ସୋସିଆଲ ମିଡିଆରେ ଭାଇରାଲ ହେଉଛି ମମତାଙ୍କ ଭିଡିଓ, ଭୁଲ ମନ୍ତ୍ର ପଢି ହେଲେ ଟ୍ରୋଲ

Published By : Prameya-News7 Bureau | February 02, 2025 IST

ମୁମ୍ଵାଇ ୦୨।୦୨; ୯୦ ଦଶକର ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି।  ଯିଏକି ମହାକୁମ୍ଭ ୨୦୨୫ରେ କିନ୍ନର ଆଖଡାଙ୍କ ଦ୍ୱାରା ମହାମଣ୍ଡଲେଶ୍ୱର ପଦବୀ ପାଇଥିଲେ । ତାଙ୍କୁ ମହାମଣ୍ଡଳେଶ୍ୱର ହେବା ପରେ କିନ୍ନର ଆଖଡା ଏବଂ ସାଧୁ ସନ୍ଥଙ୍କ ମଧ୍ୟରେ ଏପରି ବିବାଦ ଆରମ୍ଭ ହୋଇଥିଲା ଯେ ଆଖଡାର ପ୍ରତିଷ୍ଠାତା ଅଜୟ ଦାସ କିନ୍ନର ଆଖଡାର ଆଚାର୍ଯ୍ୟ ମହାମଣ୍ଡଳଶ୍ୱର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଏବଂ ମମତା କୁଲକର୍ଣ୍ଣିଙ୍କୁ ବାହାର କରିଥିଲେ। ମାତ୍ର ୭ଦିନରେ  ଏହି ପଦଟି ମମତାଙ୍କଠାରୁ ନିଆଯାଇଥିଲା। 

ଏହି ପଦ ଛାଡିବା ପରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଯେଉଁଥିରେ ଅବସର ନେବା ପରେ ଯେତେବେଳେ ବେଦ ଏବଂ ଶାସ୍ତ୍ରୀଙ୍କ ଉପରେ ପ୍ରଶ୍ନ ପଚରାଯାଇଥିଲା। ସେତେବେଳେ ସେ ତାଙ୍କ ଉତ୍ତରରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ।ଭାଇରାଲ ଭିଡିଓରେ ଯେତେବେଳେ ତାଙ୍କୁ ଅବସର ପରେ ବେଦ ଏବଂ ଶାସ୍ତ୍ର ଉପରେ ଏକ ପ୍ରଶ୍ନ ପଚରାଗଲା, ସେତେବେଳେ ସେ ଆଖି ବନ୍ଦ କରି ମନ୍ତ୍ର ଜପ କରିବା ଆରମ୍ଭ କଲେ। ତେବେ ସେ ଯେଉଁ ମନ୍ତ୍ର ଜପ କରିଥିଲେ ତାହା ଭୁଲ ଥିଲା, ଯାହା ପରେ ଲୋକମାନେ ତାଙ୍କୁ ଟ୍ରୋଲ ମଧ୍ୟ କରିଥିଲେ।

ମମତା ତାଙ୍କର ଆଧ୍ୟାତ୍ମିକ ଯାତ୍ରାକୁ ଗଭୀର ସନ୍ତୋଷଜନକ ବୋଲି ବର୍ଣ୍ଣନା କରିଥିଲେ । ତେବେ ମମତା ନିଜର ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରିବାର କିଛି ଦିନ ପରେ ତାଙ୍କୁ କିନ୍ନର ଆଖଡାରୁ ବହିଷ୍କାର କରାଯାଇଥିଲା। ତାଙ୍କ ନିଯୁକ୍ତି ଆଖଡାରା ଭିତରେ ଅନେକଙ୍କ ଆପତ୍ତି ସୃଷ୍ଟି କରିଥିଲା। ଖବର ଅନୁଯାୟୀ, କିନ୍ନର ଆଖଡାର ପ୍ରତିଷ୍ଠାତା ଅଜୟ ଦାସଙ୍କ ଆଚାର୍ଯ୍ୟ ମହାମଣ୍ଡଳଶ୍ୱର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ସହ ମତଭେଦ ରହିଥିଲା ଯେଉଁଥିରେ ସେ ତ୍ରିପାଠୀଙ୍କୁ ଏହି ପଦରୁ ହଟାଇବାକୁ ଧମକ ଦେଇଥିଲେ। ଏହାର ଜବାବରେ ଲକ୍ଷ୍ମୀ ନାରାୟଣ ଏକ ନୂତନ ବିବାଦ ସୃଷ୍ଟି କରି ଦାବି କରିଛନ୍ତି ଯେ ଦାସଙ୍କର ଏହା କରିବାର ଅଧିକାର ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.