ଗାଁର ଦୁଇଟି ପୋଖରୀରେ ବିଷ ! ମରି ଭାସୁଛନ୍ତି ମାଛ, ଲାଗିଲା ନାଲି ପତାକା

Published By : Prameya-News7 Bureau | June 21, 2025 IST

ଭଦ୍ରକ ୨୧।୬: ଗାଁର ଦୁଇଟି ପୋଖରୀରେ ବିଷ । ପୋଖରୀରେ ଭାସୁଛନ୍ତି ହଜାର ହଜାର ମାଛ । ଦୁର୍ଗନ୍ଧରେ ଫାଡିପଡୁଛି ଗାଁ ଦାଣ୍ଡ । ଲିଜଧାରୀ ଦୁଇ ଦୁଇଟି ପୋଖରୀରେ ବିଷ ପକାଇଥିବା ଅଭିଯୋଗ । ପୋଲିସ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ଯାହାକୁ ନେଇ ଗାଁରେ ଅସନ୍ତୋଷ ବଢିବାରେ ଲାଗିଛି । ଭଦ୍ରକ ବ୍ଲକ ଜଗଦଳପୁର ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି । 

ସୂଚନାଯୋଗ୍ୟ ଯେ, ଜଗଦଳପୁର ଗୋପାଳି ଗ୍ରାମରେ ଥିବା ଦୁଇଟି ପଞ୍ଚାୟତ ପୋଖରୀରେ ହଜାର ହଜାର ସଂଖ୍ୟାରେ ମାଛ ମରି ଭାସୁଛନ୍ତି । ଶୁକ୍ରବାର ରାତିରେ ପୋଖରୀ ଲିଜଧାରୀ ପୋଖରୀରେ ବିଷ ପକାଇଥିବା ଅଭିଯୋଗ ହୋଇଛି । ମାଛ ମରି ପଚିଯିବା ଫଳରେ ଗାଁ ଗଣ୍ଡା ଗନ୍ଧରେ ଫାଟି ପଡୁଛି । ଗାଁର ପ୍ରାୟ ଶହେରୁ ଉର୍ଦ୍ଧ୍ୱ ପରିବାର ଏହି ଦୁଇଟି ପୋଖରୀ ଉପରେ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ବ୍ୟବହାର କରନ୍ତି । ଗାଁର ଗୋରୁ, ଗାଈ, ଛେଳିଙ୍କ ପାଇଁ ଏହି ପୋଖରୀ ପାଣି ମୁଖ୍ୟ ପାନୀୟ ଉତ୍ସ । ଏତେ ସବୁ ପରେ ଜାଣିଶୁଣି ପୋଖରୀକୁ ବିଷାକ୍ତ କରିବାକୁ ଲିଜଧାରୀ କିପରି ବିଷ ପକାଇଲେ ବୋଲି ପ୍ରଶ୍ନ ଉଠିଛି । ପଞ୍ଚାୟତର ଚୁକ୍ତି ଅନୁଯାୟୀ କେହି ବ୍ୟକ୍ତି ପୋଖରୀରେ ବିଷ ପକାଇ ପାରିବେ ନାହିଁ । କିନ୍ତୁ ଚୁକ୍ତିକୁ ବେଖାତିର କରି ଲିଜାଧାରୀ ପୋଖରୀରେ ବିଷ ପକାଇଥିବା ଗ୍ରାମବାସୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ବ୍ଲକ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ମାତ୍ର ଏନେଇ ପୋଲିସ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । 

ଆଜିର ଦିନରେ ଯେଉଁଭଳି ଝାଡାବାନ୍ତି ବ୍ୟାପୀବରେ ଲାଗିଛି ଏପରି ସ୍ଥିତିରେ ପୋଖରୀ ପାଣିକୁ ଦୂଷିତ କରିବାକୁ ଅପଚେଷ୍ଠା କରିଥିବା ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହିତ ତୁରନ୍ତ ପୋଖରୀ ପାଣିକୁ ବିଶୁଦ୍ଧ କରିବାକୁ ଦାବି ହୋଇଛି । ଅନ୍ୟପଟେ ବିଡ଼ିଓଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମରେ ଲୋକଙ୍କୁ ପୋଖରୀ ଜଳ ବ୍ୟବହାର ନକରିବାକୁ ବ୍ୟାନର ଓ ନାଲି ପତାକା ଲଗା ଯାଇଥିବା କହିଛନ୍ତି ଜଗଦଳପୁର ସରପଞ୍ଚ । ଏଥି ସହିତ ଦୁଇଟି ପୋଖରୀକୁ କିପରି ତୁରନ୍ତ ବିଶୁଦ୍ଧ କରାଯିବ ସେଥିନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ସରପଞ୍ଚ କହିଛନ୍ତି ।  

You Can Read:

ଜମିଜମା ବିବାଦକୁ ନେଇ ବୁଲିଲା ଖଣ୍ଡା, ୩ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ



 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.