୁଅ l ପାରିବାରିକ କଳହକୁ ନେଇ ପୁଅ ସନ୍ତୋଷ ବେହେରା (୩୯)ଉତ୍ୟକ୍ତ ହୋଇ ଏକ ଲୁହା ପାଇପରେ ମାଆ ଉଲି ବେହେରା (୫୫) ର ମୁଣ୍ଡକୁ ବାରମ୍ବାର ଆଘାତ କରିବା ଫଳରେ ମାଆଙ୍କ ମୃତ ଘଟିଛି l 

ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଚିକିଟି ମେଡିକାଲକୁ ନେଇଥିଲେ,  ସେଠାରେ ଡାକ୍ତର ଉଲିକୁ ମୃତ ଘୋଷଣା କରିଥିଲେ l ଖବର ପାଇ କର. ନୂଆଗାଁ ଥାନା ପୁଲିସ ଓ ଚିକିଟି ଫାଣ୍ଡି ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠେଇଛି l ଅଭିଯୁକ୍ତ ପୁଅ ସନ୍ତୋଷ ବିକୃତ ମସ୍ତିଷ୍କ ବୋଲି ପ୍ରାଥମିକ ତଦନ୍ତରେ ଜଣାପଡିଛି। ଏହି ଘଟଣା ସମଗ୍ର ଚିକିଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳେଇ ଦେଇଛି।

Also read: ସ୍ତ୍ରୀକୁ ନେବାକୁ ଆସିଥିଲେ ଶ୍ବଶୁର ଘର, ବନ୍ଦ ଘରୁ ଉଦ୍ଧାର ପରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.