ନୂଆଦିଲ୍ଲୀ ୧୧।୦୬: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ଫାଇନାଲ୍ । ଗୋଟିଏ ପଟେ ବହୁତ ଖୁସି ଆଣିଥିଲା, ଅନ୍ୟପଟେ ନିରାଶା ଏବଂ ଦୁଃଖ। ପ୍ରୀତିଜିଣ୍ଟାଙ୍କ ଦଳ ପଞ୍ଜାବ କିଙ୍ଗସକୁ ପରାସ୍ତ କରି RCB ହାତେଇଥିଲା ଟ୍ରଫି । ଫ୍ୟାନ୍ସ ବିରାଟଙ୍କ ପାଇଁ ଖୁସି ଥିଲେ କିନ୍ତୁ ପ୍ରୀତିଙ୍କ ଶୁଖିଲା ମୁହଁ ଫ୍ୟାନ୍ସଙ୍କୁ ଦେଉଥିଲା କଷ୍ଟ । ଏବେ IPL ଶେଷ ହୋଇଛି । ଆଉ ଏବେ ପ୍ରୀତିଜିଣ୍ଚା ବି ଗାଏବ୍ ? ଏବେ ଫ୍ୟାନ୍ସ କେବଳ ପ୍ରୀତିଙ୍କୁ ସୋସିଆଲ ମିଡିଆରେ ଦେଖିପାରିବେ । ସମସ୍ତଙ୍କ ମନରେ ପ୍ରଶ୍ନ କୁଆଡେ ଗାଏବ୍ ହୋଇଯାଉଛନ୍ତି ପ୍ରୀତି ?
ବାସ୍ତବରେ ଆଇପିଏଲ୍ ପରେ ପ୍ରୀତି ଜିଣ୍ଟା ତାଙ୍କ ଘରକୁ ଫେରିଛନ୍ତି । ଅଭିନେତ୍ରୀ ତାଙ୍କ ସ୍ୱାମୀ ଜିନ୍ ଗୁଡଏନଫ୍ଙ୍କ ସହିତ ଲସ୍ ଆଞ୍ଜେଲସ୍ରେ ରୁହନ୍ତି । ସେ ୨୦୧୬ ମସିହାରେ ବିବାହ କରିଥିଲେ । ବିବାହ ପରେ ସେ ସେଠାକୁ ସିଫ୍ଟ ହୋଇଯାଇଛନ୍ତି । ଅଭିନେତ୍ରୀ ବେଭର୍ଲି ହିଲ୍ସର ଏକ ବଡ଼ ଘରେ ତାଙ୍କ ପରିବାର ସହିତ ରୁହନ୍ତି। ଯଦିଓ ଅଭିନେତ୍ରୀ ଭାରତ ଆସୁଛନ୍ତି, କିନ୍ତୁ ତାଙ୍କୁ ଆଇପିଏଲ୍ ସମୟରେ ସବୁଠାରୁ ଅଧିକ ଦେଖାଯାଏ।
୨୦୨୧ରେ ପ୍ରୀତିଜିଣ୍ଟା ସରୋଗେସି ଜରିଆରେ ଏକ ପୁଅ-ଝିଅର ମାଆ ହୋଇଥିଲେ। ଅଭିନେତ୍ରୀ ପ୍ରାୟତଃ ତାଙ୍କ ପୁଅ ଜୟ ଏବଂ ଝିଅ ଜିୟାଙ୍କ ସହିତ ଫଟୋ ସେୟାର କରନ୍ତି । ତଥାପି ତାଙ୍କ ମୁହଁ ଲୁଚାଇ ରଖିଥାନ୍ତି ଏବଂ ସବୁବେଳେ ଅନୁରୋଧ କରିଥାନ୍ତି କି ପିଲାମାନଙ୍କର ଫଟୋ ଜୋରଜବରଦସ୍ତି ଉଠାଇବାକୁ ଚେଷ୍ଠା କରା ନଯାଉ । ସେ ନିଜେ କହିଥିଲେ ଯେ ସେ ହିନ୍ଦୁ ଧର୍ମ ଅନୁସାରେ ପିଲାମାନଙ୍କୁ ଲାଳନପାଳନ କରନ୍ତି । ତଥାପି ଆଇପିଏଲ୍ ସରିବା ମାତ୍ରେ, ସେ ପରିବାର ସହିତ ରହିବା ପାଇଁ ଲସ୍ ଆଞ୍ଜେଲସ୍ ଯାଆନ୍ତି ।
ପ୍ରୀତିଜିଣ୍ଟା ବହୁତ ଦିନ ଧରି ଅଭିନୟରୁ ଦୂରରେ ଅଛନ୍ତି । କିନ୍ତୁ ସେ ଖୁବଶୀଘ୍ର କମ୍ବ୍ୟାକ୍ କରୁଛନ୍ତି । ସେ ସନି ଦେଓଲଙ୍କ 'ଲାହୋର 1947'ରେ ଏଣ୍ଟ୍ରି କରିଛନ୍ତି । କିନ୍ତୁ ଚଳିତବର୍ଷ ଫିଲ୍ମଟି ରିଲିଜ୍ ହେବ କି ନାହିଁ, ଏପର୍ଯ୍ୟନ୍ତ କିଛି ନିଶ୍ଚିତ ହୋଇନାହିଁ । ଅଭିନେତ୍ରୀଙ୍କୁ ଶେଷଥର ପାଇଁ 'ଭୈୟାଜୀ ସୁପରହିଟ୍'ରେ ଦେଖିବାକୁ ମିଳିଥିଲା । ଯାହା ୨୦୧୮ରେ ହୋଇଥିଲା ରିଲିଜ୍ ।
ବାସ୍ତବରେ ପ୍ରୀତି ଜିଣ୍ଟା ବହୁତ ଦିନ ଧରି ଅଭିନୟରୁ ବିରତି ନେଇଛନ୍ତି । କିନ୍ତୁ ସେ ଖୁବ୍ ଶୀଘ୍ର ଫେରିବେ । ତେବେ ନିକଟରେ ତାଙ୍କ ବିଷୟରେ ଆଉ ଏକ ରିପୋର୍ଟ ଆସିଛି । ଯେଉଁଥିରୁ ଜଣାପଡିଛି କି ସେ ହ୍ରିତିକ୍ ରୋଶନଙ୍କ 'କ୍ରିଶ୍ ୪'ରେ ରହିପାରିବେ । ପ୍ରିୟଙ୍କା ଚୋପ୍ରା ପୂର୍ବରୁ ଏହି ଫିଲ୍ମରେ ପ୍ରବେଶ କରିସାରିଛନ୍ତି । ଅଭିନେତ୍ରୀଙ୍କ ପରବର୍ତ୍ତୀ ଫିଲ୍ମ କେବେ ଦେଖାଯାଉଛି ତାହା ଦେଖିବାକୁ ବାକି ଅଛି।