ରେଳ ଷ୍ଟେସନରେ ଅଟକି ଗଲା ଲିଫ୍ଟ , ଡେଇଁ ପଡ଼ିଲେ ଦିବ୍ୟାଙ୍ଗ, ଗୁରୁତର ଆହତ

Published By : Prameya-News7 Bureau | June 21, 2025 IST

ଭଦ୍ରକ: ଷ୍ଟେସନର ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମ କୁ ଲିଫ୍ଟ ରେ ଯାଇଥିବା ବେଳେ ଅଧାରେ ଅଟକି ଗଲା ଲିଫ୍ଟ । ରିପ୍ୟାରିଂ ଚେମ୍ବର୍ ଖୋଲି ଡେଇଁ ପଡ଼ିଲେ ଦିବ୍ୟାଙ୍ଗ ଯୁବକ। ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି । ଭଦ୍ରକ ରେଳ ଷ୍ଟେସନର ୩ ଓ ୪ ନମ୍ୱର୍ ପ୍ଲାଟଫର୍ମରେ ଘଟିଛି ଅଘଟଣ। 

ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ରାଜ୍ୟ ଖଡ଼ଗପୁର, ପୁରୁଣା ବଜାର ଅଞ୍ଚଳର ସୁକୁମାର ସିଂ ଟ୍ରେନରେ ଭିକ୍ଷା ବୃତ୍ତି କରି ଚଳନ୍ତି । ସେ ଆଜି ଭଦ୍ରକ ଷ୍ଟେସନରେ ଓହ୍ଲାଇ ଅନ୍ୟ ପ୍ଲାଟଫର୍ମକୁ ଲିଫ୍ଟରେ ଯାଇଥିଲେ। ଲିଫ୍ଟ କିଛି ଦୂରରେ ଅଟକି ଯିବାରୁ ଦିବ୍ୟାଙ୍ଗ ଜଣକ ଲିଫ୍ଟର ରୀପ୍ୟାରିଂ ଚେମ୍ବର ଖୋଲି ଡେଇଁ ପଡ଼ିଥିଲେ । ତେବେ ଲିଫ୍ଟଟି ସେହି ସ୍ଥାନରେ ରହିଥିବା ବେଳେ ତଳେ ବହୁ ସମୟ ଧରି ପଡ଼ି ରହିଥିଲେ।

Also read: ଗାଁର ଦୁଇଟି ପୋଖରୀରେ ବିଷ ! ମରି ଭାସୁଛନ୍ତି ମାଛ, ଲାଗିଲା ନାଲି ପତାକା

ଏହି ଘଟଣାକୁ ନେଇ ଆରପିଏଫ ଖବର ପାଇବା ପରେ ଯୁବକଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ତେବେ ରେଳବାଇ ତରଫରୁ କୌଣସି ପ୍ରତିକ୍ରିୟା ମିଳି ନ ଥିବା ବେଳେ ଲିଫ୍ଟଟି ଖରାପ ଥିବାରୁ ବ୍ୟବହାର କରାଯାଉଥିଲା ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.