LIVE TV

ଅମିତ ଶାହ ପରାମର୍ଶ ଦେଇଥିଲେ, ଏବେ ମହାନଦୀ ସମସ୍ୟାର ସମାଧାନ ହେବ

NEWS7

ଭୁବନେଶ୍ବର ୩୧।୮: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପରାମର୍ଶ ଦେଇଥିଲେ, ଏବେ ମହାନଦୀ ସମସ୍ୟାର ସମାଧାନ ହେବ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ମହାନଦୀ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପରାମର୍ଶ ଦେଇଥିଲେ l ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କର ଏନେଇ ଆଲୋଚନା ହୋଇଛି l ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ହେବ l ସମୟ ଗଡେଇବା ପାଇଁ ବିରୋଧୀ କେସ୍ କରିଥିଲେ l କହିବା ପାଇଁ ତାଙ୍କର ନୈତିକ ସାହସ ନାହିଁ l ମହାନଦୀରେ ଗୋଟେ ବି ବ୍ୟାରେଜ କରିପାରିଲେ ନାହିଁ l ଖାଲି କେସ୍ କଲେ କ’ଣ ହେବ, ସରକାର ୧୫ ବର୍ଷ ଭିତରେ ଗୋଟେ ବ୍ୟାରେଜ ପରିକଳ୍ପନା କରିପାରିଲେ ନାହିଁ l ପାଣି ସମୁଦ୍ରକୁ ବୋହି ଯାଉଛି ଆମେ ଅଟକାଇପାରିଲେ ନାହିଁ । ଛତିଶଗଡ ବ୍ୟାରେଜ କଲା, ଖାଲି ଦୋଷ ଦେଲେ କ’ଣ ହେବ ବୋଲି ମନମୋହନ ସାମଲ କହିଛନ୍ତି ।