କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ, ଗୋଟିଏ ସିଜିନ୍‌ରେ ସର୍ବାଧିକ ଛକା ମାରିବାରେ କଲେ ରେକର୍ଡ

Published By : Prameya-News7 Bureau | May 20, 2024 IST

ନୂଆଦିଲ୍ଲୀ ୨୦।୦୫: ସନ୍‌ରାଇଜର୍ସ ହାଇଦ୍ରାବାଦର ଯୁବ ଓପନର ଅଭିଷେକ ଶର୍ମା । ପ୍ରତିମ୍ୟାଚ୍ରେ କରୁଛନ୍ତି ନୂଆ ନୂଆ ରେକର୍ଡ । ବର୍ତ୍ତମାନ ଭାଙ୍ଗିଛନ୍ତି କିଙ୍ଗ କୋହଲିଙ୍କ ରେକର୍ଡ । ଏହି ରେକର୍ଡ ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚରେ ହାସଲ କରିଛନ୍ତି । 

ବାସ୍ତବରେ ଆଇପିଏଲ୍‌ର ଗୋଟିଏ ସିଜନରେ ଭାରତୀୟ ବ୍ୟାଟର ଭାବେ ସେ ସର୍ବାଧିକ ଛକା ମାରିଛନ୍ତି । ଏହି ଧାରାରେ ସେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି । କୋହଲିଙ୍କର ଭାଙ୍ଗିଛି  ପୂର୍ବ ରେକର୍ଡ଼ । 

ଅଭିଷେକ ଚଳିତ ସିଜିନ୍ରେ ୧୩ଟି ମ୍ୟାଚ୍‌ ଖେଳି ୪୧ଟି ଛକା ମାରି ସାରିଛନ୍ତି । ସେ ମୋଟ ୪୬୭ ରନ୍‌ ସଂଗ୍ରହ କରିଛନ୍ତି । ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ଅଭିଷେକ ୬ଟି ଛକା ଓ ୫ଟି ଚୌକା ସହାୟତାରେ ମ୍ୟାଚ୍‌ ବିଜୟୀ ୬୬ରନ୍‌ ସଂଗ୍ରହ କରିଥିଲେ ।

 ୨୦୧୬ ସଂସ୍କରଣରେ କୋହଲି ୩୮ଟି ଛକା ମାରିଥିଲେ । ଚଳିତ ସିଜନରେ ସେ ୩୭ଟି ଛକା ମାରି ସାରିଛନ୍ତି । ସନ୍‌ରାଇଜର୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ପ୍ଲେ-ଅଫ୍‌ରେ ପ୍ରବେଶ କରିଥିବାରୁ ଅଭିଷେକ ଓ କୋହଲିଙ୍କ ଛକା ସଂଖ୍ୟା ବୃଦ୍ଧି ପାଇବା ଏକପ୍ରକାର ନିଶ୍ଚିତ । 

ଅନ୍ୟ ପଟରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ୨୦୧୮ ସିଜନରେ ୩୭ଟି ଛକା ମାରିଥିବାବେଳେ ଚେନ୍ନାଇ ସୁପରକିଙ୍ଗ୍‌ସର ଶିବମ ଦୁବେ ୨୦୨୩ରେ ୩୫ଟି ଛକା ମାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.