ପୁଣି ଯାତ୍ରା ବିବାଦ, ସିଂହବାହିନୀ ମାଲିକଙ୍କ ଉପରେ ବର୍ଷିଲେ ତୁଳସୀ ଗଣନାଟ୍ୟ ମାଲିକ

Published By : Prameya-News7 Bureau | June 26, 2025 IST

ଚଣ୍ଡିଖୋଲ: ପୁଣି ବଢିଲା ଯାତ୍ରା ବିବାଦ। ଯାତ୍ରା ସିଂହବାହିନୀ ମାଲିକଙ୍କ ଉପରେ ବର୍ଷିଲେ ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ।  ତୁଳସୀ ଗଣନାଟ୍ୟରେ ଚରିତ୍ର ଅଭିନେତା କୁନାଙ୍କୁ ଏଗ୍ରିମେଣ୍ଟ କରାଯିବା ସହ ଷ୍ଟାରକାଷ୍ଟ ଘୋଷଣା କରାଯାଇଥିଲେ ସୁଦ୍ଧା ଯାତ୍ରା ସିଂହବାହିନୀ ମାଲିକ ନିଜ ଯାତ୍ରା ପାର୍ଟିକୁ କେମିତି ନେଲେ ବୋଲି ପ୍ରଶ୍ନ କରିଛନ୍ତି। 

ଅନନ୍ତ ଏହା ମଧ୍ୟ କହିଛନ୍ତି, ଯାତ୍ରା ସଂଘ ଭାଙ୍ଗିବାକୁ ଚାହୁଛନ୍ତି ସିଂହବାହିନୀ ମାଲିକ। କିନ୍ତୁ ଯାତ୍ରା ସଂଘ ଏକ ଅଛି ରହିବ। ଯାତ୍ରା ହିରୋଇନ ତମସା ମିଶ୍ରଙ୍କୁ ତୁଳସୀ ଗଣନାଟ୍ୟ ନିଜ ପାର୍ଟିକୁ ଆଣିବା ଘଟଣାରେ ଯେଉଁ ଅଡିଓ ଭାଇରାଲ ହୋଇଛି ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ତୁଳସୀ ଗଣନାଟ୍ୟ ମାଲିକ। ସେ କହିଛନ୍ତି ଯାତ୍ରା ପାର୍ଟିକୁ ତମସା ଙ୍କୁ ଆଣିବା ପାଇଁ କଥା ହେଇଥିଲେ। ସେଥିରେ କୌଣସି ଅସୁବିଧା ନାହିଁ। ମୁଁ ପୂର୍ବରୁ ତମସାଙ୍କ ସହ କଥା ହେଇଥିଲି। ବରଂ ସିଂହବାହିନୀ ମାଲିକ ମୋ ପାର୍ଟିରୁ ଆର୍ଟିଷ୍ଟ ନେଇ ନିଜ ପାର୍ଟିରେ ରଖିଛନ୍ତି। ବିଭିନ୍ନ ପାର୍ଟି ଭାଙ୍ଗିବାକୁ ଚାହୁଛନ୍ତି ସିଂହବାହିନୀ ମାଲିକ। 

ପୀୟୂଷ ତ୍ରିପାଠୀଙ୍କୁ ନେଇ ଯେଉଁ ବିବାଦ ଚାଲିଛି ତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତୁଳସୀ ଗଣନାଟ୍ୟ ମାଲିକ। ସେ କହିଛନ୍ତି ପୀୟୂଷ ତୁଳସୀ ଗଣନାଟ୍ୟରେ ୨୦୨୯ ପାଇଁ ଏଗ୍ରିମେଣ୍ଟ କରିଥିଲେ। କିନ୍ତୁ ପୀୟୂଷ ମନା କରିବାରୁ ସେ ବିବାଦ କୁ ନ ଯାଇ ପୀୟୂଷକୁ ଛାଡି ଦେଇଥିଲେ। ସିଂହବାହିନୀ ମାଲିକ ଯାତ୍ରା ସଂଘ ନୀତି ନିୟମ ଭିତରେ ରୁହନ୍ତୁ। ନିଜେ ଭାଙ୍ଗି ଯିବେ ବରଂ ସଂଘ ଭାଙ୍ଗିବନି ବୋଲି କହିଛନ୍ତି ମାଲିକ ଅନନ୍ତ ନାରାୟଣ ଧଳ।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.