ଭୁବନେଶ୍ବର ୭।୮: ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶାରେ ‘EKTA’ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ । ଭୁବନେଶ୍ବର ଜନତା ମଇଦାନରେ କାର୍ଯ୍ୟକ୍ରମରେ ଯୋଗଦେଲେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । କାର୍ଯ୍ୟକର୍ମର ଶୁଭାରମ୍ଭ କଲେ ମାଧୁରୀ ଦୀକ୍ଷିତ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉପସ୍ଥିତ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଅସ୍ମିତାକୁ ସଙ୍କଟରୁ ଉଦ୍ଧାର କରି ତାକୁ ପୁନର୍ଜିବିତ କରିବା ଆମ ଦାୟିତ୍ୱ । ଆଜିର ଦିବସ ଗର୍ବ ଏବଂ ସ୍ମରଣର ଦିନ । ହସ୍ତତନ୍ତ୍ର କ୍ଷେତ୍ର କେବଳ ଆମର ଆର୍ଥିକ ମେରୁଦଣ୍ଡ ନୁହେଁ ବରଂ ଆମର ଗର୍ବ ଏବଂ ଗାରିମାର ପର୍ବ । ସମସ୍ତ ବୁଣାକାର ମାନଙ୍କର ଉଦ୍ଦେଶ୍ୟରେ ୨୦୧୫ରୁ ପ୍ରଧାନମନ୍ତ୍ରୀ ଜାତୀୟ ହସ୍ତତନ୍ତ ଦିବସର ଆରମ୍ଭ କରିଥିଲେ । ୨୦୧୫-୨୦୨୫ ମଧ୍ୟରେ ସମଗ୍ର ଦେଶରେ ୧ ଲକ୍ଷ୍ୟ ୫୦ କୋଟିର ଖଦୀ ଏବଂ ହସ୍ତତନ୍ତ ସାମଗ୍ରୀର ବିକ୍ରି ହୋଇଛି । ୩୧୫ ପ୍ରତିଶତ ବୃଦ୍ଧି ବିକ୍ରିରେ ଏବଂ ୪୦୦ ପ୍ରତିଶତ ବୃଦ୍ଧି ହୋଇଛି ଉତ୍ପାଦନରେ । ସମଗ୍ର ଦେଶରେ କେବଳ ଖଦୀ ଏବଂ ହସ୍ତତନ୍ତ କ୍ଷେତ୍ରରେ ୮୧ ପ୍ରତିଶତ ବୃଦ୍ଧି ହୋଇଛି ନିଯୁକ୍ତି କ୍ଷେତ୍ରରେ । ହସ୍ତତନ୍ତ ହେଉଛି ଆମର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ।
ଓଡ଼ିଶାର ୩୦ଟି ଜିଲ୍ଲାରେ ଏକ ଲକ୍ଷ୍ୟ ୩୦ ହଜାର ବୁଣାକାର ଶ୍ରମିକ ସହାୟକ ନିଯୁକ୍ତ ହୋଇଛନ୍ତି । ବୁଣାକାର ମାନଙ୍କ ସାମାଜିକ, ଆର୍ଥିକ ବିକାଶ ପାଇଁ ଆମେ ଚେଷ୍ଟା କରୁଛୁ । ରାଜ୍ୟରେ ବୁଣାକାରମାନଙ୍କୁ ମାର୍କେଟିଙ୍ଗ ଏବଂ ଇ-କମର୍ସ ସହାୟତା ପ୍ରଦାନ କରାଯାଉଛି । ଫ୍ରାନ୍ସ, ଜାପାନ, ଆମେରିକା ଏବଂ ସିଙ୍ଗାପୁରରେ ଓଡ଼ିଶା ହ୍ୟାଣ୍ଡଲୁମ୍ର ଚାହିଦା ରହିଛି । ସେଥିପାଇଁ ସେଠାରେ ବିଭିନ୍ନ ଏକ୍ସପୋରେ ଓଡ଼ିଶା ହସ୍ତତନ୍ତ ସାମଗ୍ରୀଙ୍କୁ ନେଇ ବୁଣାକାରମାନେ ଭାଗ ନେଉଛନ୍ତି । ରାଜ୍ୟରେ ଯୁବପୀଢ଼ୀଙ୍କ ଭିତରେ ହସ୍ତତନ୍ତ କ୍ଷେତ୍ରରେ ଉତ୍ସାହିତ କରିବା ପାଇଁ ଆମ ସରକାର ଫେଲୋସିପ୍ ଏବଂ ଇଟର୍ନସିପ୍ର ବ୍ୟବସ୍ଥା ମଧ୍ୟ କରିବେ ।
ଓଡ଼ିଶା ହ୍ୟାଣ୍ଡଲୁମ୍ର ନୂଆ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ହ୍ୟାଣ୍ଡଲୁମର ପ୍ରଚାରପ୍ରସାର କରିବେ ଅଭିନେତ୍ରୀ ମାଧୁରୀ ଦୀକ୍ଷତ ନେନେ । ଓଡ଼ିଶାର ୬ଟି ଜାଗାରେ ହେବ ଟେକ୍ସଟାଇଲ ପାର୍କ । ପ୍ରତି ସପ୍ତାହର ଗୋଟିଏ ଦିନରେ ଓଡ଼ିଶାର ହ୍ୟାଣ୍ଡଲୁମ ପରିଧାନ କରି ନିଜର କର୍ମ କରିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ । ସ୍ବଦେଶୀଭାବକୁ ଜାଗ୍ରତ କରି ଅଧିକରୁ ଅଧିକ ସ୍ବଦେଶୀ ସାମଗ୍ରୀ ବ୍ୟବହାର ଜାରିବା ନେଇ ରାଜ୍ୟବାସୀଙ୍କୁ ସ୍ବଦେଶୀ ସାମଗ୍ରୀ ବ୍ୟବହାର କରିବା ପାଇଁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ।
You Can Read:
ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସଡର ଧକ୍ଧକ୍ ଗାର୍ଲ, ବର୍ଷେ ପର୍ଯ୍ୟନ୍ତ କରିବେ ପ୍ରଚାର ପ୍ରସାର