ସ୍ତ୍ରୀକୁ ନେବାକୁ ଆସିଥିଲେ ଶ୍ବଶୁର ଘର, ବନ୍ଦ ଘରୁ ଉଦ୍ଧାର ପରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

Published By : Prameya-News7 Bureau | June 26, 2025 IST

ବରଗଡ଼ ୨୬।୬: ଶ୍ବଶୁର ଘରେ ଜ୍ବାଇଁଙ୍କୁ ହତ୍ୟା । ବରଗଡ଼ ଜିଲ୍ଲା ଭଟଲି ଥାନା ତରାଜୁଙ୍ଗା ଗାଁରେ ଏଭଳି ଘଟଣା ଘଟିଛି । ଭଟଲି ପୋଲିସ ଏହି ଘଟଣାରେ ପତ୍ନୀ ସମେତ ଶାଶୁ, ଶ୍ବଶୁରକୁ ଗିରଫ କରି କୋର୍ଟ ଚାଲାଣ କରି ମାମଲାର ତଦନ୍ତ ଜାରି ରଖିଛି । 

ଛତିଶଗଡ଼ ରାଜ୍ୟର ଉସରତ୍ ଗାଁର ଭାନୁ ଚୌହାନ ତରାଜୁଙ୍ଗା ଗାଁର ଗଜାନନ କଳିୟାରୀଙ୍କ ଝିଅ ସୁନିତାଙ୍କୁ ବିବାହ କରିଥିଲେ । ସୁନିତା ବର୍ଷେ ହେବ ନିଜ ମା’-ବାପାଙ୍କ ସହ ରହୁଥିବା ବେଳେ ଗତ ୨୫ ତାରିଖ ସ୍ବାମୀ ଭାନୁ ନେବାକୁ ପହଁଚିଥିଲେ । ଯାହାକୁ ନେଇ ସ୍ଵାମୀ-ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହେବା ସହ ପତ୍ନୀଙ୍କ ସହ ଶାଶୁ-ଶ୍ବଶୁର ମିଶି ଭାନୁଙ୍କୁ ଠେଙ୍ଗାବାଡ଼ି ସାହାଯ୍ୟରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଶାଶୁ, ଶ୍ବଶୁର ଓ ପତ୍ନୀ ସୁନିତା ଭାନୁଙ୍କୁ ମାଡ଼ ମାରିବା ସହ ଘରେ ବନ୍ଦ କରି ଦେଇଥିଲେ । ପରେ ପୋଲିସ ଗ୍ରାମବାସୀଙ୍କ ସହାୟତାରେ ବନ୍ଦ ଘରୁ ଭାନୁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ପରେ ବୁର୍ଲା ବଡ଼ ମେଡ଼ିକାଲକୁ ପଠାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭାନୁଙ୍କ ମୃତ୍ୟୁ ଘଟିଥିଲା ।

You Can Read:

ବହୁ ଚର୍ଚ୍ଚିତ ଆତଙ୍କବାଦୀ ଲିଙ୍କ୍ ଘଟଣା : ଇସାନ୍ ବୁଖାରିକୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.