ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଲଗାତାର ଦୁଇ ଦିନର ହ୍ରାସ ପରେ ଆଜି ବଡ଼ ବୃଦ୍ଧି ଦେଖିଛି । ମଧ୍ୟପ୍ରାଚ୍ୟରେ ବଢୁଥିବା ଭୂ-ରାଜନୈତିକ ଉତ୍ତେଜନା ସତ୍ତ୍ୱେ ନିବେଶକ ଲାର୍ଜକ୍ୟାପ୍ ଓ ବ୍ଲୁଚିପ୍ ସେୟାରରେ ଜୋରଦାର କ୍ରୟ ଦେଖିବାକୁ ମିଳିଛି । ଏହି କାରଣରୁ ସେନ୍ସେକ୍ସ ଓ ନିଫ୍ଟି ଉଭୟରେ ପ୍ରାୟ ୧ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଆଇଟି, ମେଟାଲ, ରିୟଲ୍ଟି ଓ ଅଏଲ ଆଣ୍ଡ ଗ୍ୟାସ୍ ସେକ୍ଟର ସେୟାରରେ ୧ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ବ୍ରଡର ମାର୍କେଟ୍ କଥା ଯଦି କହିବା ତେବେ ମିଡ୍କ୍ୟାପ୍ ଓ ସ୍ମଲ୍କ୍ୟାପ୍ ସେୟାର ମଧ୍ୟ ଭଲ ରିକଭର୍ କରିଛନ୍ତି ।
କାରବାର ଶେଷରେ ସେନ୍ସେକ୍ସ ୬୭୭.୫୫ ଅଙ୍କ ବା ୦.୮୪ ପ୍ରତିଶତ ବଢି ୮୧,୭୯୬.୧୫ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ, ନିଫ୍ଟି ୨୨୭.୯୦ ଅଙ୍କ ବା ୦.୯୨ ପ୍ରତିଶତ ବଢି ସ୍ତରରେ ବନ୍ଦ ହୋଇଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ଜୁନ୍ ୧୬ରେ ବଢି ୪୫୦.୪୪ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କାରବାର ଦିନ ଅର୍ଥାତ୍ ଶୁକ୍ରବାର ଜୁନ୍ ୧୩ରେ ୪୪୭.୨୧ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୩.୨୩ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ୩.୨୩ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି ।
ବିଏସ୍ଇ ସେନ୍ସେକ୍ସର ୩୦ରୁ ୨୭ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ଏଥିରେ ଅଲ୍ଟ୍ରାଟେକ୍ ସିମେଣ୍ଟ ସେୟାରରେ ୨.୩୯ ପ୍ରତିଶତର ସବୁଠୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ଅନ୍ୟପଟେ ଟାଟା ମୋଟର୍ସର ସେୟାର ୩.୫୬ ପ୍ରତିଶତ ହ୍ରାସ ଟପ୍ ଲୁଜର ହୋଇଛି ।