ପାରା ବିଶ୍ବ ଆଥଲେଟିକ୍ସରେ ଭାରତକୁ ସ୍ବର୍ଣ୍ଣ ପଦକ; ୪୦୦ ମିଟର ରେସ୍‌ ପାର୍ କଲେ ଦୀପ୍ତି ଜୀବନଜୀ

Published By : Prameya-News7 Bureau | May 20, 2024 IST

ନୂଆଦିଲ୍ଲୀ: ଜାପାନ ହେଉଥିବା ପାରା ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଭାରତର ବିଶ୍ବ ରେକର୍ଡ । ମହିଳା ୪୦୦ ମିଟରରେ ଦୀପ୍ତି ଜୀବନଜୀଙ୍କୁ ମିଳିଲା ସ୍ବର୍ଣ୍ଣ ପଦକ । ଟି-୨୦ ବର୍ଗ ରେସକୁ ୫୫.୦୭ ସେକେଣ୍ଡରେ ପାର୍ କରି ଏହି ବିଶ୍ବ ରେକର୍ଡ କରିଛନ୍ତି ଦୀପ୍ତି । ଗୋଲ୍ଡ ମେଡାଲ ମିଳିବା ସହିତ ତାଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସ ଟିକେଟ୍ ମିଳିଛି । ବିଶ୍ବ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଭାରତକୁ ଏହା ପ୍ରଥମ ସ୍ବର୍ଣ୍ଣ ପଦକ । 

ଦୀପ୍ତି ଜୀବନଜୀ ଆମେରିକାର ବ୍ରିୟାନା କ୍ଲାର୍କଙ୍କ ୫୫.୧୨ ସେକେଣ୍ଡର ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ବ୍ରିୟାନା କ୍ଲାର୍କ ଗତ ବର୍ଷ ପ୍ୟାରିସରେ ୫୫.୧୨ ସେକେଣ୍ଡର ୪୦୦ ମିଟର ରେସ୍ ପାର୍ କରିଥିଲେ । ସେହିପରି ତୁର୍କୀର ଏସିଲ୍ ଓଣ୍ଡେର ୫୫.୧୯ ସେକେଣ୍ଡରେ ଦୌଡ଼କୁ ପୂରଣ କରି ଦ୍ବିତୀୟ ସ୍ଥାନରେ ଥିଲେ । ଆକ୍ବାଡୋରର ଲିଞ୍ଜାଶେଲା ଏଙ୍ଗୁଲୋ ୫୬.୬୮ ସେକେଣ୍ଡ ସମୟରେ ରେସକୁ ପାର୍ କରି ତୃତୀୟ ସ୍ଥାନରେ ରହିଛନ୍ତି ।

ଏହା ପୂର୍ବରୁ ଦୀପ୍ତି ଜୀବନଜୀ ରବିବାର ୫୬.୧୮ ସେକେଣ୍ଡରେ ରେସ୍‌କୁ ପାର୍ କରି ଫାଇନାଲରେ ପ୍ରବେଶ କରିବା ସହିତ ଏସିଆରେ ରେକର୍ଡ କରିଥିଲେ । ସେହିପରି ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିଥିଲେ । ଟି-୨୦ ବର୍ଗ ରେସ୍ ବିଶେଷ ଭାବେ ଭିନ୍ନକ୍ଷମ  ପାଇଁ ଉଦ୍ଧିଷ୍ଟ । ଏସିଆନ ପାର୍ ଗେମ୍‌ସ ୨୦୨୩ରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ ଦୀପ୍ତି ଜୀବନଜୀ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.