ଜନୈକ ଅଭିନେତ୍ରୀଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଲେ ଗୁରୁଙ୍କ ପରିବାର, ଦୁର୍ଘଟଣା ଦିନ ଉଭୟଙ୍କ ମଧ୍ୟରେ ହୋଇଥିଲା ଝଗଡା

NEWS7
liquor-is-available-wherever-you-can-reach-business-is-going-on-openly-in-

ଭଦ୍ରକ ୧୨।୧୨: ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟଣା ପରେ ହଜିଥିବା ମୋବାଇଲ୍ ନେଲେ ସମ୍ପର୍କୀୟ ଓ ପରେ ଗୁରୁ ପୃଷ୍ଟିଙ୍କ ହତ୍ୟା ଅଭିଯୋଗ ଆଣିଲେ ସମ୍ପର୍କୀୟ । ତେବେ ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣା ପରେ ଗୋଟିଏ ମୋବାଇଲ୍ ପୋଲିସକୁ ମିଳିଥିବା ବେଳେ ହଜିଥିବା ମୋବାଇଲକୁ ପାଇଥିବା ଲୋକ ଧାମନଗର ଥାନାରେ ଜିମା ଦେଇଥିଲେ । ତେବେ ଗୁରୁଙ୍କ ପରିବାର ଲୋକେ ଧାମନଗର ଥାନାରୁ ଦୁଇଟି ମୋବାଇଲ୍ ଜିମାରେ ନେଇଛନ୍ତି ।

ତେବେ ଗୁରୁଙ୍କ ସମ୍ପର୍କୀୟ କହିଛନ୍ତି ଯେ ଏବେ ପର୍ଯ୍ୟନ୍ତ ଗୁରୁଙ୍କ ମୃତ୍ୟୁକୁ ନେଇ ସନ୍ଦେହରେ ଅଛନ୍ତି । ପରେ ଗୁରୁଙ୍କ ମଉସା ନରେନ୍ଦ୍ର ମିଶ୍ର ଏକ ଯାତ୍ରାପାର୍ଟିର ଜନୈକ ଅଭିନେତ୍ରୀଙ୍କ ନାମରେ ହତ୍ୟା ଅଭିଯୋଗ ଆଣି ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଦୁର୍ଘଟଣା ଦିନ ଅଭିନେତ୍ରୀଙ୍କ ସହ ଗୁରୁଙ୍କ ଝଗଡା ନେଇ ଖବର ପାଇଥିଲେ । ତେଣୁ ସେହି ଅଭିନେତ୍ରୀ ଗୁରୁଙ୍କୁ ହତ୍ୟା କରିଥାଇପାରନ୍ତି । ତେବେ ଘଟଣାକୁ ସଂପୃକ୍ତ ଅଭିନେତ୍ରୀ ଓ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ସୂଚନାଯୋଗ୍ୟ ଯେ,ଗତ ୭ ତାରିଖରେ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଚିଙ୍ଗୁଡ଼ିପୁର ଠାରେସଡ଼କ ଦୁର୍ଘଟଣାରେ ଗୁରୁଙ୍କର ମୃତ୍ୟୁ ହୋଇଥିଲା ।ତାଙ୍କ ମୃତତ୍ୟୁ ଏବେବିରହସ୍ୟଘେରରେପ୍ରଥମେ କୁହାଗଲା ଦୁର୍ଘଟଣାଜନିତ । କିନ୍ତୁ ହତ୍ୟା ଷଡ଼ଯନ୍ତ୍ରର ସଙ୍ଗୀନ ଅଭିଯୋଗଆଣିଛନ୍ତି ପତ୍ନୀଆହୁରି ସନ୍ଦେହ ବଢାଇଥିଲାଭାଇରାଲ୍ ଭିଡିଓ । ଦିବଂଗତ ଅଭିନେତା ଗୁରୁ ପୃଷ୍ଟିଙ୍କ ବିଧବା ପତ୍ନୀ ମିଡିଆ ଆଗରେକରିଥିଲେ ହତ୍ୟା ଅଭିଯୋଗ। ସେ ନିର୍ଦ୍ଦିଷ୍ଟ ଭାବେ ଜଣେ ମହିଳା ଅଭିନେତ୍ରୀଙ୍କ କଥାକହୁଥିଲେ। ତାଙ୍କ ସନ୍ଦେହ ଓ ଅଭିଯୋଗର ଆଧାର ବି ସେହି ଭାଇରାଲ୍ ଭିଡିଓଥିଲା। ପୋଲିସରେ ଏ ନେଇ ସେ ଅଭିଯୋଗ କରିନଥିଲେ ମଧ୍ୟ ସ୍ବାମୀଙ୍କ ହଜିଥିବା ମୋବାଇଲ୍ ଫେରି ପାଇବାକୁ ଆକୁଳ ନିବେଦନକରିଥିଲେ। ତାଙ୍କ ସ୍ବାମୀଙ୍କ ଅପମୃତ୍ୟୁ ପଛରେ ଏକ ଭୟଙ୍କର ଷଡ଼ଯନ୍ତ୍ର ଥିବା ଗୁରୁଙ୍କ ପତ୍ନୀ କହିଥିଲେ

