କେଦାରନାଥ ଧାମର ୩୨୫ତମ ରାଉଳଙ୍କ ନିଯୁକ୍ତିକୁ ନେଇ ଟଳିଲା ଅନିଶ୍ଚିତତା,ଖୁବ ଶୀଘ୍ର ନାମ ଘୋଷଣା କରିବ BKTC

NEWS7
kohli-return-to-ranji-after-13-years-innings-finished-in-23-min

ଡେରାଡୁନ ୧୫।୨: ପଞ୍ଚକକେଦାର ମୁଖ୍ୟ ଆଶୁତୋଷଙ୍କ ଦ୍ୱାଦଶ ଜ୍ୟୋତିର୍ଲିଂଗ ମଧ୍ୟରୁ ଅନ୍ୟତମ କେଦାରନାଥ ଧାମର ୩୨୫ତମ ରାଉଳ (ପୂଜକ) ପଦବୀ ନିମନ୍ତେ ଉଖିମଠ ଓଁକାରେଶ୍ୱର ମନ୍ଦିରରେ ରବିବାର ଅନୁଷ୍ଠିତ ବୈଠକରେ ସହମତି ହୋଇଯାଇଛି। ନୂଆ ରାଉଳଙ୍କ ନାମ ଏବେ ଶ୍ରୀ ବଦ୍ରିନାଥ କେଦାରନାଥ ମନ୍ଦିର କମିଟି( ବିକେଟିସି) ଘୋଷଣା କରିବେ। କେଦାରନାଥଙ୍କ ବର୍ତ୍ତମାନ ରାଉଳ ଭୀମାଶଙ୍କର ଲିଂଗ ତାଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ପଦବୀ ନିମନ୍ତେ ୪୨ ବର୍ଷ ବୟଷ୍କ ଶିବାଚାର୍ଯ୍ୟ ଶାନ୍ତି ଲିଂଗ (କେଦାର ଲିଂଗ)ଙ୍କୁ ନିଜ ଉତ୍ତରାଧିକାରୀ ବାଛିଛନ୍ତି।

ମହାରାଷ୍ଟ୍ରର ନାନ୍ଦେଡସ୍ଥିତ ମଠରୁ କେଦାରନାଥଙ୍କ ବର୍ତ୍ତମାନର ରାଉଳ ଏବେ ଦାୟିତ୍ୱ ସମ୍ଭାଳିବାକୁ ଅସମର୍ଥ ବୋଲି କହିଛନ୍ତି। ଏଣୁ ସେ ତାଙ୍କ ଶିଷ୍ୟ ଶିବାଚାର୍ଯ୍ୟ ଶାନ୍ତି ଲିଂଗଙ୍କୁ ନିଜ ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ମହାଶିବରାତ୍ରି ଦିନ ଉଖି ମଠ ଓଂକାରେଶ୍ୱର ମନ୍ଦିରରେ ଅନୁଷ୍ଠିତ ବୈଠକରେ ରାଉଳ ଭୀମାଚାର୍ଯ୍ୟଙ୍କ ଲିଖିତ ପତ୍ର ଉପରେ ଚର୍ଚ୍ଚା ହେବା ସହ ନୂଆ ରାଉଳଙ୍କ ନାମରେ ସହମତି ହୋଇଛି। ଏହି ବୈଠକରେ ଡଙ୍ଗୱାଡୀ, ଭଟୱାଡୀ, ଚୁନୀମଙ୍ଗୋଲୀ, କିମାଣା ଓ ପଞ୍ଚୌଲୀ ଡୁଙ୍ଗର ସେମଲାର ହୁକ୍କାଧାରୀ ଓ ଦସ୍ତୁରଧାରୀ ଗ୍ରାମବାସୀ ମଧ୍ୟ ଯୋଗ ଦେଇଥିଲେ।

ବୈଠକର ନିଷ୍ପତ୍ତି ପରେ ବିକେଟିସି ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ କହିଛନ୍ତି ଯେ ଖୁବ ଶୀଘ୍ର ନୂଆ ରାଉଳଙ୍କ ନାମ ଘୋଷଣା କରିଦିଆଯିବ। ଉଲ୍ଲେଖଯୋଗ୍ୟ ଯେ କେଦାରନାଥଙ୍କ ପୂଜକ ଅବିବାହିତ ହୋଇଥାନ୍ତି। ଏହି ପଦବୀ ନିମନ୍ତେ ପୂଜକଙ୍କ ଯୋଗ୍ୟତା କର୍ଣ୍ଣାଟକର ଭୀର ଶୈବ ସମ୍ପ୍ରଦାୟର ହୋଇଥିବା ନିତ୍ୟାନ୍ତ ଆବଶ୍ୟକ ଓ ସେ ଜଣେ ଶିବ ଉପାଶକ ହୋଇଥିବେ। ପରମ୍ପରା ଅନୁସାରେ ରାଉଳ କେଦାରନାଥଙ୍କ ପୂଜାର ମୁଖ୍ୟ କର୍ତ୍ତାଧର୍ତ୍ତା ହୋଇଥାନ୍ତି। ରାଉଳ କେଦାରନାଥ ଧାମର କବାଟ ଖୋଲିଲେ ଓ ବନ୍ଦ ହେଲେ କେଦାରନାଥ ଧାମରେ ହିଁ ଉପସ୍ଥିତ ଥାନ୍ତି।

ଏହା ବି ପଢ଼ନ୍ତୁ:-ଏପ୍ରିଲ ୨୩ରେ ଖୋଲିବ ବଦ୍ରିନାଥ ଧାମ କବାଟ, ଗତବର୍ଷ ଅପେକ୍ଷା ୧୧ ଦିନ ଆଗରୁ ହେବ ଦର୍ଶନ