ମୁମ୍ୱାଇ – କମେଡି କିଙ୍ଗ୍ କପିଲ ଶର୍ମା ପୁଣି ଥରେ ନେଟଫ୍ଲିକ୍ସକୁ ଫେରି ଆସିଛନ୍ତି। ସୁପରଷ୍ଟାର ସଲମାନ ଖାନଙ୍କ ସହ ତାଙ୍କର ପ୍ରଥମ ଏପିସୋଡ୍ ଘୋଷଣାର ସମୟରୁ ହିଁ ଚର୍ଚ୍ଚାରେ ରହିଛି। ‘ଦ ଗ୍ରେଟ୍ ଇଣ୍ଡିଆନ କପିଲ ଶୋ’ ରେ ସଲମାନ ଖାନଙ୍କ ସହ ବହୁତ ମସ୍ତି ହୋଇଛି ଏବଂ ଏହାସହ ସେ ଅନେକ ଏମିତି ସିକ୍ରେଟ୍ କଥା ଖୋଲିଛନ୍ତି, ଯାହା ବିଷୟରେ ପ୍ରଶଂସକଙ୍କୁ କେବେ ଜଣା ନଥିଲା। ସଲମାନ ଖାନ ୨୦୦୩ ମସିହାରେ ଆସିଥିବା ତାଙ୍କର କଲ୍ଟ ମୁଭି 'ତେରେ ନାମ'ରେ ନିଜର ଲୁକ୍ ବିଷୟରେ କହିଛନ୍ତି। ସଲମାନ ଖାନ କହିଛନ୍ତି ଯେ , ତାଙ୍କର ଚରିତ୍ର ରାଧେ ମୋହନର ଯେଉଁ ଲୁକ୍ ଥିଲା , ତାହା ବାସ୍ତବରେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଦ୍ୱାରା ପ୍ରେରିତ ଥିଲା।
ସଲମାନ ଖାନ ଖୁବ୍ ହସର ମାହୋଲ ମଧ୍ୟରେ ‘ତେରେ ନାମ୍’ରେ ନିଜର ଲମ୍ୱା କେଶ ଥିବା ଲୁକ୍ ବିଷୟରେ କହିଛନ୍ତି , ଏ ଯେଉଁ 'ତେରେ ନାମ୍'ର ଯେଉଁ ଲୁକ୍ ଅଛି, ତାହା ବାସ୍ତବରେ ଅବଦୁଲ କଲାମ ସାହେବଙ୍କ ସହ ପ୍ରେରିତ। ଏହି ସମୟରେ ମୋତେ ଲାଗେ ଯେ, ରାହୁଲ ରାୟଙ୍କର ମଧ୍ୟ ଏହି ହେୟାର ଷ୍ଟାଇଲ ଥିଲା। ମୋର ଅନୁମାନ ଥିଲା ଯେ, ଯିଏ ଛୋଟ ସହର ହିରୋ ହୋଇଥାଏ, ତାଙ୍କର ସବୁବେଳେ ଲମ୍ୱା କେଶ ହୋଇଥାଏ। ପୁରୁଣା ସମୟର ସବୁ ହିରୋଙ୍କର ଲମ୍ୱା କେଶ ରହୁଥିଲା, ତ ସେଠାରୁ ଆସିଥିଲା ଏହା। ସଲମାନ ଖାନଙ୍କ ଏହି କଥାରେ ଅର୍ଚନା ପୂରଣ ସିଂହ , କପିଲ ଶର୍ମା ଓ ନଭଜୋତ ସିଂହ ସିଦ୍ଧୁଙ୍କ ସମେତ ପୂରା ଅଡିୟାନ୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଥିଲେ।
କହି ରଖୁଛି ଯେ, ଏପିଜେ ଅବଦୁଲ କଲାମ ଖୁବ୍ ଲୋକପ୍ରିୟ ରାଷ୍ଟ୍ରପତି ଥିଲେ ଏବଂ ବୋଧହୁଏ କେହି ଆଜିସୁଦ୍ଧା ଏହା ଭାବି ନଥିଲେ ଯେ , ସଲମାନ ଖାନଙ୍କ ଫିଲ୍ମ ତେରେ ନାମ୍ ରେ ବଡ଼ କେଶର ଲୁକ୍ ତାଙ୍କ ଠାରୁ ପ୍ରେରିତ ଥିଲା। କହି ରଖୁଛୁ କି , ସଲମାନ ଖାନଙ୍କ ଏହି ଲୁକ୍ର ଏତେ ଚର୍ଚ୍ଚା ରହିଥିଲା ଯେ ,ପ୍ରତି ଗଳି ସହରର ପିଲା ଏହି ଲୁକ୍ ରଖି ଥିଲେ। ସେଲୁନ୍ ଗୁଡ଼ିକରେ ଏହି ଲୁକ୍ର ବିଶେଷ ଭାବେ ଚାହିଦା ରହି ଥିଲା।