ଭାରତକୁ ଧମକ ଦେଲେ ଟ୍ରମ୍ପ୍, କହିଲେ- ଋଷଠୁ ତେଲ କିଣନି ନହେଲେ...

NEWS7
know-your-horoscope-for-saturday-15th-june-2024

ନୂଆଦିଲ୍ଲୀ, ୦୫/୦୧ : ଭାରତକୁ ଆମେରିକାର ଧମକ । ପୁଣି ଥରେ ନାଲିଆଖି ଦେଖାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଏହାସହ ଟାରିଫ ବୃଦ୍ଧି ପାଇଁ ଆଉ ଥରେ ସଙ୍କେତ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।

ଟ୍ରମ୍ପ୍ କହିଛନ୍ତି ଯେ, ଭାରତ ଋଷିଆରୁ ତୈଳ କ୍ରୟ କରୁଛି । ଏହା ତାଙ୍କୁ ଖୁସି କରୁନି । ଯଦି ଋଷ ତୈଳ ପ୍ରସଙ୍ଗରେ ଭାରତ ସହଯୋଗ କରିବନି ତାହାଲେ କିଛି ଭଲ ହେବନାହିଁ । ଆମେରିକା ବର୍ତ୍ତମାନର ଚାରିଫକୁ ଆହୁରି ବଢାଇପାରେ । ଏକ ସାଧାରଣ ସଭାରେ ସେ ଏହା ପ୍ରକାଶ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଭାରତ ତାଙ୍କୁ ଖୁସି କରିବାକୁ ଚାହୁଁଛି । ନରେନ୍ଦ୍ର ମୋଦୀ ବହୁତ ଭଲ ଲୋକ ।ସେ ଜଣେ ଭଲ ମଣିଷ । ମୁଁ ଖୁସି ନଥିବା ସେ ଜାଣିଥିଲେ । କାରଣ ମତେ ଖୁସି କରିବା ଦରକାର ଥିଲା । ଆମେ ସେମାନଙ୍କ ଉପରେ ବହୁତ ଶୀଘ୍ର ତାରିଫ୍ ବଢାଇବୁ ।

ସେ ଭାରତ ଏବଂ ଋଷ ମଧ୍ୟରେ ଚାଲିଥିବା ତୈଳ କାରବାରକୁ ନେଇ ଏପରି କହିଛନ୍ତି । ଯାହାକୁ ଟ୍ରମ୍ପ୍ ପ୍ରଶାସନ ଦୀର୍ଘ ଦିନ ହେବ ବିରୋଧ କରୁଛି । ୨୦୨୫ ଅଗଷ୍ଟ ମାସରେ ୟୁଏସ ଭାରତ ଉପରେ ଦୁଇଗୁଣା ଟାରିଫ୍ ଲଗାଇଥିଲା ।

ତେବେ ଟ୍ରମ୍ପଙ୍କ ବୟାନ ଆସିବା ପରେ ପୁଣି ଭାରତ ଏବଂ ଋଷ ମଧ୍ୟରେ ଥିବା ତୈଳ କାରବାର ପ୍ରଭାବିତ ହୋଇପାରେ । ପୂର୍ବରୁ ନରେନ୍ଦ୍ର ମୋଦୀ ଋଷରୁ ତୈଳ କିଣିବେନି ବୋଲି ଟ୍ରମ୍ପଙ୍କୁ ଭରସା ଦେଇଥିଲେ । ଏବେ କିନ୍ତୁ ଟ୍ରମ୍ପଙ୍କ ବୟାନ ଭାରତ ସହ ୟୁଏସର ସମ୍ପର୍କକୁ ଅଧିକ ଫିକା କରିପାରେ ବୋଲି ଆଶଙ୍କା କରାଯାଉଛି ।