ମାଲକାନଗିରି ୧୬।୭: ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଟପ୍ ମାଓ ଦମ୍ପତି । ମାଲକାନଗିରି ତେଲେଙ୍ଗାନା ସୀମାନ୍ତ ରାମାଗୁଣ୍ଡମରେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ସଦସ୍ୟ ଆତ୍ରମ୍ ଲଛନ୍ନା ଓରଫ ଗୋପାନ୍ନା ଓରଫ ରାଜପ୍ପା ଓ ତାଙ୍କ ପତ୍ନୀ ଚୌଧୁରୀ ଅଙ୍କୁବାଇ ଓରଫ ଅନିତାକ୍କା ଓରଫ ଲକ୍ଷ୍ମୀ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ଉଭୟ ଦୀର୍ଘ ସମୟ ଧରି ନକ୍ସଲ କାର୍ଯ୍ୟ କଳାପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଲଛନ୍ନା ୨୦୨୩ ମସିହାରେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ଦାୟିତ୍ୱ ଗ୍ରହଣ କରିଥିଲେ । ପୂର୍ବରୁ ୨୦୦୭ ମସିହାରେ ଛତିଶଗଡ ଉତ୍ତର ବସ୍ତର DVCର ବୈଷୟିକ ବିଭାଗର ପ୍ରଭାରୀ ଭାବେ ସଂଗଠନର ଦାୟିତ୍ୱ ତୁଲାଇଥିଲେ । ତାଙ୍କ ପତ୍ନୀ ଅନିତାକ୍କା ମଧ୍ୟ ଦିର୍ଘ ବର୍ଷ ଧରି ନକ୍ସଲ ସଂଗଠନରେ ସକ୍ରିୟ ଥିଲେ । ସେ ୧୯୯୫ ପର୍ଯ୍ୟନ୍ତ ତେଲେଙ୍ଗାନାର ସିରପୁର ଦଳମରେ କାର୍ଯ୍ୟ କରିଥିଲେ ଏବଂ ୨୦୦୨ ମସିହାରେ ACM ଭାବରେ ପଦୋନ୍ନତି ପାଇଥିଲେ । ୨୦୦୭ ମସିହାରେ ତାଙ୍କୁ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ବୈଷୟିକ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା । ଆତ୍ମସମର୍ପଣ କରିବା ପୂର୍ବରୁ ସେ ଉତ୍ତର ବସ୍ତର ଡିଭିସିରେ ଡିସିଏମ (ଟେକ୍ନିକାଲ୍ ବିଭାଗ) ଭାବରେ କାର୍ଯ୍ୟ କରୁଥିଲେ । ଉଭୟଙ୍କ ଆତ୍ମସମର୍ପଣ ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ସଫଳତା । ଦୀର୍ଘ ଦିନ ପରେ ଏହି ବରିଷ୍ଠ ମାଓବାଦୀଙ୍କ ଆତ୍ମସମର୍ପଣ ବସ୍ତର ଏବଂ ତେଲେଙ୍ଗାନାରେ ନକ୍ସଲ ନେଟୱର୍କ ଉପରେ ଏକ ବଡ଼ ପ୍ରଭାବ ପକାଇପାରେ ବୋଲି କୁହାଯାଉଛି ।
You Can Read:
କେନ୍ଦ୍ରାପଡ଼ା ଫାର୍ମରେ ମରି ପଡ଼ୁଛନ୍ତି କୁକୁଡ଼ା, ବାର୍ଡ ଫ୍ଲୁ ଆଶଙ୍କା