Live Live
LIVE

ରିଲାଏନ୍ସ ରିଟେଲ୍ ଦ୍ଵାରା ହିମାଳୟର ପ୍ରାକୃତିକ ଉତ୍ପାଦ ପାଇଂ ସ୍କିନକେୟାର ବ୍ରାଣ୍ଡ 'ପାହାଡ଼ି ଲୋକାଲ' ଅଧିଗ୍ରହଣ

NEWS7
know-your-horoscope-for-saturday-12th-april-2025

ମୁମ୍ବାଇ: ରିଲାଏନ୍ସ ରିଟେଲ୍ ଲିମିଟେଡ୍ ଭାରତୀୟ ସୌନ୍ଦର୍ଯ୍ୟ ଏବଂ ୱେଲନେସ ବ୍ରାଣ୍ଡ ପାହାଡ଼ି ଲୋକାଲ ଏବଂ ଏହାର ବ୍ୟବସାୟକୁ ଅଧିଗ୍ରହଣ କରିଛି। ଏହି ବ୍ରାଣ୍ଡଟି ପାହାଡ଼ି ଗୁଡନେସ୍ ପ୍ରାଇଭେଟ୍ ଲିମିଟେଡ୍ ଅଧୀନରେ ପରିଚାଳିତ ହେଉଥିଲା ଏବଂ ହିମାଳୟର ପ୍ରାକୃତିକ ସାମଗ୍ରୀ ଉପରେ ଆଧାରିତ ଏହାର ଉତ୍ପାଦ ପାଇଁ ବେଶ ଜଣାଶୁଣା।

କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ଯେ ଏହି ଅଧିଗ୍ରହଣ ମାଧ୍ୟମରେ, ରିଲାଏନ୍ସ ରିଟେଲ୍ ଏହାର ସୌନ୍ଦର୍ଯ୍ୟ ଓ ବ୍ୟକ୍ତିଗତ ଯତ୍ନ (ପର୍ସନାଲ କେୟାର) ପୋର୍ଟଫୋଲିଓକୁ ସୁଦୃଢ଼ କରିବ ଏବଂ ପାରମ୍ପରିକ ଜ୍ଞାନ, ପ୍ରାକୃତିକ ସାମଗ୍ରୀ ଏବଂ ସ୍ଥାୟୀ ଉତ୍ପାଦନ ସହିତ ଯୋଡି ହୋଇ ରହିଥିବା ଭାରତୀୟ ବ୍ରାଣ୍ଡଗୁଡ଼ିକୁ ପ୍ରୋତ୍ସାହିତ କରିବ।

ଏହି ଅବସରରେ, ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଅମ୍ବାନୀ କହିଛନ୍ତି, "ପାହାଡ଼ି ଲୋକାଲ ହେଉଛି ହିମାଳୟର ୱେଲନେସ ପରମ୍ପରାସମୂହ ଏବଂ ସଂଗ୍ରହ ସହ ଜଡିତ ଏକ ବିଶିଷ୍ଟ ବ୍ରାଣ୍ଡ। ରିଲାଏନ୍ସ ରିଟେଲ୍ ଏହାର ମୌଳିକ ପରିଚୟ ଏବଂ ଗୁଣବତ୍ତା ବଜାୟ ରଖି ଏହାର ଓମ୍ନି-ଚ୍ୟାନେଲ୍ ନେଟୱାର୍କ ତଥା ରିଟେଲ ପ୍ଲାଟଫର୍ମ ମାଧ୍ୟମରେ ଏହି ବ୍ରାଣ୍ଡକୁ ବ୍ୟାପକ ସ୍ତରରେ ଆଗକୁ ବଢାଇବାକୁ ଉତ୍ସାହିତ ରହିଛି।"

୨୦୧୮ ମସିହାରେ ପ୍ରତିଷ୍ଠିତ 'ପାହାଡ଼ି ଲୋକାଲ' ହିମାଳୟ ଅଞ୍ଚଳରୁ ଉତ୍ପନ୍ନ ପ୍ରାକୃତିକ ଉପାଦାନ ଉପରେ ଆଧାରିତ ତ୍ୱଚା ଯତ୍ନ ବା ସ୍କିନ କେୟାର ଏବଂ ୱେଲନେସ ଉତ୍ପାଦ ପ୍ରସ୍ତୁତ କରିଥାଏ। ଏହି ବ୍ରାଣ୍ଡ ଲଦାଖ ଏବଂ ହିମାଚଳ ପ୍ରଦେଶର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ସହିତ କାମ କରିଥାଏ ଏବଂ ସ୍ଥାନୀୟ ଜୀବିକାକୁ ପ୍ରୋତ୍ସାହିତ କରିବା ଦିଗରେ ଜଡିତ ରହିଥିବା ପଦକ୍ଷେପଗୁଡ଼ିକ ନେଇଥାଏ। ଏହାର ଉତ୍ପାଦଗୁଡ଼ିକରେ ଗୁଟ୍ଟି ର ତେଲ (ଆପ୍ରିକଟ୍ କର୍ଣ୍ଣେଲ / ଟାକୁଆ ତେଲ) କୁ ଏକ ପ୍ରମୁଖ ଉପାଦାନ ଭାବରେ ବ୍ୟବହାର କରାଯାଇଥାଏ।

ଅଧିଗ୍ରହଣ ପରେ, 'ପାହାଡ଼ି ଲୋକାଲ'ର ସଂସ୍ଥାପକ ଦଳ ବ୍ରାଣ୍ଡର ସୃଜନଶୀଳ ଦିଗ ଏବଂ ଉତ୍ପାଦ ବିକାଶରେ ସକ୍ରିୟ ଭୂମିକା ଗ୍ରହଣ କରିବା ଜାରି ରଖିବେ। ରିଲାଏନ୍ସ ରିଟେଲ୍ ନିଜର ବ୍ୟାପକ ରିଟେଲ ନେଟୱାର୍କ ଏବଂ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ବ୍ରାଣ୍ଡର ବିସ୍ତାରକୁ ତ୍ୱରାନ୍ୱିତ କରିବାକୁ ଯୋଜନା ପ୍ରସ୍ତୁତ କରୁଛି।