ରିମାଣ୍ଡରେ ଶୁଭମିତ୍ରା ସାହୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ, ପ୍ରଥମ ପତ୍ନୀଙ୍କୁ ହତ୍ୟା ମାମଲାରେ ପଚାର ଉଚୁରା କରିବ ପୋଲିସ

NEWS7
man-electrocutted-in-nayagarh-villagers-blocked-road-of-demand-compensation

ଭୁବନେଶ୍ବର: ବହୁଚର୍ଚ୍ଚିତ ଶୁଭମିତ୍ରା ହତ୍ୟା ଘଟଣାରେ ଅଭିଯୁକ୍ତ ଦୀପକ ରାଉତଙ୍କୁ ରିମାଣ୍ଡରେ ନେଲା ପୋଲିସ। ସୋମବାର ଖୁଣ୍ଟୁଣି ଥାନା ଥାନା ପୋଲିସ ଦୀପକକୁ ଦିନିକିଆ ରିମାଣ୍ଡରେ ନେଇଛି। ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ହତ୍ୟା ମାମଲାରେ ତଦନ୍ତ ପାଇଁ ପୋଲିସ ଦୀପକକୁ ରିମାଣ୍ଡରେ ଆଣିଛି। ଏହି ସମୟରେ ପଚରା ଉଚୁରାରେ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ପଛର ରହସ୍ୟକୁ ନେଇ ବଡ଼ ଖୁଲାସା ହୋଇପାରେ। ଆବଶ୍ୟକ ସ୍ଥଳେ ଦୀପକର ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ କରାଯାଇପାରେ।

ସୂଚନାଥାଉକି, ଗତ ବର୍ଷ ସେପ୍ଟେମ୍ବର ୧୭ରେ କେନ୍ଦୁଝର ଜିଲ୍ଲା ଘଟଗାଁ ଜଙ୍ଗଲରୁ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହା ପୂର୍ବରୁ ପ୍ରାୟ ୧୨ ଦିନ ହେବ ସେ ନିଖୋଜ ଥିଲେ। ତେବେ ଶୁଭମିତ୍ରାଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା। ତଦନ୍ତରୁ ଦୀପକ ବିଷୟରେ ଜାଣିବାକୁ ପାଇଥିଲା ପୋଲିସ। ତାକୁ5 ମାରାଥନ ଜେରା ପରେ ସବୁ ସତ ବାହାରକୁ ଆସିଥିଲା। ପ୍ରେମିକ କନେଷ୍ଟବଲ ଦୀପକ, ଶୁଭମିତ୍ରାଙ୍କୁ ହତ୍ୟା କରି କେନ୍ଦୁଝରରେ ଫିଙ୍ଗିଥିଲା।

ତେବେ କଥା ଏତିକିରେ ସରିନଥିଲା। ଏହି ଘଟଣାରୁ ଦୀପକଙ୍କ ପ୍ରଥମ ପତ୍ନୀଙ୍କ ବିଷୟରେ ମଧ୍ୟ ଜଣାପଡ଼ିଥିଲା। ୨୦୦୨ ମସିହା ମାର୍ଚ୍ଚ ମାସ ୧୭ ତାରିଖରେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ କାର ଯୋଗେ ଢେଙ୍କାନାଳରୁ ଭୁବନେଶ୍ୱର ଆସୁଥିବା ବେଳେ ଖୁଣ୍ଟୁଣି ଥାନା ଅନ୍ତର୍ଗତ ରାଧାକିଶୋର ପୁର ଠାରେ ତାଙ୍କର ଦୁର୍ଘଟଣା ନେଇ ପୋଲିସ ଆଗରେ କହିଥିଲା ଦୀପକ। କିନ୍ତୁ ପରେ ଅପର୍ଣ୍ଣାଙ୍କ ମୃତ୍ୟୁ ହତ୍ୟା ଜନିତ ବୋଲି ଅଭିଯୋଗ କରିଥିଲେ ପରିବାର ଲୋକେ । ଯାହାକୁ ନେଇ ପରେ ତତ୍କାଳୀନ ତଦନ୍ତକାରୀ ଅଧିକାରୀ, ଆଇଆଇସିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା। ଆଉ ଏହି କ୍ରମରେ ପୋଲିସ ଦୀପକୁ ରିମାଣ୍ଡରେ ନେଇଛି।