ଭିଜିଲାନ୍ସ ପଞ୍ଝାରେ ଲମତାପୁଟ ଜେଇ ସୁଚିସ୍ମିତା ପରିଜା, ୮ ହଜାର ଲାଞ୍ଚ ନେବାବେଳେ ଧରାପଡିଲେ

Published By : Prameya-News7 Bureau | June 10, 2025 IST

ଲମତାପୁଟ ୧୦।୬ଭିଜିଲାନ୍ସ ପଞ୍ଝାରେ ଲମତାପୁଟ ବ୍ଲକ୍ ଜେଇ ସୁଚିସ୍ମିତା ପରିଜା । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଉମ୍ବେଲ ପଞ୍ଚାୟତରେ ମନରେଗା କାର୍ଯ୍ୟରେ ଘାଟ କଟିଙ୍କ ବାବଦକୁ ଲେବର ବିଲ୍ କରିଦେବା ପାଇଁ ମାଷ୍ଟର ରୁଲ୍‌ରେ ହସ୍ତାକ୍ଷର କରିବା ପାଇଁ ୮ ହଜାର ଲାଞ୍ଚ ନେବାବେଳେ ଜୟପୁର ଭିଜିଲାନ୍ସ ଧରିଛି l ଜୟପୁର ଭିଜିଲାନ୍ସର ଡିଏସପି ୩ ଜଣ ଏବଂ ଦୁଇ ଜଣ ଇନ୍ସପେକ୍ଟର ମିଳିତ ଚଢାଉ କରି ସମ୍ପୃକ୍ତ ଜେଇଙ୍କୁ ଅଟକ ରଖି ପଚାର ଉଚରା ଜାରି ରଖିଛନ୍ତି । 

ଜେଇଙ୍କ ସେମିଳିଗୁଡା, ଭୁବନେଶ୍ବର ସ୍ଥିତ ଘରେ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି l ସମ୍ପୃକ୍ତ ଜେଇ ଲମତାପୁଟ ବ୍ଲକରେ ଦୁଇ ବର୍ଷ ହେବ କାର୍ଯ୍ୟରତ ଥିଲେ ବହୁ ଦୁର୍ନୀତିରେ ଲିପ୍ତ ଥିବା ନେଇ ଭିଜିଲାନ୍ସ ନିକଟରେ ଖବର ଥିବାରୁ ଦୀର୍ଘ ଦିନ ଭିଜିଲାନ୍ସ ସ୍କାନରରେ ରହିଥିଲେ l ଆଜି ନିଜ ଅଫିସ କ୍ଵାର୍ଟରରେ ଲାଞ୍ଚ ନେବାବେଳେ ଧରାପଡିଛନ୍ତି ଏହି ମହିଳା ଜେଇ l

You Can Read:

ଭୁବନେଶ୍ବର ପରେ କଟକରେ ମେଡିସିନ ଦୋକାନରେ ଚଢ଼ାଉ, ଛାନଭିନ୍ କରୁଛି ଡ୍ରଗ୍ସ କଣ୍ଟ୍ରୋଲ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.