ଇଡେନ୍ ଗାର୍ଡେନ୍‌ରେ ବର୍ଷିଲା କୋଲକାତା ଓପନରଙ୍କ ବ୍ୟାଟ୍: ପଞ୍ଜାବ ଆଗରେ ୨୬୨ ରନ୍ ଟାର୍ଗେଟ୍

Published By : Prameya-News7 Bureau | April 26, 2024 IST

IPL X

କୋଲକାତା: ଆଇପିଏଲ୍ ଇତିହାସରେ ସର୍ବାଧିକ ସ୍କୋର କରିବା ରେକର୍ଡ ଭାଙ୍ଗିବା ଅପେକ୍ଷାରେ ଥିଲା କୋଲକାତା ନାଇଟରାଇଡର୍ସ। ହେଲେ ସ୍ୱପ୍ନ ଅଳ୍ପକେ ରହିଗଲା। ଶୁକ୍ରବାର ଇଡେନଗାର୍ଡେନ୍‌ରେ ପଞ୍ଜାବ ବିରୋଧରେ ପ୍ରଥମେ ବ୍ୟାଟିଂ କରି କୋଲକାତା ବିଶାଳ ସ୍କୋର ଛିଡ଼ା କରିଛି। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୬୧ ରନ୍ କରିଛି।  

ଆଜିର ମ୍ୟାଚ୍‌ରେ କୋଲକାତା ଓପନରଙ୍କ ସୁପର ଶୋ’ ଦେଖିବାକୁ ମିଳିଥିଲା। ଦଳର ଓପନର ବ୍ୟାଟର ସୁନୀଲ ନାରାୟଣ ଓ ଫିଲିପ୍ସ ସଲ୍ଟ ଉଭୟ ଦ୍ରୁତ ଅର୍ଦ୍ଧଶତକ କରିବା ସଲ୍ଟ ସର୍ବାଧିକ ୭୫ ରନ୍ ଓ ନାରାୟଣ ୭୧ ରନ୍‌ କରିଥିଲେ।

ଶୁକ୍ରବାର ଆଇପିଏଲ୍‌ ୨୦୨୪ର ୪୨ ତମ ମ୍ୟାଚ୍‌ରେ କୋଲକାତା ଟସ୍ ହାରି ପଞ୍ଜାବ ଆମନ୍ତ୍ରଣରେ ପ୍ରଥମେ ବ୍ୟାଟିଂ କରିଥିଲା। ସୁନୀଲ ନାରାୟଣ ଓ ସଲ୍ଟ ଓପନିଂ ଆସି ଜବରଦସ୍ତ ବ୍ୟାଟିଂ କରିଥିଲେ। ଦୁହେଁ ମିଶି ଦଳୀୟ ସ୍କୋର୍‌କୁ ୧୩୮ ପର୍ଯ୍ୟନ୍ତ ନେବା ପରେ ପ୍ରଥମ ୱିକେଟ୍ ଯାଇଥିଲା। ସୁନୀଲ ୩୨ ବଲ୍‌ରେ ୭୧ ରନ୍ କରି ରାହୁଲ ଚହରଙ୍କ ବଲ୍‌ର ଶିକାର ହୋଇଥିଲେ। ଏହାପରେ ୧୬୩ ରନ୍ ବେଳକୁ ଫିଲିପ୍ସ ସଲ୍ଟଙ୍କ ୱିକେଟ୍ ଯାଇଥିଲା। ସେ ୩୭ ବଲ୍‌ରେ ୭୫ ରନ୍ କରି ସାମ କରନଙ୍କ ଶିକାର ହୋଇଥିଲେ। 

ଏହାପରେ ଭେଙ୍କେଟେସ ଆୟର ଓ ଆଣ୍ଡ୍ରିୟୁ ରସେଲ ଦୁହେଁ ମିଶି ଦଳର ସ୍କୋର୍‌କୁ ଆଗକୁ ନେଇଥିଲେ। ହେଲେ ୧୫.୩ ଓଭର ବେଳକୁ ରସେଲ୍‌(୧୨ ବଲ୍ ୨୪ ରନ୍)ଙ୍କ ୱିକେଟ୍ ଯାଇଥିଲା। ଏହାପରେ ଶ୍ରେୟସ ଆୟର ଦ୍ରୁତ ୨୮ ରନ୍, ରିଙ୍କୁ ସିଂହ ୫ ରନ୍, ଭେଙ୍କଟେଶ ଆୟର ୩୯ ରନ୍ କରିଥିଲେ। ରମଣଦୀପ ସିଂହ ମଧ୍ୟ ୬ ରନ୍ କରି ନଟ୍‌ଆଉଟ୍ ରହିଥିଲେ।

ଅନ୍ୟପଟେ ପଞ୍ଜାବର କୌଣସି ବୋଲର କୋଲକାତାର ରନ୍‌ ଗତିରେ ବ୍ରେକ୍ ଲଗାଇପାରି ନଥିଲେ। କେବଳ ଅର୍ଶଦୀପ ସିଂହ ହିଁ ସର୍ବାଧିକ ୨ ୱିକେଟ୍ ନେଇଥିବା ବେଳେ ଶାମ କରନ, ହର୍ଷଲ ପଟେଲ ଓ ରାହୁଲ ଚହର ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। କ୍ୟାପ୍ଟେନ୍ ଶାମ କରନଙ୍କ ଓଭର ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ସେ ୪ ଓଭର ବୋଲିଂ କରି ସର୍ବାଧିକ ୬୦ ରନ୍ ଦେଇଥିବା ବେଳେ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ। ତାଙ୍କ ପଛକୁ କାଗିସୋ ରାବଡ଼ା ମଧ୍ୟ କୌଣସି ୱିକେଟ୍ ନ ନେଇ ୫୨ ରନ୍ ଦେଇଥିଲେ।  

 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.