ଟି-୨୦ ବିଶ୍ୱକପ୍‌ରେ ଚମକିବେ ଭାରତୀୟ,ରୋହିତ ବ୍ରିଗେଡଙ୍କୁ ଟକ୍କର ଦେବେ କ୍ରିକେଟର

Published By : Prameya-News7 Bureau | May 07, 2024 IST

ନୂଆଦିଲ୍ଲୀ ୦୭/୦୫:  ଜୁନ୍ ପହିଲାରୁ ଫଟାଫଟ୍ ବିଶ୍ୱକପ୍ । ଆମେରିକା ଓ ଓ୍ୱେଷ୍ଟଇଣ୍ଡିଜ୍ ଖେଳାଯିବ ମ୍ୟାଚ୍ । ମାସେ ଯାଏଁ କମ୍ପିବ ବିଦେଶ ମାଟି । ମୁହାଁମୁହିଁ ହେବେ ୨୦ ଟି ଟିମ୍ । ଖାସ୍ କରି ଫୋକସରେ ୟୁଥ୍ ବ୍ରିଗେଡ୍ । ଏଥର ମୈଦାନର ନୂଆ କରି ଏଣ୍ଟ୍ରି କରିଛନ୍ତି କିଛି ଟିମ୍ । ଲିଷ୍ଟରେ ରହିଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଯାହାର କମାଣ୍ଡ ସମ୍ଭାଳିବେ ଜଣେ ଭାରତୀୟ । ତେବେ କିଏ ଏହି ଖେଳାଳି? ଯାହାଙ୍କ କ୍ୟାପଟେନ୍ସିରେ ମେନ୍ ଇନ୍ ବ୍ଲ୍ୟୁକୁ ଦେବେ ଟକ୍କର ? କମ ତାଙ୍କର ପରିଚୟ ? ଆସନ୍ତୁ ଜାଣିବା ତାଙ୍କ ସଂପର୍କରେ କିଛି...

୩୧ ବର୍ଷୀୟ ମୋନାଙ୍କ ପଟେଲ । ଭାରତ ସହ ରହିଛି ପୁରୁଣା ସଂପର୍କ । ଜନ୍ମ ଗୁଜୁରାଟର ଆନନ୍ଦ ସହରରେ । ଗୁଜୁରାଟରୁ ଅଣ୍ଡର ୧୬ ଏବଂ ଅଣ୍ଡର ୧୯ ପାଇଁ ଖେଳିଛନ୍ତି ମୋନାଙ୍କ । ଦଲ ପାଇଁ ଲିଡ୍ ବି କରିଛନ୍ତି । ତଥାପି ଭାରତ ପାଇଁ ମିଳିଲାନି ସୁଯୋଗ । ଶେଷରେ ଆମେରିକା ଚାଲିଗଲେ ମୋନାଙ୍କ । ସେଠାରେ ଦେଖାଇଲେ ଜଲଓ୍ୱା । 


ଟିମ୍‌ରେ ସେ ବାମହାତୀ ବ୍ୟାଟର ସହ ଓ୍ୱିକେଟ କିପର । ଏଯାଏଁ ୟୁଏସ୍‌ଏ ପାଇଁ ଖେଳିଛନ୍ତି ୪୭ଟି ଦିନିକିଆ ଏବଂ ୨୩ଟି ଟି-୨୦ ମ୍ୟାଚ୍ । ଦିନିକିଆରେ ୩୨.୮୬ ଆଭରେଜ୍‌ରେ କରିଚନ୍ତି ୧୪୪୬ ରନ୍ । ଯେଉଁଥିରେ ଅଛି ଦୁଇଟି ଶତକ ଓ ୧୦ ଅର୍ଦ୍ଧଶତକ । ସେହିଭଳି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୨୧.୫୦  ହାରରେ କରିଛନ୍ତି ୩୮୭ ରନ୍ । ଏହାରି ଭିତରେ ରହିଛି ଦୁଇଟି ଅର୍ଦ୍ଧଶତକ । 

ଟି-୨୦ ବିଶ୍ୱକପ୍‌ରେ ଆମେରିକା ଟିମ୍ ଭାରତ ସହ ଅଛି ଗ୍ରୁପ୍ ‘ଏ’ରେ । ଦୁଇ ଟିମ୍‌ଙ୍କ ମଧ୍ୟରେ ୧୨ ଜୁନ୍‌ରେ ନ୍ୟୁୟର୍କରେ ଖେଳାଯିବ ମ୍ୟାଚ୍ । ମୋନାଙ୍କ ନେତୃତ୍ୱରେ ଖେଳିବ ଆମେରିକା । ତେବେ ମଜାଦାର କଥା ହେଉଛି ଦୁଇ ଭାରତୀୟଙ୍କ ମଧ୍ୟରେ ହେବ ପ୍ରତିଯୋଗିତା । ଉଭୟ ଉଭୟଙ୍କୁ ଦେଖାଇବେ ତାଙ୍କର ଦମ୍ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.