ଛୁରାମାଡ଼ରେ ଥରିଲା ଲଣ୍ଡନ, ଖଣ୍ଡାରେ ବି ଆକ୍ରମଣ କଲା ଦୁର୍ବୁତ୍ତ, ଏକାଧିକ ଆହତ

Published By : Prameya-News7 Bureau | April 30, 2024 IST

Livehindustan

ନୂଆଦିଲ୍ଲୀ: ବ୍ରିଟେନର ରାଜଧାନୀ ଲଣ୍ଡନରେ ଏକ ବର୍ବର ଛୁରାମାଡ଼ ଘଟଣା ସାମ୍‌ନାକୁ ଆସିଛି। ମଙ୍ଗଳବାର ଏଠାରେ ଜଣେ ବ୍ୟକ୍ତିର ଖଣ୍ଡା ଏବଂ ଛୁରୀମାଡ଼ରେ ଆହତ ହୋଇଛି ସ୍ଥାନୀୟ ଲୋକଙ୍କ ସହ ପୋଲିସ ଅଧିକାରୀ। ବ୍ରିଟିଶ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଘଟଣା ପୂର୍ବୋତ୍ତର ଲଣ୍ଡନରେ ଏକ ଟ୍ୟୁବ୍‌ ଷ୍ଟେସନ ନିକଟରେ ଘଟିଛି।

ପୋଲିସ ଅନୁଯାୟୀ, ହଲଫର୍ଡର ହେନୌଲ୍ଟ ଟ୍ୟୁବ୍‌ ଷ୍ଟେସନ ନିକଟରେ ଘଟିଛି। ଏଠାରେ ଦୁର୍ବୁତ୍ତ ଜଣକ ପ୍ରଥମେ ସ୍ଥାନୀୟ ଲୋକଙ୍କୁ ଛୁରାମାଡ଼ କରିଥିଲା। ଦୁର୍ବୁତ୍ତ ଧରିଥିବା ଏକ ଖଣ୍ଡାରେ ମଧ୍ୟ ଆକ୍ରମଣ କରିଥିଲା। ଯେଉଁଥିରେ ଏକାଧିକ ସାଧାରଣ ଲୋକଙ୍କ ସହ ଦୁଇ ପୋଲିସ ଅଧିକାରୀ ଆହତ ହୋଇଥିଲେ।  ଏହା ପୂର୍ବରୁ ଅଭିଯୁକ୍ତ ଜଣକ ଏକ ଘରେ କାର୍‌ ଚଢ଼ାଇଦେଇଥିଲା। ତେବେ ଏହି ୩୬ ବର୍ଷୀୟ ଆକ୍ରମଣକାରୀକୁ ପୋଲିସ କାବୁ କରିବାରେ ସଫଳ ହୋଇଛି। 

ଆହୁରି ପଢ଼ନ୍ତୁ: ଆମେରିକାର କରୋଲିନାରେ ଗୁଳିକାଣ୍ଡ; ଆତତାୟୀ ଗୁଳିରେ ୩ ପୋଲିସ ସହିଦ୍

ସୂଚନା ପାଇ ଉଦ୍ଧାରକାରୀ ଦଳ ଏବଂ ଆମ୍ବୁଲାନ୍ସ ସହ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚିଥିଲା। ବର୍ତ୍ତମାନ କେତେ ଲୋକ ଆହତ ହୋଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.