News7 Logo

ଚୋରି ହୋଇଥିଲା ବୁଲେଟ ଓ ଆଇଫୋନ, ବିନା ପୋଲିସର ସହାୟତାରେ ଉଦ୍ଧାର

NEWS7
break

କଟକ ୦୮୦୯  : କାମ ଦେଲା ଆଇଫୋନ୍‌ । ଲୋକେସନ ଟ୍ରାକ୍‌ କରି ଚୋରି ହୋଇଥିବା ବୁଲେକ ଓ ଆଇଫୋନ ଫେରି ପାଇଲେ ଯୁବକ । ନିଜ ଉଦ୍ୟମରେ ଚେଷ୍ଟା କରି ସମସ୍ତ ଚୋରି ସାମଗ୍ରୀ ଫେରିପାଇଛନ୍ତି କଟକ ରାଜା ବଗିଚା ଲେବର କଲୋନୀ ଅଞ୍ଚଳର ଲକ୍ଷ୍ମୀ ନାରାୟଣ ରଥ ।   

ଖବର ଅନୁଯାୟୀ, ଅଗଷ୍ଟ ମାସ ୬ ତାରିଖରେ ବୁଲେଟ ଗାଡ଼ି ଓ ଆଇ ଫୋନ୍‌କୁ ଗୋଟେ ଚୋର କରିଥିଲା । ଏହାପରେ ଯୁବକ ଜଣଙ୍କ ନିଜ ଆଇଫୋନ୍‌ର ଲୋକେସନ ଟ୍ରାକ କରିବା ଆରମ୍ଭ କରିଥିଲେ । ଦୀର୍ଘ ୪ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ବିନା ପୋଲିସର ସହାୟତାରେ ନିଜ ଗାଡ଼ି ସହ ମୋବାଇଲକୁ ଫେରିପାଇଛନ୍ତି । ​​​​​​​