Live Live
LIVE

ପଶ୍ଚିମଦ୍ୱାରରୁ ବିଜେ କଲେ ପଶ୍ଚିମାଶମ୍ଭୁ, ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଆରମ୍ଭ

NEWS7
law-ministers-warning-to-servitors-and-concern-over-ritual-disruption-of-lingaraj

ଭୁବନେଶ୍ୱର ୦୯।୦୩ : ଆରମ୍ଭ ହୋଇଛି ଓଡ଼ିଶା ପ୍ରସିଦ୍ଧ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଞ୍ଚୁଦୋଳ ମେଳଣ। ଜଟଣୀ ନିକଟବର୍ତ୍ତୀ ହରିରାଜପୁର ଗାଁରେ ଅନୁଷ୍ଠିତ ମେଳଣର ରବିବାର ଜମାଣ ରାତିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଆତସବାଜିରେ ମେଳଣ ପଡ଼ିଆ ଝଲସି ଉଠିଥିଲା। ଜମାଣ ପୂର୍ବରୁ ଦୋଳପୂର୍ଣ୍ଣିମାରୁ ମେଳଣ ପଡ଼ିଆ ସ୍ଥିତ କୋଠଘରେ ହୋମ ହୋଇ ଅଖଣ୍ଡ ଦୀପ ଲାଗିଥିଲା। ଜମାଣ ଉତ୍ସବ ତଥା ରବିବାର ସକାଳୁ ଥାନପତି ଶ୍ରୀପଶ୍ଚିମାଶମ୍ଭୁ ସୋମନାଥଙ୍କ ନିକଟରୁ କୋଠଘରକୁ ଆଜ୍ଞାମାଳ ବିଜେ ହୋଇଥିଲା। ରାତିରେ ଭଣ୍ଡାରଘରୁ କୋଠଭୋଗ ଆସିବା ପରେ ଶ୍ରୀପଶ୍ଚିମାଶମ୍ଭୁ ସୋମନାଥ ଦେବ ମନ୍ଦିରରୁ ବାହାରିଥିଲେ। ପରେ ବାଟଅଗଣାରେ ରହିଥିଲେ। ସେଠାରେ କୋଠଭୋଗ ଲାଗି କରାଯିବା ପରେ ଠାକୁର ଦୋଳ ବିମାନକୁ ବିଜେ କରିଥିଲେ। ପଶ୍ଚିମଦ୍ୱାର ଦେଇ ବିରାଟ ପଟୁଆରରେ ମେଳଣ ପଡ଼ିଆକୁ ଯାତ୍ରା କରିଥିଲେ।

ଏ ଖବର ବି ପଢନ୍ତୁ:-

ପଟୁଆରରେ ଯିବା ସମୟରେ ବାଟରେ ଥିବା ଶ୍ରୀ ଗୋପାଳଜୀ(ମଠ ଠାକୁର) ଓ ଶ୍ରୀ ବାଳମୁକୁନ୍ଦ ଦେବ ପାଲିଙ୍କିରେ ଥାନପତିଙ୍କ ସହିତ ମେଳଣ ପଡ଼ିଆକୁ ଯାଇଥିଲେ। ଏହି ସମୟରେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ ସହିତ ରଙ୍ଗ ବେରଙ୍ଗ କଳରଙ୍ଗ, ବାଜାରୋସଣି, ଘଣ୍ଟ ଘଣ୍ଟା, ତୁରୀ, ମହୁରୀ, ଶଙ୍ଖନାଦ, ଘୋଡ଼ା ଓ ନାଗାନାଚରେ ଚତୁଃପାଶ୍ୱର୍ ପ୍ରକମ୍ପିତ ହୋଇଉଠିଥିଲା। ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ବିଭିନ୍ନ ଗ୍ରାମରୁ ନିମନ୍ତ୍ରିତ ହୋଇ ଆସିଥିବା ୮୫ ହରିହର ବିଗ୍ରହ ଦୋଳ ବିମାନରେ ମେଳଣ ପଡ଼ିଆରେ ଉପବିଷ୍ଟ ହୋଇଥିଲେ। ବିରାଟ ମେଳଣ ପଡ଼ିଆରେ ୧୫ଶହରୁ ଅଧିକ ଅସ୍ଥାୟୀ ଦୋକାନ ବଜାର ଗଢ଼ିଉଠିବା ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭଜନ, ମେଲୋଡ଼ି ପରିବେଷଣ କରାଯିବା ସହ ରାତିତମାମ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ କରାଯାଇଥିଲା।

ଏ ଖବର ବି ପଢନ୍ତୁ:-