LIVE TV
LIVE TV

ବିଭିନ୍ନ ଅଭିଯାନରେ ମାଧ୍ୟମରେ ସ୍କୁଲକୁ ପୁନର୍ବାର ପିଲାଙ୍କୁ ଫେରାଇ ଆଣିବାକୁ ଉଦ୍ୟମ, ପ୍ରବେଶ ଉତ୍ସବ ମାଧ୍ୟମରେ ସଚେତନତା

NEWS7
mayavati-said-this-time-she-will-only-focus-on-up-development

ଭୁବନେଶ୍ବର ୨୮।୧୧: ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ । ଦ୍ବିତୀୟ ଦିନରେ ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ । ଡ୍ରପ୍ଆଉଟ୍ ନେଇ ଗୃହରେ ଉତ୍ତର ରଖୁଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, ସରକାରଙ୍କ ପକ୍ଷରୁ ଡ୍ରପ୍ଆଉଟ୍ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଚାଇଲ୍ଡ ଟ୍ରାକିଂ ସର୍ଭେ ହୋଇଛି, ଆସ ସ୍କୁଲ ଯିବା ଅଭିଯାନ କରାଯାଇ ସ୍କୁଲକୁ ପୁନର୍ବାର ପିଲାଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଇଛି । ବିଧାୟକା ସୁଭାଷିନୀ ଜେନାଙ୍କ ଡ୍ରପଆଉଟ୍ ହାର କମାଇବା ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଛନ୍ତି । ଗ୍ରାମ ପଡ଼ାରେ ବିଦ୍ୟାଳୟରେ ନାମଲେଖା ଅଭିଯାନ କରାଯାଇଛି । ପ୍ରବେଶ ଉତ୍ସବ ମାଧ୍ୟମରେ ସଚେତନ କରାଯାଇଛି ।

୧୦୦ ପ୍ରତିଶତ ସ୍କୁଲରେ ନାମଲେଖା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାଗଣା ଡ୍ରେସ୍, ସାଇକେଲ ଭଳି ଅନେକ ପଦକ୍ଷେପ ନିଆଯାଉଛି । ଅଷ୍ଟମ ଯାଏଁ ପିଏମ୍ ପୋଷଣ ଥିଲା କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନବମ ଓ ଦଶମ ପିଲା ତଥା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୮୦ ହଜାର ପିଲାଙ୍କୁ ସିଏମ୍ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି । ୧୫ ଶହ ଶିକ୍ଷକ ଭିନ୍ନକ୍ଷମ ପିଲାଙ୍କ ପାଇଁ ନିଯୁକ୍ତି କରାଯିବା ପାଇଁ ସରକାର ଚିନ୍ତା କରୁଛନ୍ତି । ରାଜ୍ୟରେ ପୂର୍ବରୁ ପିଏମ୍ଶ୍ରୀ ସ୍କୁଲ ନଥିଲା ଆମ ସରକାର ଆସିବା ପରେ ୭୬୨ଗୋଟି ପିଏମ୍ଶ୍ରୀ ସ୍କୁଲ ହୋଇଛି ।

ବାଲେଶ୍ବରରେ ୩୨୯ ଜଣ ଡ୍ରପ୍ଆଉଟ୍ ପିଲା ଥିବାବେଳେ ଆମେ ୩୦୦ ଜଣଙ୍କୁ ଫେରାଇ ଆଣିଛୁ । ଆଉ ମାତ୍ର ୨୯ଜଣ ରହିଛନ୍ତି ତାଙ୍କୁ ମଧ୍ୟ ଫେରାଇ ଆଣିବାକୁ ଉଦ୍ୟମ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି ।