LIVE TV

ମଧ୍ୟ ପ୍ରଦେଶରେ ପ୍ରାଣଘାତୀ କଫ୍ ସିରପ୍‌ର ଆତଙ୍କ ଜାରି ! ଛିନ୍ଦୱାଡା ପରେ ବେତୁଲରେ ଆଖି ବୁଜିଲେ ୨ ଶିଶୁ , ଏବେସୁଦ୍ଧ ୧୬ ମୃତ୍ୟୁ

NEWS7
Consuming Coldrif

ଭୋପାଳ – ମଧ୍ୟ ପ୍ରଦେଶରେ ‘ପ୍ରାଣଘାତୀ’ କଫ୍ ସିରଫ ପିଇବା ଦ୍ୱାରା ପିଲାଙ୍କ ମୃତ୍ୟୁର ଘଟଣା ଥମି ନାହିଁ । ଛିନ୍ଦୱାଡା ପରେ ଏବେ ବେତୁଲ ଜିଲ୍ଲାରେ ମଧ୍ୟ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଦୁଇ ଜଣ ଶିଶୁଙ୍କ କିଡନୀ ଫେଲ୍‌ ହେବାରୁ ମୃତ୍ୟୁ ହୋଇଛି। ସୂଚନା ଆଧାରରେ , ଏହି ଦୁଇ ଶିଶୁଙ୍କ ଚିକିତ୍ସା ଡାକ୍ତର ପ୍ରବୀଣ ସୋନି କରି ଥିଲେ। ଦୁଇ ପିଲାଙ୍କୁ କୋଲ୍ଡ୍ରିଫ୍‌ କଫ୍‌ ସିରପ୍‌ ଦିଆଯାଇ ଥିଲା। କହି ରଖୁଛୁ କି, ବେତୁଲର ପଡୋଶୀ ଜିଲ୍ଲାରେ ଛିନ୍ଦୱାଡାରେ ବିପଜ୍ଜନକ କଫ୍‌ ସିରପ୍‌ ପିଇବା ଦ୍ୱାରା ମୋଟ ୧୪ଜଣ ପିଲାଙ୍କ ମୃତ୍ୟୁ ହୋଇଛି।

ଛିନ୍ଦୱାଡାରେ କଫ ସିରପ୍‌ ପିଇବା ଦ୍ୱାରା ପିଲାଙ୍କ ମୃତ୍ୟୁ ମାମଲାରେ ପ୍ରଶାସନ ବଡ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛି। ଏଡିଏମ୍‌ ଧିରେନ୍ଦ୍ର ସିଂହ କହିଛନ୍ତି ଯେ, ଏବେସୁଦ୍ଧ ୧୪ ଜଣ ପିଲାଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି। ସେ କହିଛନ୍ତି , ଏହିସବୁ ମାମଲାରେ କ୍ଷତିପୂରଣ ମଞ୍ଜୁର କରି ଦିଆ ଯାଇଛି ଏବଂ ରାଶି ପରିବାର ଲୋକଙ୍କ ଆକାଉଣ୍ଟରେ ପହଞ୍ଚି ସାରିଛି। ଏହା ବ୍ୟତୀତ ଛିନ୍ଦୱାଡାର ୮ ପିଲା ନାଗପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ସ୍ଥିତି ଉପରେ ନଜର ରଖିବା ପାଇଁ ପ୍ରଶାସନ ସ୍ତରରେ ଏକ ଟିମ୍‌ ଗଠନ କରାଯାଇଛି, ଯେଉଁଥିରେ ଡାକ୍ତର ଓ ଏଗଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ସାମିଲ ଅଛନ୍ତି।

ଏଡିଏମ୍‌ ସିଂହ କହିଛନ୍ତି ଯେ , ଡ୍ରଗ୍ କଣ୍ଟ୍ରୋଲରର ଟିମ୍‌ ମଧ୍ୟ ଗଠନ କରାଯାଇଛି, ଯେଉଁମାନେ ପ୍ରତିବନ୍ଧିତ କୋଲ୍ଡ୍ରିଫ୍‌ କଫ୍‌ ସିରପର ତଲାସରେ ଚଢାଉ ଓ ଜବତ କରୁଛନ୍ତି। ଏହାସହ ଏହି ମାମଲାକୁ ଖୁବ୍‌ ଗଭୀରତାର ସହ ଯାଞ୍ଚ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ମଧ୍ୟ ଗଠନ କରାଯାଇଛି, ଯାହା ତାମିଲନାଡୁ ଯାଉଛି, ଯାହାକି ଔଷଧର ସପ୍ଲାଇ ଚେନ୍‌ ଓ ନିର୍ମାଣ ପ୍ରକ୍ରିୟାର ଯାଞ୍ଚ କରାଯାଇ ପାରେ। ପ୍ରଶାସନ କହିଛିଯେ, ଯାଞ୍ଚ ପୂରା ହେବା ଯାଏ ସିରପ୍‌ ସହ ଜଡ଼ିତ ସବୁ ସାମଗ୍ରୀ ଉପରେ କଡ଼ା ନଜର ରଖାଯିବ।