ମର୍ଣ୍ଣିଂ ଓ୍ୱାର୍କରେ ଯାଉଥିଲେ, ଦ୍ରୁତ ଗାଡ଼ି ନେଇଗଲା ତିନି ଜୀବନ

NEWS7
major-road-accident-in-malaysia

ଭୁବନେଶ୍ୱର ୧୬।୦୩ : ଭୟଙ୍କର ସଡ଼କ ଦୁର୍ଘଟଣା । ଭୁବନେଶ୍ୱର ଉତ୍ତରା ଛକ ନିକଟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । କାର୍ ଧକ୍କାରେ ଚାଲିଯାଇଛି ତିନି ଜଣଙ୍କର ଜୀବନ । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଦୁଇ ମହିଳା ଥିବା ଜଣାପଡିଛି ।

ଏ ଖବର ବି ପଢନ୍ତୁ:-Rajyasabha Race: ଚତୁର୍ଥ ଆସନକୁ ନେଇ ଛକାପଞ୍ଝା, ରୋଚକ ମୋଡ଼ରେ ରାଜ୍ୟସଭା ରାଜନୀତି

ଖବର ଅନୁଯାୟୀ, ଉତ୍ତରା ଛକରେ ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷ ପ୍ରାତଃ ଭ୍ରମଣରେ ବାହାରିଥିଲେ । ଏହି ସମୟରେ ଭୁବନେଶ୍ୱରରୁ ପୁରୀ ଯାଉଥିବା ଏକ କାର୍ ତିନି ଜଣଙ୍କୁ ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ ତିନି ଜଣ ରାସ୍ତାକଡ଼କୁ ଛିକ୍ଟି ପଡ଼ିଥିଲେ । ଏହାପରେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା । ତିନି ମୃତକଙ୍କ ପରିଚୟ ମିଳିଛି, ସେମାନେ ହେଲେ ରୋଜାଲିନ ସାହୁ, ବିବିଲତା ସାହୁ ଏବଂ ଅନ୍ୟ ଜଣେ ପୁରୁଷ ଥିବା ଜଣାପଡିଛି । ତେବେ ଦୁର୍ଘଟଣା ଘଟାଇଥିବା କାର୍ଟି ପ୍ରାୟ ଦେଢ ଶହ ସ୍ପିଡ୍ରେ ଯାଉଥିଲା । ତେଣୁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବାର ସୂଚନା ରହିଛି ।

ଏ ଖବର ବି ପଢନ୍ତୁ:- SCB ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ, ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା