LIVE TV

ଡ଼ରାଇଲାଣି ଦିଲ୍ଲୀ ପ୍ରଦୂଷଣ : ଆନନ୍ଦ ବିହାରରେ AQI ୩୫୦ ପାର୍, ଗ୍ରାପ୍-୧ ପ୍ରତିବନ୍ଧକ ଲାଗୁ

NEWS7
mans-body-was-found-on-a-railway-track-in-bhubaneswar

ନୂଆଦିଲ୍ଲୀ : ଦିଲ୍ଲୀ ସହ ହିଁ ଏନସିଆରର ଅଞ୍ଚଳରେ ପୁଣି ଥରେ ପଲ୍ୟୁସନର ଭୟଙ୍କର ଦୃଶ୍ୟ ନଜର ଆସୁଛି। ପରିସ୍ଥିତି ଏହା ଯେ, ମଙ୍ଗଳବାର ଦିଲ୍ଲୀର ଅନେକ ଅଞ୍ଚଳରେ ଏକ୍ୟୁଆଇ ୨୦୦ ପଏଣ୍ଟକୁ ଅତିକ୍ରମ କରି ଯାଇଛି। ବାୟୁର ଗୁଣବତ୍ତାର ଖରାପ ଶ୍ରେଣୀରେ ପହଞ୍ଚିବା ପରେ ହିଁ ଦିଲ୍ଲୀ ଓ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର (ଏନସିଆର)ରେ ଗ୍ରେନେଡ୍ ରେସପନ୍ସ ଆକ୍ସନ ପ୍ଲାନ ଅର୍ଥାତ୍ ଗ୍ରାପ୍‌ର ପ୍ରଥମ ପର୍ଯ୍ୟାୟର ପ୍ରତିବନ୍ଧକକୁ ଲାଗୁ କରି ଦିଆ ଯାଇଛି।

ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ (ସିଏକ୍ୟୁଏମ୍) ବିଗିଡ଼ି ଥିବା ପ୍ରଦୂଷଣ ସ୍ତରର ସମୀକ୍ଷା ପରେ ପ୍ରଦୂଷଣ-ରୋଧୀ ଉପାୟକୁ ପ୍ରଥମ ପର୍ଯ୍ୟାୟରେ ସକ୍ରିୟ କରିବାକୁ ନିର୍ଣ୍ଣୟ ନେଇଛି।

କେବେ ଲାଗୁ ହେବ ଗ୍ରାପ୍-୧ :

ବାୟୁର ଗୁଣବତ୍ତା ପ୍ରବନ୍ଧନ ଆୟୋଗ ଅର୍ଥାତ୍ ସିକ୍ୟୁଏଏମ୍ ପକ୍ଷରୁ ଜାରି ଟିପ୍ପଣୀରେ କୁହାଯାଇଛି ଯେ, ଦିଲ୍ଲୀରେ ବିଗିଡ଼ି ଥିବା ବାୟୁର ଗୁଣବତ୍ତା ମଧ୍ୟରେ ଗ୍ରାପ୍-୧ର ପ୍ରତିବନ୍ଧକକୁ ଲାଗୁ କରିଦିଆ ଯାଇଛି। ଗ୍ରାପ୍-୧ ଅନୁସାରେ ପ୍ରତିବନ୍ଧକ ସେତେବେଳେ ଲାଗୁ ହେବ, ଯେତେବେଳେ ଏକ୍ୟୁଆଇ ୨୦୦ର ସୀମାକୁ ଅତିକ୍ରମ କରିଯାଏ। ମଙ୍ଗଳବାର ଦିଲ୍ଲୀର ହାରାହାରି ଏକ୍ୟୁଆଇ ୨୧୧ ରୁଜୁ କରାଯାଇଛି, ଯାହା ଖରାପ ଶ୍ରେଣୀରେ ଆସିଥାଏ।

ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ, ଗ୍ରାପ୍-୧ ଅନୁସାରେ କାର୍ଯ୍ୟଗୁଡ଼ିକ ସମଗ୍ର NCRରେ ସମ୍ପୃକ୍ତ ଏଜେନ୍ସିଗୁଡ଼ିକ ଦ୍ୱାରା କାର୍ଯ୍ୟକାରୀ କରା‌ଯିବ। ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, କମିଟି AQI ଉପରେ କଡ଼ା ନଜର ରଖିବ ଏବଂ ଉପ‌ଯୁକ୍ତ ନିଷ୍ପତ୍ତି ନେବା ପାଇଁ ସମୟ ସମୟରେ ପରିସ୍ଥିତି ସମୀକ୍ଷା କରିବ।

ଗ୍ରାପ୍-୧ର ପ୍ରତିବନ୍ଧକ : ସମସ୍ତ କାର୍ଯ୍ୟାନ୍ଵୟନ ଏଜେନ୍ସିଗୁଡ଼ିକ ଗ୍ରାପ୍-୧  ଅନୁସାରେ ଲାଗୁ ନୀତି ନିୟମର ଅନୁପାଳକୁ ନେଇ କଡ଼ାକଡ଼ି ତଦାରଖ କରିବା ସହ ଉପାୟ ଗୁଡ଼ିକୁ ତୀବ୍ର କରିବେ। ଗ୍ରାପ୍-୧ ଅଧୀନରେ ନାଗରିକ ଚାର୍ଟରକୁ କଡ଼ାକଡ଼ି ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରାଯିବ।

