ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ, ୯୦ ବର୍ଷରେ ନୀରବି ଗଲା ସ୍ୱର

NEWS7
kohli-return-to-ranji-after-13-years-innings-finished-in-23-min

ନୂଆଦିଲ୍ଲୀ ୧୨/୧୨: ପୂର୍ବ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ । ୯୧ ବର୍ଷରେ ଶେଷ ନିଃଶ୍ବାସ ତ୍ୟାଗ । ୨୦୦୮ ମୁମ୍ବାଇ ଆକ୍ରମଣ ସମୟରେ ଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ତାଙ୍କ ଏପରି ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ଅନେକ ନେତୃବୃନ୍ଦ । 

​​​​​​​ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୬ଟାରେ ସେ ଲାଟୁରର ଦେଓଘରସ୍ଥିତ ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ସେ ଘରେ ଚିକିତ୍ସାଧୀନ ଥିଲେ। ଶିବରାଜ ପାଟିଲ ଚାକୁରକର ଲୋକସଭାର ବାଚସ୍ପତି ଥିଲେ। ସେ ଅନେକ କେନ୍ଦ୍ର ମନ୍ତ୍ରୀ ପଦରେ ରହିଥିଲେ। ୨୦୦୮ ମସିହାରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ସମୟରେ ସେ ଦେଶର ଗୃହମନ୍ତ୍ରୀ ଥିଲେ।

ମୁମ୍ବାଇ ଆକ୍ରମଣ ପରେ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା। ତାଙ୍କ ରାଜନୈତିକ କ୍ୟାରିୟର ସମୟରେ, ସେ ଦେଶ ପାଇଁ ଅନେକ ମର୍ଯ୍ୟାଦାଜନକ ପଦବୀରେ ରହିଥିଲେ ଏବଂ ଦେଶର ସାମ୍ବିଧାନିକ ପ୍ରକ୍ରିୟାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।