Live Live
LIVE

Karur stamped case ଥଲାପତି ବିଜୟଙ୍କୁ ପଚରା ଉଚରା କରିବ CBI, ଜାରି ହେଲା ସମନ

NEWS7
main-accused-arrested-for-iligal-work-against-two-young-man-rourkela

ନୂଆଦିଲ୍ଲୀ ୧୦।୩:କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ତାମିଲ ସୁପରଷ୍ଟାର ଥଲାପତି ବିଜୟଙ୍କୁ କରୁର ଦଳାଚକଟା ମାମଲାରେ ପୁଣି ଡକାଇଛି। ଏହି ମାମଲାରେ ଅଭିନେତାଙ୍କୁ ୧୨ ଓ ୧୯ ଜାନୁୟାରୀରେ ପଚରା ଉଚରା ହୋଇଥିଲା। ଏବେ ସିବିଆଇ ଏହି ମାମଲାରେ ପଚରା ଉଚରା କରିବା ପାଇଁ ପୁଣି ଥରେ ସମନ ଜାରି କରିଛି। ତାଙ୍କୁ ମାର୍ଚ୍ଚ ୧୫ ତାରିଖରେ ଦିଲ୍ଲୀରେ ପଚରା ଉଚରା କରାଯିବ ବୋଲି ଜଣାପଡିଛି। ସିବିଆଇ ରାଜ୍ୟ ମୁଖ୍ୟାଳୟରେ ୧୨ ଓ ୧୯ ଜାନୁୟାରୀ ପଚରା ଉଚରାରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଥିଲା। ଏହି ତଥ୍ୟ ଉପରେ ସ୍ପଷ୍ଟିକରଣ ପାଇଁ ତାଙ୍କୁ ପୁଣି ଥରେ ତଲବ କରାଯାଇଛି।

କରୁର ଦଳାଚକଟା ମାମଲା
ଏହି ଘଟଣା କରୁରରେ ୨୭ ଡିସେମ୍ବର ୨୦୨୫ରେ ହୋଇଥିଲା। ଏଥିରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକେ ଆହତ ହୋଇଥିଲେ। ଏହା ବିଜୟଙ୍କ ରାଜନୈତିକ ରାଲି କାଳରେ ହୋଇଥିଲା। ସୁପଷ୍ଟାରଙ୍କୁ ଦେଖିବା ପାଇଁ କରୁରକୁ ବହୁ ସଂଖ୍ୟାରେ ଲୋକେ ପହଞ୍ଚିଥିଲେ। ଫଳରେ ପରିସ୍ଥିତି ବିଗିଡି ଯାଇଥିବା ବେଳେ ଦଳାଚକଟା ହୋଇଥିଲା। ପ୍ରଥମେ ଏହି ମାମଲାର ଯାଞ୍ଚ ଏସଆଇଟି କରୁଥିଲା। ତେବେ ମାମଲା ସୁପ୍ରିମକୋର୍ଟକୁ ପହଞ୍ଚିବା ପରେ କୋର୍ଟ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ନ୍ୟସ୍ତ କରିଥିଲେ। ଏବେ ସିବିଆଇ ଏହି ମାମଲାର ଯାଞ୍ଚ କରୁଛି।

Also read..
୩ ଥର ବିଷ, ଶେଷରେ ୧ ଲକ୍ଷର ସୁପାରୀ: ପତ୍ନୀଙ୍କୁ ମାରିଲା ପାପୀ ସ୍ୱାମୀ

ଅନେକ ଲୋକଙ୍କୁ ପଚରା ଉଚରା କଲାଣି ସିବିଆଇ
ଉଲ୍ଲେଖଯୋଗ୍ୟ ଯେ ଏହି ମାମଲାରେ ପୂର୍ବରୁ ଅନେକ ଲୋକଙ୍କୁ ପଚରା ଉଚରା କରାଗଲାଣି। ସିବିଆଇ ମାମଲାରେ ତାମିଲନାଡୁ ପୋଲିସର ସେହି ସୁରକ୍ଷା କର୍ମୀମାନଙ୍କୁ ପଚରାଉଚରା କରିଛି ଯେଉଁମାନେ ଘଟଣା ଦିନ ବିଜୟଙ୍କ ସୁରକ୍ଷାରେ ଘଟଣାସ୍ଥଳରେ ମୁତୟନ ଥିଲେ। ତାମିଲନାଡୁ ପୋଲିସ କର୍ମଚାରୀଙ୍କୁ କରୁର ବେସ କ୍ୟାମ୍ପକୁ ଡକାଇ ପଚରା ଉଚରା କରିଥିଲା। ଏହି ପଚରା ଉଚରାରେ ଘଟଣା ଦିନ ବିଜୟଙ୍କ କାର୍ଯ୍ୟକଳାପ ଓ ତାଙ୍କ ଯାତାୟାତ ସମୟକୁ ନେଇ ପଚରା ଉଚରା କରାଯାଇଥିଲା। ଏହି ମାମଲାରେ ସିବିଆଇ ଜିଲ୍ଲାପାଳ ଏମ.ଥଙ୍ଗାଭେଲ ଓ ଏସପି କେ.ଜୋସଙ୍କ ବୟାନ ମଧ୍ୟ ରେକର୍ଡ କରିଛି। ଘଟଣା ଦିନ ଏମାନେ ମଧ୍ୟ ଉପସ୍ଥିତ ଥିଲେ।

Also Read..

ହୋଟେଲ ଶିଳ୍ପରେ ହାହାକାର: ମିଳୁନି ରନ୍ଧନ ଗ୍ୟାସ, ବନ୍ଦ ହୋଇପାରେ ଦେଶର ଅନେକ ରେଷ୍ଟୁରାଣ୍ଟ୍