LIVE TV

ଦୋଷୀଙ୍କ ବିରୋଧରେ ଆକ୍ସନ ନିଆଯାଇଛି, କଂଗ୍ରେସ ନେତା ବୋଧେ କଳା ଚଷମା ପିନ୍ଧିଛନ୍ତି- ପୃଥ୍ୱୀରାଜ ହରିଚନ୍ଦନ

NEWS7
law minister

ଭୁବନେଶ୍ୱର ୦୯।୧୦ : ଏସ୍‌ଆଇ ନିଯୁକ୍ତିରେ ଦୁର୍ନୀତି ଖବର ସାମ୍ନାକୁ ଆସିବା ମାତ୍ରେ ସରକାର ଆକ୍ସନକୁ ଆସିଥିଲେ । ଘଟଣାରେ ସଂପୃକ୍ତ ଥିବା ଦୋଷୀଙ୍କ ବିରୋଧରେ ଆକ୍ସନ ନିଆଯାଇଛି । କେଳେଙ୍କାରୀରେ ସଂପୃକ୍ତ ମୁଖ୍ୟ ତଥା ଜିଲ୍ଲାସ୍ତରର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ନୀତିର ସମ୍ପୂର୍ଣ୍ଣ ତଦନ୍ତ ପ୍ରକ୍ରିୟାକୁ ସ୍ୱଚ୍ଛତା ଓ ସକ୍ଷମତାର ସହ କରାଯାଉଛି । ସରକାର କୌଣସି ଠାରେ ତ୍ରୁଟି କରିନାହାନ୍ତି । କୌଣସି ଘଟଣାର ପରବର୍ତ୍ତୀ ସମୟରେ ସରକାରଙ୍କ ପ୍ରତିକ୍ରିୟା କଣ ରହିଛି, ତାହାକୁ ଆଧାର କରି ତର୍ଜମା କରାଯାଏ । କଂଗ୍ରେସ ନେତା ମାନେ ରଙ୍ଗୀନ ଚଷମା ପିନ୍ଧିଛନ୍ତି, ତେଣୁ ଠିକ ସେ ଦେଖା ଯାଉନାହିଁ । ନହେଲେ ଓଡ଼ିଶାରେ କିଭଳି ଅରାଜକତା ସୃଷ୍ଟି ହେବ, ସେଥିପାଇଁ କଂଗ୍ରେସ ନିଜକୁ ପ୍ରସ୍ତୁତ କରୁଛି । ଯାହା ପଦକ୍ଷେପ ନିଆଯିବା କଥା, ନିଆଚାଲିଛି । ଆଗାମୀ ଦିନରେ ମଧ୍ୟ ନିଆଯିବ । ଏସଆଇ ନିଯୁକ୍ତିରେ ଦୁର୍ନୀତି ଯେଉଁମାନଙ୍କ ନାଁ ଆସିବ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୌଣସି ମତେ ଛଡା ଯିବ ନାହିଁ । ଏକଥାର ଆଶ୍ୱାସନା ସରକାର ଓଡିଶାବାସୀଙ୍କୁ ଦେଉଛନ୍ତି । ଏଭଳି ଘଟଣା ଆଗକୁ ଯେମିତି ନଘଟିବ, ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।