ଭଦ୍ରକ ୧୭।୩: ଭଦ୍ରକ ସହରର ଆରଡି ଛକ ସ୍ଥିତ ପ୍ରେମ ନଗର ପରିସରରେ ଆୟୋଜିତ ହୋଇଛି ‘ପ୍ରେମ ପୃଥିବୀ’ର ବାର୍ଷିକ ସାରସ୍ବତ ବନ୍ଧୁ ମିଳନ । ଜୀବନର ମହାର୍ଘ ଅନୁଭବ ପ୍ରେମକୁ ପୁଂଜି କରି ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇଆସୁଥିବା ସାହିତ୍ୟ ପତ୍ରିକା ‘ପ୍ରେମ ପୃଥିବୀ’ର ବାର୍ଷିକ ସାରସ୍ବତ ବନ୍ଧୁମିଳନ, ସୃଜନ ସମ୍ମାନ ପ୍ରଦାନ, ପତ୍ରିକା ଉନ୍ମୋଚନ ହୋଇଛି । କଥାକାର ପବିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ଲେଖକ ଅଧ୍ୟାପକ ବିଶ୍ୱରଂଜନ ମୁଖ୍ୟ ଅତିଥି ଓ କବି ନିରାକାର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ‘ପ୍ରେମ ପୃଥିବୀ’ର ସମ୍ପାଦକ କୈଳାସ ଚନ୍ଦ୍ର ପଣ୍ଡା ସ୍ବାଗତ ଭାଷଣ ରଖିଥିଲେ ।
ଏହି ଅବସରରେ ପଦ୍ମଶ୍ରୀ ତଥା ପ୍ରେମ ପୁରୁଷ ଉପାଧିପ୍ରାପ୍ତ କବି ରମାକାନ୍ତ ରଥଙ୍କ ମହାପ୍ରୟାଣରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରତିଭା ସମ୍ମାନ କ୍ରମରେ ପଦ୍ମଶ୍ରୀ କବି ଶ୍ରୀନିବାସ ଉଦଗାତାଙ୍କୁ ପରମ ପ୍ରେମମୟ ପୁରୁଷ, ପ୍ରାବନ୍ଧିକ ବୈଷ୍ଣବ ଚରଣ ସାମଲଙ୍କୁ ପ୍ରେମପୁରୁଷ, କଥାଶିଳ୍ପୀ ଅର୍ଚ୍ଚନା ନାୟକଙ୍କୁ ପ୍ରେମ ପ୍ରକୃତି ଏବଂ ନୀଳାଦ୍ରି ଭୂଷଣ ହରିଚନ୍ଦନ ଓ ମୋନା ହରିଚନ୍ଦନଙ୍କୁ ସୁଖି ଦମ୍ପତି ସମ୍ମାନ ପ୍ରଦାନ କରାଯାଇଥିଲା ।
You Can Read:
ଦିବ୍ୟାଙ୍ଗ କିନ୍ତୁ ନାହିଁ ଡିଜାବିଲିଟି ସାର୍ଟିଫିକେଟ୍, ୮ମାସ ହେବ ଭତ୍ତା ପାଇବାରୁ ବଞ୍ଚିତ ୧୮୦ ଜଣ