ଏପଷ୍ଟିନଙ୍କ 'ଓ୍ୱାଇଲ୍ଡ ପାର୍ଟି'ରେ ଷ୍ଟାରଲିଙ୍କ ଓ ଫେସ୍‌ବୁକ୍ ପ୍ରତିଷ୍ଠାତା, ଫଟୋ ଭାଇରାଲ...

NEWS7
macron-urges-israel-to-stop-killing-gazas-women-and-children

ନୂଆଦିଲ୍ଲୀ ୧୦/୦୨: ପ୍ରତିଦିନ ଜେଫ୍ରି ଏପଷ୍ଟିନ୍ ମାମଲାରେ ନୂଆ ନୂଆ ଖୁଲାସା ହେଉଛି । ଏବେ ଜେଫ୍ରି ଏପଷ୍ଟିନ୍ ଫାଇଲ୍ସରେ ନାମୀ ଦାମୀ ମହାରଥୀ । କାରଣ ଏପଷ୍ଟିନଙ୍କ 'ଓ୍ୱାଇଲ୍ଡ ପାର୍ଟି'ରେ ଆୟୋଜନ କରିଥିଲେ ଭବ୍ୟ ରାତ୍ରୀଭୋଜନ ପାର୍ଟି । ଯେଉଁଥିରେ ଥିଲେ ଏଲନ୍ ମସ୍କ ଓ ମାର୍କ ଜୁକରବର୍ଗ । ଯାହାର ଫଟୋ ଭାଇରାଲ ହେବାରେ ଲାଗିଛି ।

ଏହି ନୂଆ ଖୁଲାସା ପରେ ବଢିଛି ଚର୍ଚ୍ଚା । ଫଟୋଟି ଜେଫ୍ରି ଏପଷ୍ଟିନ୍ ଯୌନ ନିର୍ଯାତନାରେ ଦୋଷୀ ସାବ୍ୟସ୍ତ ହେବା ସମୟରେ ନିଆଯାଇଥିଲା । ଏହାର ଅର୍ଥ ହେଉଛି ଜେଫ୍ରି କେଉଁ ମାମଲାରେ ଜଡିତ ଥିଲେ ତାହା ଜାଣି ମସ୍କ ଓ ମାର୍କ ପାର୍ଟିରେ ଯୋଗ ଦେଇଥିଲେ । ପରେ ଏପଷ୍ଟିନ୍ ଦାବି କରିଥିଲେ ଯେ ଲିଙ୍କଡିନ୍ ସହ-ପ୍ରତିଷ୍ଠାତା ରିଡ୍ ହଫମ୍ୟାନ୍ ଓ ପେପଲ୍ ସହ-ପ୍ରତିଷ୍ଠାତା ପିଟର ଥିଏଲ୍ ମଧ୍ୟ ଯୋଗ ଦେଇଥିଲେ। ଅନ୍ୟ ଏକ ଇମେଲ୍ ପାର୍ଟିକୁ "ଓ୍ୱାଇଲ୍ଡ" ବୋଲି ବର୍ଣ୍ଣନା କରିଛି।

 

ଯେଉଁ ଫଟୋ ସାମ୍ନାକୁ ଆସିଛି ସେଥିରେ ମସ୍କ ଓ ଜୁକରବର୍ଗ ଏକ ଟେବୁଲରେ ଏକାଠି ବସିଥିବା ଦେଖାଯାଉଛି । ଟେସଲା-ସ୍ପେସ୍ଏକ୍ସର ସିଇଓ ଏଲନ୍ ମସ୍କ କ୍ୟାମେରାକୁ ଅନାଉଛନ୍ତି ।  ଯାହା ସମ୍ଭବତଃ ଏପଷ୍ଟିନ୍ ଉଠାଇଥିଲେ । ଫଟୋରେ ଜୁକରବର୍ଗଙ୍କୁ ମଧ୍ୟ ଟିକେ ଗମ୍ଭୀର ଦେଖାଯାଉଛି। ଜେଫ୍ରି ଅଗଷ୍ଟ ୩, ୨୦୨୫ରେ ଏହି ଫଟୋଟିକୁ ନିଜ ନିକଟକୁ ପଠାଇଥିଲେ।

