ମୀନ ରାଶି ବ୍ୟକ୍ତିଙ୍କୁ ଆଶା ଅନୁଯାୟୀ ଫଳ ମିଳିପାରେ, ନୂଆ ଯୋଜନାରେ ଆଗକୁ ବଢ଼ିପାରିବେ

Published By : Prameya-News7 Bureau | August 16, 2025 IST

ମେଷ: ମନ ଉତ୍ସାହରେ ଭରିରହିବ। ବ୍ୟବସାୟ ଓ କାର୍ଯ୍ୟକ୍ଷେତ୍ରରେ ନୂଆ ଅବସର ମିଳିପାରେ। ପରିବାରରେ ଖୁସି ଓ ସମନ୍ୱୟ ଦେଖିବେ। ଆର୍ଥିକ ଲାଭର ସମ୍ଭାବନା ରହିଛି। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। 

ବୃଷ: ମନରେ ଦ୍ୱନ୍ଦ୍ୱ ଓ ଚିନ୍ତା ରହିପାରେ, ଶାନ୍ତ ରୁହନ୍ତୁ। ଧନ ଲାଭ ହେବ କିନ୍ତୁ, ଧୈର୍ଯ୍ୟ ରଖିବା ଦରକାର। ପ୍ରେମ ସମ୍ପର୍କରେ ସ୍ଥିରତା ଆସିପାରେ। ସ୍ୱାସ୍ଥ୍ୟ ସାଧାରଣ ରହିପାରେ।

ମିଥୁନ: କୌଣସି ମହତ୍ତ୍ୱପୂର୍ଣ୍ଣ କାମ ସଫଳ ହେବ। ନୂଆ ଯାତ୍ରା ବା ଯୋଜନା ପାଇଁ ଦିନଟି ଭଲ। ବାଣିଜ୍ୟରେ ଲାଭ ମିଳିପାରେ। ମିତ୍ର ବା ସହଯୋଗୀଙ୍କ ସହିତ ସମ୍ପର୍କ ଭଲ ରହିବ। ଶାରୀରିକ ଓ ମାନସିକ ଶକ୍ତି ବୃଦ୍ଧି ପାଇବ।

କର୍କଟ: ମନରେ ଆଳସ୍ୟ ଓ ଅସନ୍ତୋଷ ରହିପାରେ । ବୃଦ୍ଧ ଲୋକଙ୍କ ମତ ଅନୁଯାୟୀ ଚାଲିଲେ ଉପକାର ମିଳିବ। ଧନ ହାନି ହୋଇପାରେ, ସାବଧାନ ରୁହନ୍ତୁ। ଅପରିଚିତ ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରନ୍ତୁ ନାହିଁ। ପରିବାରରେ କିଛି ଅସମ୍ମତି ହେବ।

ସିଂହ: କୌଣସି ନୂଆ ନିଷ୍ପତ୍ତି ନେବା ପାଇଁ ଦିନଟି ଭଲ ରହିଛି। ବୃଦ୍ଧି ଓ ସମ୍ମାନ ମିଳିପାରେ। ଦୂର ସ୍ଥାନକୁ ଯାତ୍ରା ଅନୁକୂଳ ହେବ। ନୂଆ କାର୍ଯ୍ୟ ଅନୁକୂଳ ହେବ।

କନ୍ୟା: ମନରେ ଦ୍ବିଧା ରହିପାରେ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଧନ ହାନି ହେବାର ସମ୍ଭାବନା ଅଛି। ମାନସିକ ଶାନ୍ତି ପାଇଁ ଧ୍ୟାନ ଓ ପୂଜା କରନ୍ତୁ। ନିଜ ଉପରେ ବିଶ୍ୱାସ ରଖନ୍ତୁ।

ତୁଳା: ପରିବାର ଓ ସମାଜରେ ଆଦର ବଢ଼ିପାରେ। ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେଲେ ନିଶ୍ଚିତ ଲାଭ ମିଳିବ। ସହଯୋଗୀ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ମିଳିପାରେ। ବ୍ୟବସାୟରେ ନୂଆ ପ୍ରୟାସ ଅନୁକୂଳ ହେବ। ସ୍ୱାସ୍ଥ୍ୟ ସାଧାରଣ ରହିବ।

ବିଛା: କୌଣସି ପୁରୁଣା କାମ ଶେଷ କରିବେ। ନିଜ ଦକ୍ଷତା ଓ ପ୍ରଭାବ ଦ୍ୱାରା ଲୋକଙ୍କର ମନ ଜିତିପାରିବେ। ଅନ୍ୟମାନଙ୍କ ସହ ବ୍ୟବହାରରେ ସାବଧାନ ରହନ୍ତୁ। ଆର୍ଥିକ ପ୍ରସଙ୍ଗରେ ସତର୍କ ରୁହନ୍ତୁ। ଶିକ୍ଷା ଓ ପ୍ରତିଯୋଗିତାରେ ଲାଭ ମିଳିପାରେ।

ଧନୁ: ଯୋଜନା କାର୍ଯ୍ୟକାରୀ ହେବ। ଆତ୍ମବିଶ୍ୱାସ ବୃଦ୍ଧି ହେବ। ଅନ୍ୟମାନଙ୍କ ପ୍ରଶଂସା ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଘଟିବ। ଯାତ୍ରା ବା ଭ୍ରମଣ ଅନୁକୂଳ ରହିବ।

ମକର: ପରିବାରଲୋକଙ୍କ ସହ ସମୟ ବ୍ୟତୀତ କରିବେ। ଆର୍ଥିକ ଦୃଷ୍ଟିରୁ ଦିନଟି ମଧ୍ୟମ ରହିବ। ନିଜର କ୍ଷମତା ବୁଝି ନିଷ୍ପତ୍ତି ନିଅନ୍ତୁ। କୌଣସି ଗୁପ୍ତ ଶତ୍ରୁ ଅସୁବିଧା ଦେଇପାରେ। ସ୍ୱାସ୍ଥ୍ୟ ଦିଗରେ ସାବଧାନ ରୁହନ୍ତୁ।

କୁମ୍ଭ: ପୁରୁଣା ମିତ୍ର ବା ଆତ୍ମୀୟଙ୍କ ସହ ମିଳନ ହେବ। ମନ ଖୁସି ଓ ଶାନ୍ତି ରହିବ। ଧନ ଲାଭ ଓ ଅନୁକୂଳ ଘଟଣା ହେବ। ଉନ୍ନତି ଓ ବୃଦ୍ଧି ମିଳିପାରେ। ଦୟା ଓ ସାହାଯ୍ୟ ମନୋଭାବ ବଢିବ।

ମୀନ: ଆଶା ଅନୁଯାୟୀ ଫଳ ମିଳିପାରେ। ଆତ୍ମ-ଚିନ୍ତନ ଓ ଧ୍ୟାନ ପାଇଁ ସମୟ ଭଲ। ଅପରିଚିତ ବ୍ୟକ୍ତି ଉପରେ ଅଧିକ ବିଶ୍ୱାସ କରିବେ ନାହିଁ। ମାନସିକ ଚିନ୍ତା ଦୂର ହେବ। ନୂଆ ଯୋଜନାରେ ଆଗକୁ ବଢ଼ିପାରିବେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.