୧ – ଗ୍ରାପ୍-୧ର କଟକଣା ଅନୁଯାୟୀ ସମସ୍ତ ନିର୍ମାଣ ଓ ଭଙ୍ଗା ସ୍ଥାନରେ ଧୂଳି ନିୟନ୍ତ୍ରଣ ବାଧ୍ୟତାମୂଳକ। ୫୦୦ ବର୍ଗ ମିଟରରୁ ଅଧିକ ପ୍ରକଳ୍ପଗୁଡ଼ିକରେ ଧୂଳି ପରିଚାଳନା ଯୋଜନା ରହିବା ଆବଶ୍ୟକ ।

୨- ଗ୍ରାପ୍-୧ର କଟକଣା ଅନୁଯାୟୀ, ଖୋଲା ସ୍ଥାନରେ ଅଳିଆ, ପତ୍ର ଏବଂ ଅନ୍ୟାନ୍ୟ ଅଳିଆ ଜାଳିବା ଉପରେ ନିଷେଧ।

୩- ରାସ୍ତା ପାର୍ଶ୍ଵରେ ଥିବା ଖାଦ୍ୟପେୟର ଦୋକାନ ଏବଂ କମର୍ସିଆଲ ରୋଷେଇରେ କୋଇଲା ଓ କାଠର ବ୍ୟବହାରରେ ରୋକ୍ । ହୋଟେଲ, ରେଷ୍ଟୁରାଣ୍ଟ ଓ ଖୋଲା ଭୋଜନାଳୟରେ ରୋଷେଇ ପାଇଁ କେବଳ ବିଦ୍ୟୁତ୍ , ଗ୍ୟାସ୍ କିମ୍ୱା ଅନ୍ୟ ସ୍ୱଚ୍ଛ ଇନ୍ଧନର ବ୍ୟବହାର କରିବାକୁ ହେବ।

୪- ଅତ୍ୟାବଶ୍ୟକ କିମ୍ବା ଜରୁରୀକାଳୀନ ବ୍ୟବହାର ବ୍ୟତୀତ ଡିଜେଲ ଜେନେରେଟରରେ ପ୍ରତିବନ୍ଧକ।

୫-ବାୟୁ ପ୍ରଦୂଷଣ ସୃଷ୍ଟି କରୁଥିବା ଯାନବାହନକୁ ଜରିମାନା କିମ୍ୱା ଜବତ କରାଯାଇ ପାରେ।

୬- ଗ୍ରାପ୍-୧ର ପଦକ୍ଷେପ ମଧ୍ୟ ରେ ପ୍ରମୁଖ ଛକ ଗୁଡ଼ିକରେ ଟ୍ରାଫିକ୍ ପୋଲିସ ନିୟୋଜିତ କରିବା ଏବଂ ଡ୍ରାଇଭରଙ୍କୁ ଲାଲବତି ବେଳେ ସେମାନଙ୍କର ଇଞ୍ଜିନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ଅନ୍ତର୍ଭୁକ୍ତ। ବାସନ୍ଦାମାନଙ୍କୁ ପରାମର୍ଶ ଦିଆଯାଉଛି ଯେ, ଲାଲବତି ବେଳେ ଇଞ୍ଜିନ ବନ୍ଦ କରି ଦିଅନ୍ତୁ।

୭- ଦିଲ୍ଲୀରେ ୧୦ ବର୍ଷର ପୁରୁଣା ଡିଜେଲ ଗାଡ଼ି ଏବଂ ୧୫ ବର୍ଷର ପୁରୁଣା ପେଟ୍ରୋଲ ଗାଡ଼ି ଉପରେ ପ୍ରତିବନ୍ଧକ।

୮- ପ୍ରଦୂଷଣ ହ୍ରାସ କରିବା ପାଇଁ, ହାଇବ୍ରିଡ୍ କିମ୍ବା ବୈଦ୍ୟୁତିକ ଯାନବାହନକୁ ପ୍ରାଥମିକତା ଦିଆଯିବା ଉଚିତ।

୯- ସମଗ୍ର ଏନସିଆରରେ ଫୋଟକା (ଉତ୍ପାଦନ, ବିକ୍ରୟ ଏବଂ ସଂରକ୍ଷଣ) ଉପରେ ପ୍ରତିବନ୍ଧକ ଲଗାଯାଇଛି।

୧୦- ଦିଲ୍ଲୀର ୩୦୦ କିଲୋମିଟର ପରିଧି ମଧ୍ୟରେ ପ୍ରଦୂଷଣକାରୀ ଶିଳ୍ପ ଏବଂ ତାପଜ ବିଦ୍ୟୁତ୍ କେନ୍ଦ୍ର ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବର୍ତ୍ତମାନ ସମୟରେ, ଦିଲ୍ଲୀର ଅନେକ ଅଞ୍ଚଳରେ AQI ୩୦୦ ଅତିକ୍ରମ କରି ସାରିଛି। ଆନନ୍ଦ ବିହାରରେ ସନ୍ଧ୍ୟା ୭ଟାରେ AQI ୩୫୨ ଅଙ୍କ ରେକର୍ଡ କରାଯାଇଛି। ଆହୁରି ଅନେକ ଅଞ୍ଚଳରେ AQI ୨୦୦ ଉପରେ ରେକର୍ଡ କରାଯାଇଛି।