କଟକ ୧୩।୫: ପ୍ରକାଶ ପାଇଛି ଚଳିତ ବର୍ଷର CBSE ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ । ଦ୍ବାଦଶ ଶ୍ରେଣୀରେ କଟକ ଏଲଆର ଡିଏଭି ସ୍କୁଲର ବିଜ୍ଞାନ ଛାତ୍ର ଶନତ କୁମାର ମିଶ୍ର ୯୯.୨ ପ୍ରତିଶତ ମାର୍କ ରଖିଛନ୍ତି । ସେହିପରି ଦଶମ ଶ୍ରେଣୀରେ ଆୟୁଷ ଅଂଶୁମାନ ଦାସ ୯୯ ପ୍ରତିଶତ ମାର୍କ ରଖିଛନ୍ତି । ତେବେ CBSEର ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ଶନତ କୁମାର ମିଶ୍ର ଓଡ଼ିଶାରେ ସେ ସର୍ବାଧିକ ମାର୍କ ରଖିଥିବା ନେଇ ଦାବି କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ତେବେ ଏଲଆର ଡିଏଭି ସ୍କୁଲର ଦ୍ଵାଦଶ ଶ୍ରେଣୀ ରେଜଲ୍ଟ ସମୁଦାୟ ୮୪.୫୨ ପ୍ରତିଶତ ହୋଇଛି । ଏହି ସ୍କୁଲର ଦ୍ୱାଦଶ ଶ୍ରେଣୀରେ ୧୩ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖିଛନ୍ତି ।
ଏହା ବ୍ୟତୀତ ଏହି ସ୍କୁଲର ସମୁଦାୟ ୧୭୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨ ଜଣ ଛାତ୍ରଛାତ୍ରୀ ୯୦ରୁ ୯୫ ପ୍ରତିଶତ ମାର୍କ ରଖିଛନ୍ତି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ସ୍କୁଲର ୦.୫ ପ୍ରତିଶତ ଅଧିକ ରେଜଲ୍ଟ ହୋଇଛି । ଅନ୍ୟପଟେ ଦଶମ ଶ୍ରେଣୀରେ ସମୁଦାୟ ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥିରେ ସବୁ ପିଲା ପାସ କରିଥିବା ବେଳେ ଆୟୁଷ ଅଂଶୁମାନ ଦାସ ସର୍ବାଧିକ ୯୯ ପ୍ରତିଶତ ମାର୍କ ରଖିଛନ୍ତି ।
You Can Read :
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୬୨.୯୬% ମତଦାନ