T-ସେତୁରେ ବନ୍ଦ ରହିବ ଗାଡ଼ି ଚଳାଚଳ, ସକାଳ ୭ଟାରୁ ରାତି ୯ଟା ଯାଏ ଚାଲିବନି ଗାଡ଼ି

NEWS7
loria-will-do-commentary-in-ipl-cricket-lovers-will-enjoy-the-mobile-app

ଆଠଗଡ଼ ୩୧।୧୨: T-ସେତୁରେ ୪ ଦିନ ଗାଡ଼ି ଚଳାଚଳ ବନ୍ଦ ରହିବ । ଆଠଗଡ଼ ବଡ଼ମ୍ବା ପ୍ରସିଦ୍ଧ ଶୈବପୀଠ ବାବା ସିଂହନାଥ ପୀଠରେ ମକର ମେଳା ପାଇଁ ଗାଡ଼ି ଚଳାଚଳ ବନ୍ଦ ରହିବ ।

ବାବା ସିଂହନାଥ ପୀଠରେ ମକର ମେଳା ପାଇଁ ଲକ୍ଷାଧିକ ଭକ୍ତଙ୍କର ସମାଗମ ରହିବା ସମ୍ଭାବନା ରହିଛି । ତାକୁ ଦୃଷ୍ଟିରେ ରଖି ଆସନ୍ତା ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ ରହିବ । ସକାଳ ୭ଟାରୁ ରାତି ୯ଟା ଯାଏ ଚାଲିବନି ଗାଡ଼ି । ବଡ଼ମ୍ବା ଗୋପୀନାଥପୁର ଓ ବାଙ୍କୀ ବୈଦେଶ୍ୱର ଉଭୟ ପଟୁ ରାସ୍ତା ବନ୍ଦ ରହିବ ।

ସିଂହନାଥ ପୀଠରେ ମକର ମେଳା ଯାତ୍ରାକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ ମକର ମେଳା କେମିତି ସୁରୁଖୁରୁରେ କରାଯିବ ସେ ନେଇ ବସିଥିବା ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତି ହୋଇଛି ।