 

ଏହି ଫଟୋଟି ହଇଚଇ ସୃଷ୍ଟି କରିଛି କାରଣ ମସ୍କ ଦାବି କରିଥିଲେ ଯେ ସେ କେବେ ଜେଫ୍ରି ଏପଷ୍ଟିନ୍‌ଙ୍କ ପାର୍ଟିରେ ଯୋଗ ଦେଇ ନାହାଁନ୍ତି । ଏହା ବ୍ୟତୀତ, ମସ୍କ ଜେଫ୍ରିଙ୍କ ସହିତ ଅପରାଧ କରିଥିବା ଲୋକଙ୍କ ବିରୋଦ୍ଧରେ ମାମଲା ରୁଜୁ କରିବାକୁ ମଧ୍ୟ ଆହ୍ୱାନ କରିଥିଲେ। ମସ୍କ ଜାନୁଆରୀ ୩୧ ତାରିଖରେ ଏହି ବିଷୟରେ ଟ୍ୱିଟ୍ କରିଥିଲେ ।

​​​​​​​

ଏପଷ୍ଟିନଙ୍କ ପାର୍ଟିରେ କେବଳ ଏଲନ ମସ୍କ ଓ ମାର୍କ ଜୁକରବର୍ଗ ଯୋଗ ଦେଇଥିଲେ ନାହିଁ । ବରଂ ଅନେକ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ। ଏପରିକି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ । ମହିଳାଙ୍କ ସହିତ ତାଙ୍କର ବିବାହ ବାହାରେ ସମ୍ପର୍କ ଥିଲା। ବିଲ୍ ଗେଟ୍ସଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। 

ଏପଷ୍ଟିଇନ ଫାଇଲ୍ସ ଅନୁଯାୟୀ, ବିଲ୍ ଗେଟ୍ସ ରୁଷୀୟ ମହିଳାଙ୍କ ସହିତ ସାକ୍ଷାତ କରିଥିଲେ। ସେମାନେ ଯୌନ ରୋଗର ମଧ୍ୟ ଉଲ୍ଲେଖ କରିଛନ୍ତି। ଏକ ନୋଟରେ କୁହାଯାଇଛି ଯେ ଏପଷ୍ଟାଇନ ଗେଟ୍ସଙ୍କ ପାଇଁ ଔଷଧ ବ୍ୟବସ୍ଥା କରିଥିଲେ ଯାହା ଦ୍ୱାରା ସେ ଯୌନ ସମ୍ପର୍କ ପରେ କୌଣସି ରୋଗରେ ପୀଡିତ ନ ହୁଅନ୍ତି। 

ଗେଟ୍ସଙ୍କ ବ୍ୟତୀତ, ଗୁଗୁଲ୍‌ର ସହ-ପ୍ରତିଷ୍ଠାତା ସେର୍ଗେ ବ୍ରିନଙ୍କ ନାମ ମଧ୍ୟ ଏପଷ୍ଟିନ ଫାଇଲ୍ସରେ ପ୍ରକାଶ ପାଇଛି। ଡକ୍ୟୁମେଣ୍ଟଗୁଡ଼ିକ ସୂଚିତ କରେ ଯେ ବ୍ରିନ ଏପଷ୍ଟାଇନଙ୍କ ବ୍ୟକ୍ତିଗତ ଦ୍ୱୀପ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଘିସଲେନ ମ୍ୟାକ୍ସୱେଲଙ୍କୁ ଭେଟିଥିଲେ। ୨୦୦୩ ମସିହାରେ ପଠାଯାଇଥିବା ଏକ ଇମେଲରେ ମ୍ୟାକ୍ସୱେଲ ରାତ୍ରୀଭୋଜନକୁ ସାଧାରଣ ଏବଂ ଆରାମଦାୟକ ବୋଲି ବର୍ଣ୍ଣନା କରିଥିଲେ।