ବିନା ଫିଟନେସରେ ଗଡୁଛି ୧୧୭୧ ବସ୍, ମନ୍ତ୍ରୀ କହିଲେ- ଯାହାର ଫିଟନେସ ନାହିଁ, ତା ଉପରେ ଆକ୍ସନ

NEWS7
know-your-horoscope-for-wednesday-16th-october-2024

ଭୁବନେଶ୍ବର ୧୯।୨: ପିଲାମାନଙ୍କୁ ସ୍କୁଲ ବସ୍‌ରେ ପଠାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ । ସ୍କୁଲ ବସ୍ରେ ନାହିଁ ଫିଟନେସ, ହୋଇପାରେ ଦୁର୍ଘଟଣା । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୧୧୭୧ ବସ୍‌ର ଫିଟନେସ ନାହିଁ । ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିନା ଫିଟନେସରେ ଗଡୁଛି ୧୭ଟି ବସ୍ । ତେବେ ରାଜ୍ୟର ବିଭିନ୍ନ ସ୍କୁଲରେ ୪୦୪୫ଟି ବସ୍ ପିଲାମାନଙ୍କୁ ନେବାଆଣିବା କରୁଛି ।

ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି, ଡେଡଲାଇନ ଦେଲେ ଲୋକଙ୍କୁ ବାଧୁଛି । ତୁରନ୍ତ ଗାଡିର ଫିଟନେସ କରନ୍ତୁ । ନ ହେଲେ ବାତିଲ ହେବ RC । ଯାତ୍ରୀବାହୀ ବସ୍ ହେଉ କି ସ୍କୁଲ ବସ୍, ଯାହାର ବି ଫିଟନେସ ନାହିଁ, ତା ଉପରେ ଆକ୍ସନ ନିଆଯିବ । ପୂର୍ବରୁ ଆଖି ଦେଖି ଫିଟନେସ ଦିଆଯାଉଥିଲା । ଏବେ ATS ବା ଅଟୋମେଟିକ ଟେଷ୍ଟିଙ୍ଗ ସେଣ୍ଟର ଜରିଆରେ ଫିଟନେସ ଦିଆଯିବ । ସମୟ ଲାଗୁଥିବାରୁ ବର୍ତ୍ତମାନ ପୁଣି ମାନୁଆଲି ଫିଟନେସ ଦିଆଯିବ । ତେବେ ଖୁବ୍ଶୀଘ୍ର ATS ନିର୍ମାଣ ସରିବ । ସ୍କୁଲ ବସ୍ର ଫିଟନେସ ଓ PUCC ଆବଶ୍ୟକ । ଯାଞ୍ଚ ହେବ । କିଛି ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ହେଲାଣି । ବାରମ୍ବାର ଅମାନିଆ ହେଲେ, RC ବାତିଲ ହେବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।