ଲୁଚିଛପି ଗାଁରେ ତିଆରି ହେଉଥିଲା ଦେଶୀ ମଦ, ଚଢାଉ କରି ସବୁ ନଷ୍ଟ କଲା ଅବକାରୀ ବିଭାଗ

NEWS7
mai-atal-hoon-teaser-pankaj-tripathi-as-atal

ଆଠଗଡ଼ ୨୨।୦୧ : ଆକ୍ସନରେ ଅବକାରୀ ବିଭାଗ । ଆଠଗଡ଼ର ବିଭିନ୍ନ ସ୍ଥାନରେ ଏକକାଳୀନ ଅବକାରୀ ବିଭାଗର ଚଢାଉ । କଟକ ଜିଲ୍ଲା ତିଗିରିଆ ଥାନା ଭିରୁଡ଼ା ଓ ପଣସପାଟଣା ଗାଁରେ ଚାଲିଥିବା ଦେଶୀ ମଦ ଭାଟିରେ ଚଢାଉ କରିଛି ଅବକାରୀ ବିଭାଗ ।

ଘରେ ଘରେ ପ୍ରସ୍ତୁତି ଚାଲିଛି ଚୋରା ଦେଶୀ । ବ୍ୟାରେଲ୍‌ ମଧ୍ୟରେ ରଖାଯାଇଛି ପୁଳାପୁଳା ଦେଶୀ ମଦ । ଗୁଇନ୍ଦା ସୁତ୍ରରୁ ଖବର ପାଇ କଟକ ଓ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ହୋଇଥିଲା ମିଳିତ ଚଢାଉ । ଏହି ଚଢାଉରେ ଅବକାରୀ ବିଭାଗକୁ ବିପୁଳ ପରିମାଣର ଦେଶୀ ମଦ ସହିତ ପୋଚ ମିଳିଥିଲା । ୧୧୦୨୫ ଲିଟ୍‌ ଦେଶୀ ମଦ ସହିତ ୩୧୯୯୦ ଲିଟର ଗୁଡ ପୋଚକୁ ନଷ୍ଟ କରିଛି ଅବକାରୀ ବିଭାଗ । ତେବେ ଅବକାରୀ ବିଭାଗ ଏହାକୁ ନଷ୍ଟ କରିବା ଦ୍ୱାରା ଗାଁରେ ଦାଣ୍ଡ ମଦ ଭାସୁଥିବାର ଦେଖିବାକୁ ମିଳିଛି । ସେପଟେ ଅବକାରୀ ବିଭାଗ ୪ଗୋଟି ମାମଲା ରୁଜୁ କରି ତଦନ୍ତ କରୁଛି । ଭିରୁଡ଼ା ପଣସ ପାଟଣା ଅଞ୍ଚଳରେ ଚୋରା ଦେଶୀ ମଦ ପ୍ରସ୍ତୁତ କରାଯାଇ ଚୋରା ଚାଲାଣ ହେଉଥିବାର ବାରମ୍ବାର ଅଭିଯୋଗ ଆସୁଥିଲା ।