ପୁରୁଷୋତ୍ତମପୁର ୦୬/୧୧: ପୁରୁଷୋତ୍ତମପୁର ବ୍ଲକରେ ଥିବା ତାରା ତାରିଣୀ ମନ୍ଦିରରୁ ଚୋରୀ । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଚୋରି ହୋଇଛି । ଦୁର୍ବୃତ୍ତମାନେ ମା'ଙ୍କ କବାଟ ଭାଙ୍ଗି ରୁପା କିରିଟି, ରୁପା ଛତ୍ର, ସହ ଅନ୍ୟାନ୍ୟ ଜିନିଷ ଚୋରି କରିନେଇଛନ୍ତି । ହୁଣ୍ଡି ଭାଙ୍ଗି ବି ଟଙ୍କା ଲୁଟ କରିନେଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଏସ୍ଡ଼ିପିଓ ଓ ପୋଲିସର ତଦନ୍ତ ଜାରି ।
ସୂଚନା ଥାଉକି, ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରରେ ପଶି ଲୁଟ୍ ପାଟ କରିଥିଲେ । ଏମିତିକି କବାଟ ଭାଙ୍ଗି ମାଆଙ୍କ ଗହମା ବି ଲୁଟି ନେଇଥିଲେ । ଘଟଣା ବିଷୟରେ ଜଣାପଡିବା ପରେ ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।