କୁହାଯାଉଥିଲାସେହି ଅଭିନେତ୍ରୀଙ୍କ ସହ ଗୁରୁଙ୍କର ସମ୍ପର୍କ ଅତି ନିବିଡ଼ ଥିଲା । ସବୁବେଳେ ଫୋନ୍ରେ କଥା ହେଉଥିଲେ ଉଭୟ । ହ୍ବାଟ୍ସଆପ୍ ଚାଟ୍ରେ ବି ଭାବର ଆଦାନପ୍ରଦାନ ହେଉଥିଲାପ୍ରଥମେ ଯାତ୍ରାପାର୍ଟିରେ ଏକାଠି କାମ କରୁଥିଲେ ଗୁରୁ ଏବଂ ସେଇ ଅଭିନେତ୍ରୀ । ଆଉ ସେହି ଯାତ୍ରା ମଞ୍ଚରୁ କୁଆଡେଉଭୟ ହୋଇଥିଲେ ନିକଟତର । ବିବାହ ପରେ ବି ଉଭୟଙ୍କ ମଧ୍ୟରେ ଚାଲିଥିଲା ଲୁଚାଛପା ପ୍ରେମ ।ଯାହା ପ୍ରମାଣିତ କରିଥିଲାଭାଇରାଲ୍ ହେଉଥିବା ଉଭୟଙ୍କର କିଛି ଚାଟ୍ ଆଉ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ । ଆହୁରି ମଧ୍ୟମୃତ୍ୟୁ ପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯାହାକି ମୃତ୍ୟୁ ଦିନର । ସମୟ ଥିଲା ଦିନ ୪ଟା ୩୦ । ଯେଉଁ ଭିଡିଓରେ ଗୁରୁ ଏବଂ ସେହି ଅଭିନେତ୍ରୀ ଜଣଙ୍କ ଏକାଠି ଥିଲେ । କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ଏକ ପଡ଼ିଆରେ ସେମାନେ ଝଗଡ଼ା କରୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା । କିନ୍ତୁ କ’ଣ ପାଇଁ ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ତାହା ସ୍ପଷ୍ଟ ଜଣାପଡିନଥିଲା । ପରେ ସନ୍ଦିଗ୍ଧ ବ୍ୟକ୍ତି ମାନେ ସାମ୍ନାକୁ ଆସି ଘଟଣା ପଛର ସତ କହିଥିଲେ । ଏବେ ଗୁରୁଙ୍କର ହଜିଥିବା ମୋବାଇଲ ମିଳିବା ପରେ ତାଙ୍କ ମୃତ୍ୟୁ ପଛରେ ଥିବା ରହସ୍ୟ ଉନ୍ମୋଚନ ହେବ ବୋଲି କୁହାଯାଉଛି ।