ମଠ ଜାଗାକୁ ଚଞ୍ଚକତା କରି ବିକ୍ରି ପାଇଁ ଚାଲିଛି ଷଡ଼ଯନ୍ତ୍ର, ସମଧାନ ପାଇଁ ବସିଲା ମହାପଞ୍ଚାୟତ

Published By : Prameya-News7 Bureau | June 23, 2025 IST

ଚୌଦ୍ୱାର ୨୩।୦୬ : ମଠ ମନ୍ଦିରର ଉନ୍ନତିକରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଏହି ଜମିକୁ ସୁରକ୍ଷା ଦେବା ବଦଳରେ ଚଞ୍ଚକତା କରି କିଛି ଅସାଧୁ ବ୍ୟକ୍ତି ଏହାକୁ ବିକ୍ରି କରୁଥିବା ଅଭିଯୋଗ ହୋଇଛି । କଟକ ଜିଲ୍ଲା ଟାଙ୍ଗୀ ବ୍ଲକ କହ୍ଲେଇପୁର ପଞ୍ଚାୟତରୁ ଆସିଛି ଏଭଳି ଘଟଣା । 

ଖବର ଅନୁଯାୟୀ, ବହୁ ପୁରାତନ ମା ନିରାକରଙ୍କ ପୁରାଣ ବର୍ଣ୍ଣିତ ପ୍ରସିଦ୍ଧ ପୀଠ କନକଗିରି । ଏହି ପୀଠର ପାଦ ଦେଶରେ ଥିବା ଏକର ଏକର ଜମିକୁ ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ଚଞ୍ଚକତା କରି ନିଜ ନାମକୁ ପରିବର୍ତ୍ତନ କରିଛନ୍ତି । ଜମି ଦଲାଲଙ୍କ ଜରିଆରେ ଏହି ଜମିକୁ ବିକ୍ରି କରିବାକୁ ବସିଥିବା ବେଳେ ଆର୍‌ଆଇ ଏବଂ ତହସିଲଦାରଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହାକୁ ନେଇ କନକଗିରି ଚାରିଟେବୁଲ ଟ୍ରଷ୍ଟ, ସିଦ୍ଧ ପୀଠ, କନକଗିରି ବିକାଶ ଓ ସୁରକ୍ଷା ମଞ୍ଚ ପକ୍ଷରୁ କନକଗିରି ପୀଠରେ ମହାପଞ୍ଚାୟତ ବୈଠକ କରିଛନ୍ତି । ମାଳିକା ବର୍ଣ୍ଣିତ ଏହି ପୀଠରେ ପୂର୍ବକାଳରୁ ଲୋକଙ୍କ ବିଶ୍ୱାସ ସହିତ ଜଡିତ ହୋଇ ରହିଛି । ଏ ନେଇ ଏ ପୀଠକୁ କିଏ ନେଇପାରିବେ ନାହିଁ, ସେଥିପାଇଁ ଆଇନ୍ ଅନୁସାରେ ପଦକ୍ଷେପ  ନେବାକୁ ପଡିବ ବୋଲି  ବୈଠକରେ ନିଷ୍ପତ୍ତି ହୋଇଛି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.