ଲକ୍ଷ୍ନୌ ୩୦।୦୪ : ଆଇପିଏଲ୍ ୨୦୨୪ । ୧୭ ତମ ସିଜିନ୍ର ମଙ୍ଗଳବାର ଦିନ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୪୮ ତମ ମ୍ୟାଚ୍ । ଲକ୍ଷ୍ନୌର ଅଟଲ ବିହାରୀ ବାଜପେୟୀ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ପ୍ଲେ-ଅପ୍ ପାଇଁ ଏବେ ଲଢେଇ ଜୋରଦାର ହେଲାଣି ।
ବର୍ତ୍ତମାନ ଯାଏଁ ଲକ୍ଷ୍ନୌ ସୁପର ଜାଏଣ୍ଟସ ୯ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୫ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜୟ ହୋଇଛି । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୫ମ ସ୍ଥାନରେ ରହିଛି । ଆଜିର ମ୍ୟାଚ୍କୁ ମିଶାଇ ଦଳ ୫ଟି ମୁକାବିଲା ଖେଳିବ । ଯେଉଁଥିରୁ ଦଳକୁ ଯଦି ପ୍ଲେ-ଅପ୍ ରେସ୍ରେ ରହିବାକୁ ଅଛି । ତେବେ ଆଗାମୀ ମ୍ୟାଚ୍ ମଧ୍ୟରୁ ତିନୋଟିରେ ବିଜୟୀ ହେବାକୁ ପଡିବ । ତାହାଲେ ଯାଇ ପ୍ଲେ-ଅପ୍ ରେସ୍ରେ ନିଜକୁ ରଖିପାରିବ ରାହୁଲ ବାହିନୀ । ଦଳ ଶେଷ ମ୍ୟାଚ୍ ଜିତି ନିଜର ମନୋବଳ ବେଶ୍ ଦୃଢ ରହିଛି । ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଭଲ ପ୍ରଦର୍ଶନ ଜାରି ରଖିଛି । ତେଣୁ ଦେଖାଯାଉ ଆଜିର ମ୍ୟାଚ୍ରେ କଣ ହେଉଛି ।
ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଏବେ ଯାଏଁ ୯ଟି ମୁକାବିଲା ଖେଳିଛି । ଯେଉଁଥିରେ ୩ଟିରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ମୋଟ ୬ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୯ମ ସ୍ଥାନରେ ରହିଛି । ଦଳର ଏବେ ପ୍ଲେ-ଅପ୍ ରେସ୍ ବହୁ କଠିନ୍ । ଦଳ ଯଦି ନିଜକୁ ପ୍ଲେ-ଅପ୍ ରେସ୍ରେ ରହିବାକୁ ହେଲେ, ତେବେ ଆଗାମୀ ୫ଟି ମୁକାବିଲା ମଧ୍ୟରୁ ସମସ୍ତ ମ୍ୟାଚ୍କୁ ବିଜୟୀ ହେବାକୁ ପଡିବ । ତାହାଲେ ଯାଇ ଦଳ ପ୍ଲେ-ଅପ୍ ରେସ୍ରେ ନିଜକୁ ରଖିପାରିବ । ତେବେ ଦଳରେ ଜବରଦସ୍ତ ବ୍ୟାଟର ଏବଂ ବୋଲର ରହିଛନ୍ତି । ହେଲେ ଠିକଣା ସମୟରେ ଖେଳାଳି ପ୍ରଦର୍ଶନ କରିପାରୁନାହାନ୍ତି । ଦେଖାଯାଉ ଆଜିର ମ୍ୟାଚ୍ରେ କିପରି ପ୍ରଦର୍ଶନ କରୁଛି ହାର୍ଦ୍ଦିକ ବାହିନୀ ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଯାଏଁ ପଏଣ୍ଟ ଟେବୁଲ୍ର ଟପ୍ରେ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ମୋଟ ୯ଟି ମୁକାବିଲା ଖେଳିସାରିଥିବା ବେଳେ ୮ଟିରେ ବିଜୟୀ ହୋଇଛି । ଦଳ ୧୬ ପଏଣ୍ଟ ସହ ନମ୍ବର ୧ରେ ରହିଛି । ଏହାପଛକୁ ରହିଛି କୋଲକାତା ନାଇଟ୍ ରାଇଡର୍ସ । ଦଳ ୯ଟି ମ୍ୟାଚ୍ରୁ ୬ଟିରେ ବିଜୟୀ ହୋଇଛି । ମୋଟ ୧୨ ଅଙ୍କ ସହ ୨ୟ ସ୍ଥାନରେ ରହିଛି । ଏହାପରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍ । ଦଳ ୯ଟି ମୁକାବିଲାରୁ ୫ଟିରେ ବିଜୟୀ ହୋଇଛି । ମୋଟ ୧୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ଏହାପରେ ୪ର୍ଥ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍ । ଦଳ ୯ଟି ମୁକାବିଲାରୁ ୫ଟିରେ ବିଜୟୀ ହୋଇଛି । ଆଉ ୧୦ ପଏଣ୍ଟ ପାଇଛି ।