LIVE TV

ସେନସେକ୍ସରେ ୫୭୫ ଅଙ୍କ ବୃଦ୍ଧି, ନିବେଶକଙ୍କ ଲାଭ ୪.୨୯ ଲକ୍ଷ କୋଟି ଟଙ୍କା  

NEWS7
labor-died-in-accident-in-paradeep-port

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଅକ୍ଟୋବର ୧୫, ବୁଧବାର ଜୋରଦାର କମବ୍ୟାକ୍ କରିଛି । ଆମେରିକା ଫେଡ୍ ଦ୍ୱାରା ସୁଧ ହାର ହ୍ରାସ ସଂକେତରୁ ନିବେଶକଙ୍କ ମନୋବଳ ମଜଭୁତ ହୋଇଛି । ଆଉ ଏହି କାରଣରୁ ଆଜି ଅଧିକ କ୍ରୟ ଦେଖିବାକୁ ମିଳିଥିଲା । କାରବାର ଶେଷରେ ସେନସେକ୍ସ ୫୭୫.୪୫ ଅଙ୍କ ବା ୦.୭୦ ପ୍ରତିଶତ ବଢି ୮୨,୬୦୫.୪୩ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୧୭୮.୦୫ ଅଙ୍କ ବା ୦.୭୧ ପ୍ରତିଶତ ବଢି ୨୫,୩୨୩.୫୫ ସ୍ତରରେ ବନ୍ଦ ହୋଇଛି ।

ସେକ୍ଟୋରାଲ୍ ଇଣ୍ଡେକ୍ସ କଥା ଯଦି କହିବା ତେବେ କାରବାର ବେଳେ ନିଫ୍ଟି ରିୟଲ୍ଟି ଦମଦାର ପ୍ରଦର୍ଶନ କରିଥିଲା ଓ ୩ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଥିଲା । ନିଫ୍ଟି ଫାଇନାନସିଆଲ୍ ସର୍ଭିସେସ୍ ଓ ଏଫଏମ୍‌ସିଜି ଇଣ୍ଡେକ୍ସ ମଧ୍ୟ ୧ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଏହା ବ୍ୟତୀତ ମେଟାଲ, କଞ୍ଜୁମର ଡ୍ୟୁରେବଲ୍ସ, ପିଏସୟୁ ବ୍ୟାଙ୍କ, ଆଇଟି ଓ ଅୟଲ୍ ଆଣ୍ଡ ଗ୍ୟାସ୍ ସେକ୍ଟରରେ ବି ହାଲୁକାରୁ ମଧ୍ୟମ ବୃଦ୍ଧି ଦେଖିବାକୁ ମିଳିଥିଲା । ସେହେ ନିଫ୍ଟି ମିଡିଆ ଇଣ୍ଡେକ୍ସ ୦.୬ ପ୍ରତିଶତ ଓ ଫାର୍ମା ଏବଂ ହେଲ୍ଥକେୟାର ଇଣ୍ଡେକ୍ସ ସ୍ଥିର ରହିଥିଲା ।

ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ମୂଲ୍ୟ ଆଜି ବଢି ୪୬୩.୯୬ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ମଙ୍ଗଳବାର ୪୫୯.୬୭ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୪.୨୯ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ୪.୨୯ ଲକ୍ଷ କୋଟି ଟଙ୍କା ବଢିଛି ।

ବିଏସଇ ସେନସେକ୍ସର ୩୦ରୁ ୨୩ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ବଜାର ଫାଇନାନ୍ସର ସେୟାରରେ ସବୁଠୁ ଅଧିକ ୪.୦୩ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି । ଅନ୍ୟପଟେ ୭ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି । ଟାଟା ମୋଟର୍ସ ସେୟାରରେ ସବୁଠୁ ଅଧିକ ୧.୨୦ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି ।