ହାଇକୋର୍ଟଙ୍କୁ କଡ଼ା ତାଗିଦ, ଜାହାଜକୁ ଗିରଫ ପାଇଁ ଦେଲେ ନିର୍ଦ୍ଦେଶ

NEWS7
lady-beat-cab-driver-and-and-misbehave-with-abusive

କଟକ ୨୭।୧୨ : ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅନ୍ୟ ଏକ ଜାହାକକୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ଜାନୁଆରି ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ।

ବ୍ୟବସାୟିକ ବିବାଦକୁ ନେଇ ଜଲ୍‌ଧି ଓଭରସିଜ୍ ଦାୟର ହୋଇଥିଲା ଏକ ଆବେଦନ । ଯାହାକୁ ଶୁଣାଣି କରି ହାଇକୋର୍ଟ ଶୁଣାଣି କରି ପାରାଦୀପ ବନ୍ଦରରେ ଏମ ଦି’ ପାଟ୍ରୋନ୍ (ଆଇଏମଓ ୯୪୮୧୪୩୯) ଜାହାଜକୁ ଗିରଫ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଏମ.ଏସ.ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଆବେଦନକାରୀ ସଂସ୍ଥାର ଅନ୍ତରୀଣ ଆବେଦନର ଶୁଣାଣି କରିଥିଲେ। ୨୦୨୬, ଜାନୁଆରି ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ | ଜାହାଜଟି ଖୁବଶୀଘ୍ର ପାରାଦୀପ ବନ୍ଦର ଛାଡ଼ି ଚାଲି ଯାଇପାରେ ବୋଲି ଆବେଦନକାରୀ ଦର୍ଶାଇବା ସହିତ ମାମଲାର ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିଲେ। ଯଦି ପାରାଦୀପ ବନ୍ଦରରୁ ଜାହାଜ ଅନ୍ୟତ୍ର ଚାଲିଯାଏ ତେବେ ଏହି ମାମଲା ଅପ୍ରାସଙ୍ଗିକ ହୋଇଯିବ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା । ପ୍ରକାଶଥାଉକି, ଏମ୍ଭି ଦି’ ପାଟ୍ରୋନ୍ ବିରୋଧରେ ୨୦୨,୦୦୦ ଆମେରିକୀୟ ଡଲାର ଅର୍ଥ ଦାବି କରି ଆବେଦନକାରୀ ସଂସ୍ଥା ହାଇକୋର୍ଟରେ ଏହି ମାମଲା ଦାୟର କରିଛି।