'ପାକିସ୍ତାନରେ ଆତଙ୍କବାଦ ବୃଦ୍ଧି ପାଇଁ ଆମେରିକା ଦାୟୀ', ଟ୍ରମ୍ପଙ୍କୁ ଦୋଷ ଲଦିଲେ ଭୁଟ୍ଟୋ

Published By : Prameya-News7 Bureau | June 10, 2025 IST

ନୂଆଦିଲ୍ଲୀ ୧୦/୦୬: ଅପରେସନ ସିନ୍ଦୁର ଜରିଆରେ ବିଶ୍ୱ ଦରବାରରେ ଭାରତ ରଖୁଛି ନିଜର ପକ୍ଷ । ବିଶ୍ୱ ଆଗରେ ପାକିସ୍ତାନର ଅସଲ ଚେହେରାକୁ ସର୍ବସମ୍ମୁଖରେ ଅଣାଯାଉଛି । ସେପଟେ ନିଜ ଦେଶର ପକ୍ଷ ରଖିବାକୁ ଆମେରିକା ଯାଇଥିବା ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାୱଲ ଭୁଟ୍ଟୋ ଆମେରିକୀୟ ନୀତି ଉପରେ ଉଠାଇଛନ୍ତି ପ୍ରଶ୍ନ। 

ବିଲାୱଲ ଭୁଟ୍ଟୋ କହିଛନ୍ତି ଯେ ପାକିସ୍ତାନରେ ଆତଙ୍କବାଦ ଘଟଣା ବୃଦ୍ଧି ପାଇଁ ଆମେରିକା ନୀତି ଦାୟୀ । ତାଙ୍କ ବିବୃତ୍ତିରେ ସେ ୨୦୨୦ ମସିହାରେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ନିଆଯାଇଥିବା ଆଫଗାନିସ୍ତାନ ସମ୍ପର୍କରେ ଆମେରିକାର ନିଷ୍ପତ୍ତିକୁ ଇଙ୍ଗିତ କରିଛନ୍ତି। ବିଲାୱଲ କହିଛନ୍ତି ଯେ ଆମେରିକା ଯେପରି ତରବରିଆ ଭାବେ ଆଫଗାନିସ୍ତାନ ଛାଡିଛି । ସେହି ସମୟରେ ଆଫଗାନିସ୍ତାନରେ ଅନେକ ସମ୍ବେଦନଶୀଳ ଅସ୍ତ୍ର ଛାଡି ଦିଆଯାଇଛି। 

ବିଲାୱଲ ଦାବି କରିଛନ୍ତି ଯେ ଏହି ଅସ୍ତ୍ରଗୁଡ଼ିକ ଏବେ ଆତଙ୍କବାଦୀ ଗୋଷ୍ଠୀଙ୍କ ହାତରେ ଲାଗିଛି । ଆତଙ୍କବାଦୀମାନେ ଏହି ଅସ୍ତ୍ର ପାଇ ପାକିସ୍ତାନ ବିରୋଧରେ ବ୍ୟବହାର କରୁଛନ୍ତି । ଯେଉଁଥିପାଇଁ ବହୁ ପରିମାଣରେ କ୍ଷତି ସହୁଛି ପାକିସ୍ତାନ । ସେପଟେ ବିଲାୱାଲ ଭୁଟ୍ଟୋଙ୍କ ଏହି ବୟାନ ପୁଣି ଥରେ ଆମେରିକା ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ଉତ୍ତେଜନା ବୃଦ୍ଧି ପାଇବ ବୋଲି ଆଶା । ବିଲାୱଲ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆମେରିକା ଓ ସେହି ଅଞ୍ଚଳର ଭୂରାଜନୈତିକ ପରିସ୍ଥିତି ପାକିସ୍ତାନର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି।

କିନ୍ତୁ ବିଲାୱଲ ଭୁଟ୍ଟୋ ଏବେ ଦକ୍ଷିଣ ଏସିଆରେ ଆମେରିକାର ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି।

ବିଲାୱଲ ଭୁଟ୍ଟୋ କହିଛନ୍ତି, ଆମେ ଆତଙ୍କବାଦ ବିଷୟରେ କଥା ହେଉ, ଆମେ ଆଫଗାନିସ୍ତାନ ବିଷୟରେ କଥା ହେଉ । କେବଳ ଆତଙ୍କବାଦ ନୁହେଁ ଆମେ ଅନ୍ୟାନ୍ୟ ବିଷୟରେ ବି କଥା ହେଉ। ଏହି ପ୍ରସଙ୍ଗଗୁଡ଼ିକ ଆମେ ଗତ କିଛି ଦଶନ୍ଧି ଧରି ଆମ ସମ୍ପର୍କରେ ଆଲୋଚନା କରିଛୁ । ବିଲାୱଲ କହିଛନ୍ତି ଯେ ଏହି ପ୍ରସଙ୍ଗଗୁଡ଼ିକ ଆମେରିକା ସହିତ ପାକିସ୍ତାନର ସମ୍ପର୍କରେ ପ୍ରାଧାନ୍ୟ ବିସ୍ତାର କରେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.